ନୂଆଦିଲ୍ଲୀ:ଏକ ନୂତନ ଅଧ୍ୟୟନ ଅନୁଯାୟୀ ଫାଇଜର ଟିକା କରୋନା ବିରୋଧରେ ୯୦ ପ୍ରତିଶତ ପ୍ରଭାବଶାଳୀ। ଡାକ୍ତରଖାନାରେ ଭର୍ତ୍ତି ହେବା ଆଶଙ୍କାକୁ ୯୦ ପ୍ରତିଶତ ହ୍ରାସ କରିଥାଏ ଫାଇଜର ଟିକା। ଏହି ଟିକା ନେବାର ଛଅ ମାସ ପର୍ଯ୍ୟନ୍ତ ଏହା ପ୍ରଭାବଶାଳୀ ହୋଇଥାଏ।
ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ଏହି ଟିକା ଅତ୍ୟଧିକ ସଂକ୍ରାମକ ଡେଲଟା ପ୍ରକାରରୁ ଶକ୍ତିଶାଳୀ ସୁରକ୍ଷା ଯୋଗାଇଥାଏ। ଏହି ଟିକା ଅନ୍ୟ ପ୍ରଜାତି ତୁଳନାରେ ଡେଲ୍ଟାରୁ ସୁରକ୍ଷା ଯୋଗାଇବା ସହ ହସ୍ପିଟାଲରେ ଭର୍ତ୍ତି ହେବାରେ ୯୩ ପ୍ରତିଶତ ପ୍ରଭାବଶାଳୀ ଥିଲା।
ବୈଜ୍ଞାନିକ ସାରା ଟାର୍ଟୋଫ କହିଛନ୍ତି ଯେ, ଡେଲଟା ଆକ୍ରାନ୍ତଙ୍କୁ ମଧ୍ୟ ଏହା ଡାକ୍ତରଖାନାରେ ଭର୍ତ୍ତି ହେବା ଠାରୁ ସୁରକ୍ଷା ଯୋଗାଇଥାଏ।
ସଂକ୍ରମଣ ବିରୁଦ୍ଧରେ ଟିକାକରଣର ପ୍ରଭାବ ସମୟ ସହିତ ହ୍ରାସ ପାଇଲା, ତଥାପି ଟିକାକରଣର ପ୍ରଥମ ମାସରେ ୮୮ ପ୍ରତିଶତରୁ ପାଞ୍ଚ ମାସ ପରେ ୪୭ ପ୍ରତିଶତକୁ କୁ ଖସିଯାଇଥିଲା।
Comments are closed.