Latest Odisha News

BREAKING NEWS

ସହକାରୀ ପ୍ରାଧ୍ୟାପକ ହେବାକୁ PhD ବାଧ୍ୟତାମୂଳକ ନୁହେଁ – UGC

ନୂଆଦିଲ୍ଲୀ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ- UGC ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ଘୋଷଣା ଅନୁସାରେ ଏଣିକି ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ PhD ବାଧ୍ୟତାମୂଳକ ନୁହଁ। ସ୍ନାତକୋତ୍ତର ପରେ ଜାତୀୟ ଯୋଗ୍ୟତା ପରୀକ୍ଷା(NEET)ରେ ଉତ୍ତୀର୍ଣ୍ଣ ଆଶାୟୀ ଆସିଷ୍ଟାଣ୍ଟ ପ୍ରଫେସର ବା ସହକାରୀ ପ୍ରାଧ୍ୟାପକ ପଦ ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିବେ ବୋଲି UGC ପକ୍ଷରୁ ସୂଚନା ଦିଆଯାଇଛି।

UGCର ଅଧ୍ୟକ୍ଷ ପ୍ରଫେସର ଏମ୍‌‌ ଜଗଦେଶ କୁମାରଙ୍କ ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟର ଏକ ସମ୍ମିଳନୀରେ କହିଛନ୍ତି, ‘ନୂଆ ଶିକ୍ଷା ନୀତି ୨୦୨୦’ ଦେଶର ଶିକ୍ଷା କ୍ଷେତ୍ରରେ ସଫଳତା ଆଣିବ। ଏଥିସହ ଆସନ୍ତା ଶିକ୍ଷା ବର୍ଷରେ ‘ଡିଜିଟାଲ୍‌‌ ବିଶ୍ୱବିଦ୍ୟାଳୟ’ କାର୍ଯ୍ୟକ୍ଷମ ହେବା ନେଇ ସେ ସୂଚନା ଦେଇଛନ୍ତି । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ତରଫରୁ ବିକାଶିତ ‘ୱାନ ନେସନ୍‌‌ ୱାନ୍‌‌ ଡାଟା’ ପୋର୍ଟାଲରୁ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ପାଇ ପାରିବେ ପ୍ରଫେସର ଏମ୍‌‌ ଜଗଦେଶ କୁମାର ନିଜ ଅଭିଭାଷଣରେ କହିଛନ୍ତି।

Leave A Reply

Your email address will not be published.