Latest Odisha News

ଦେଶର ପ୍ରଥମ ମହିଳା ଭାବେ ଗୌରବ ଆଣିଲେ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି, ପାଇବେ IUPAC ପୁରସ୍କାର, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ରସାୟନ ବିଜ୍ଞାନ କ୍ଷେତ୍ରରେ କୃତିତ୍ୱ ପାଇଁ IUPAC(International Union For Pure & Applied Chemestry) ପକ୍ଷରୁ ପୁରସ୍କାର ପ୍ରଦାନ କରାଯିବ। ବଡ଼ କଥା ହେଉଛି; ଜଗତସିଂହପୁର ଜିଲ୍ଲାର ଏହି ମହିଳା କେମିକାଲ୍ ଇଞ୍ଜିନିୟର IUPAC ପୁରସ୍କାର ପାଇବାରେ ଦେଶର ପ୍ରଥମ ମହିଳା ସହ ପ୍ରଥମ ଓଡ଼ିଆ ବୈଜ୍ଞାନିକ ଭାବେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଜ୍ଞାନିକ ଜ୍ୟୋତିର୍ମୟୀଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ରସାୟନ ବିଜ୍ଞାନ କ୍ଷେତ୍ରରେ ଜ୍ୟୋତିର୍ମୟୀ ଅର୍ଜନ କରିଥିବା କୃତିତ୍ୱ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିବା ସହ ଭବିଷ୍ୟତ ସଫଳତା କାମନା କରିଛନ୍ତି।

ଉଲ୍ଲେଖଯୋଗ୍ୟ; ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି ବର୍ତ୍ତମାନ ମୁମ୍ବାଇଠାରେ ଥିବା ଭାବା ଆଣବିକ ଗବେଷଣା କେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି। ଜଣାଶୁଣା ଶିଶୁ ଚିକିତ୍ସକ ବୈକୁଣ୍ଠନାଥ ପାତ୍ରଙ୍କ ଝିଅ ଜ୍ୟୋତିର୍ମୟୀଙ୍କ ପତି ରଶ୍ମୀ ରଞ୍ଜନ ମହାନ୍ତି ମଧ୍ୟ ଜଣେ ବୈଜ୍ଞାନିକ।

Leave A Reply

Your email address will not be published.