Latest Odisha News

BREAKING NEWS

ଜମ୍ମୁ-କାଶ୍ମୀରରେ ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, କଡ଼ା ସୁରକ୍ଷାରେ ଚାଲିଛି ଭୋଟିଂ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ସକାଳଠୁ କଡ଼ା ସୁରକ୍ଷାରେ ଚାଲିଛି ଭୋଟିଂ। ୨୬ ବିଧାନସଭା ଆସନରେ ଚାଲିଛି ଭୋଟିଂ। ଶହ ଶହ ଭୋଟର ମତଦାନ କେନ୍ଦ୍ରରେ କରୁଛନ୍ତି ମତଦାନ। ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା। ୬ ଜିଲ୍ଲାରେ ୨୫ ଲକ୍ଷ ଭୋଟର ମତଦାନ କରିବେ।

କଙ୍ଗାନ, ଗନ୍ଦେରବାଲ, ହଜରତବାଲ, ଖାନିଆର, ହବକାଦାଲ, ଲାଲଚୌକ, ଚନ୍ନପୋରା, ଜାଦିବାଲ, ଇଦଗା, ସେଣ୍ଟ୍ରାଲ ସଲତେଙ୍ଗ, ବୁଦୁଗାଁ, ବିରଓ୍ବା, ଖାଁସାହିବ, ଚରାର-ଇ-ସରିଫ, ଘୋଦୋରା, ଗୁଲାବଗଡ଼, ରିଆସି, ଶ୍ରୀମାତା ବୈଷ୍ଣୋଦେବୀ, କାଲାକୋଟ-ସୁନ୍ଦରବଣୀ, ନୌସେରା, ରଜୌରୀ, ବୁଧାଲ, ଥାନାମଣ୍ଡି, ସୁରନକୋଟ, ପୁଞ୍ଚ ହାବେଳୀ, ମେନ୍ଧାର ଆସନରେ ଚାଲିଛି ଭୋଟିଂ।

ଗନ୍ଦେରବଲ ଆସନରେ ସର୍ବାଧିକ ୧୫ ପ୍ରାର୍ଥୀ ରହିଛନ୍ତି। ବୁଦ୍ଧଲ ସଂରକ୍ଷିତ ଆସନରେ ସବୁଠାରୁ କମ ୪ ପ୍ରାର୍ଥୀ ରହିଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ଭାଗ୍ଯ ପରୀକ୍ଷା କରୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଓମାର ଅବଦୁଲ୍ଲା। ସେ ଗନ୍ଦେରବାଲ ଓ ବୁଦଗାଁରୁ ଲଢୁଛନ୍ତି। ଓମାର ଗଣ୍ଡେରବାଲ ଏବଂ ବଡ୍‌ଗାମ ଆସନରୁ ଲଢ଼ୁଥିବାବେଳେ କାରା କେନ୍ଦ୍ରୀୟ ଶାଲତେଙ୍ଗରୁ ଏବଂ ରାଇନା ରାଜୌରୀ ଜିଲାର ନାଓଶେରା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ସେହିପରି ଜେଲରେ ଥିବା ବିଚ୍ଛିନ୍ନତାବାଦୀ ନେତା ସର୍ଜନ ଅହମଦ ୱାଗି ଓରଫ ବର୍‌କତି ଦୁଇଟି ଆସନ ବୀରୱା ଏବଂ ଗଣ୍ଡେରବାଲରୁ ଲଢ଼ୁଛନ୍ତି। ରଶିଦ ଇଞ୍ଜିନିୟର ଭାବେ ଜଣାଶୁଣା ଶେଖ୍‌ ଅବଦୁଲ ରଶିଦ ତିହାର ଜେଲରେ ଥାଇ ଲୋକ ସଭା ନିର୍ବାଚନରେ ବାରମୁଲ୍ଲା ଆସନରୁ ଲଢ଼ିଥିଲେ। ସେ ଓମାରଙ୍କୁ ୨ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।

 

Leave A Reply

Your email address will not be published.