ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେମିକଣ୍ଡକ୍ଟର ଏବଂ ଔଷଧ ଆମଦାନୀ ଉପରେ ଶୁଳ୍କ ଲଗାଇବାକୁ ଯୋଜନା କରୁଛନ୍ତି। ଏଥିପାଇଁ ଆମେରିକାର ବାଣିଜ୍ୟ ବିଭାଗ ଏକ ବାଣିଜ୍ୟ ସମୀକ୍ଷା ମଧ୍ଯ ଆରମ୍ଭ କରିଛି।
ବାଣିଜ୍ୟ ବିଭାଗ ଅନୁଯାୟୀ, ଏହା “ସେମିକଣ୍ଡକ୍ଟର ଏବଂ ସେମିକଣ୍ଡକ୍ଟର ଉତ୍ପାଦନ ଉପକରଣ ଏବଂ ଫାର୍ମାସ୍ୟୁଟିକାଲ୍ସ, ଔଷଧ ସାମଗ୍ରୀ ଆମଦାନୀ ଉପରେ ଜାତୀୟ ସୁରକ୍ଷା ପ୍ରଭାବ ନେଇ ତଦନ୍ତ ଆରମ୍ଭ କରିଛି।
ବାଣିଜ୍ୟିକ ସଚିବ ୨୭୦ ଦିନ ମଧ୍ୟରେ ତାଙ୍କ ତଦନ୍ତର ରେଜଲ୍ଟ ପ୍ରଦାନ କରିବେ ବୋଲି ଆଶା କରାଯାଉଛି। ଆମେରିକା ରାଷ୍ଟ୍ରପତି ବହୁ ପୂର୍ବରୁ ଔଷଧ ଏବଂ ଚିପ୍ସର ବିଦେଶୀ ଉତ୍ପାଦନକୁ ଜାତୀୟ ସୁରକ୍ଷା ପାଇଁ ବିପଦ ବୋଲି ବର୍ଣ୍ଣନା କରିଆସୁଛନ୍ତି। ଆମେରିକୀୟ ଉତ୍ପାଦନକୁ ପୁନରୁଦ୍ଧାର କରିବା ପାଇଁ ଆମଦାନୀ ଉପରେ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି।
ଉଭୟ ପୂର୍ଣ୍ଣ ଜେନେରିକ୍ ଏବଂ ଅଣ-ଜେନେରିକ୍ ଏବଂ ସେଗୁଡ଼ିକୁ ତିଆରି କରିବା ପାଇଁ ବ୍ୟବହୃତ ଉପାଦାନଗୁଡ଼ିକର ସମୀକ୍ଷା କରିବ। ଗୁରୁତ୍ୱପୂର୍ଣ୍ଣ ଔଷଧ ସାମଗ୍ରୀର ଆମଦାନୀ ମଧ୍ୟ ତଦନ୍ତ କରାଯିବ। ଆଗାମୀ ୨୧ ଦିନ ପାଇଁ ଆମେରିକାର ଲୋକଙ୍କଠାରୁ ପରାମର୍ଶ ନିଆଯିବ। ତେବେ ଏହି ଶୁଳ୍କ ବିଶ୍ୱର ସର୍ବବୃହତ ଔଷଧ କମ୍ପାନୀଗୁଡ଼ିକୁ ଟାର୍ଗେଟ କରୁଛି। ଯେଉଁଥିରେ ମର୍କ ଆଣ୍ଡ୍ କୋ ଏବଂ ଏଲି ଲିଲି ଆଣ୍ଡ୍ କୋ ଅନ୍ତର୍ଭୁକ୍ତ। ଯାହା ବିଶ୍ୱ ସ୍ତରରେ କାର୍ଯ୍ୟ କରୁଛି।
Comments are closed.