Latest Odisha News

ପଶ୍ଚିମବଙ୍ଗରୁ କିଡନାପ ହୋଇଥିବା ପିଏଚଡି ଛାତ୍ର ବାଲେଶ୍ୱରରୁ ଉଦ୍ଧାର, ୫ ଗିରଫ

ବାଲେଶ୍ୱର: ପଶ୍ଚିମବଙ୍ଗର ଶାନ୍ତିନିକେତନରୁ ଅପହୃତ ହୋଇଥିବା ପିଏଚଡି ଛାତ୍ର ବାଲେଶ୍ୱରରୁ ଉଦ୍ଧାର। ୫ ଅପହରଣକାରୀଙ୍କୁ ଗିରଫ କରିଛି ପୋଲିସ।

ମିଳିଥିବା ସୂଚନା ଅନୁଯାୟୀ, ମିଆଁମାରର ପଞ୍ଚାରା ଥାଇ ନାମକ ଏହି ଛାତ୍ର ଶାନ୍ତିନିକେତନରେ ଥିବା ବିଶ୍ୱଭାରତୀରେ ନିଜର ପିଏଚଡି ପାଠ ପଢିବାକୁ ଆସି ସେ କ୍ୟାମ୍ପସ ବାହାରେ ଥିବା ଏକ ହଷ୍ଟେଲରେ ରହୁଥିଲେ।

ପଶ୍ଚିମବଙ୍ଗର ପ୍ରାୟ ୧୨ ଜଣ ବ୍ୟବସାୟୀ ଗତ ସେପ୍ଟେମ୍ବର ୨୧ ତାରିଖରେ ଥାଇଙ୍କୁ ହଷ୍ଟେଲ ନିକଟରୁ ଅପହରଣ କରି ଚାନ୍ଦିପୁର ନେଇ ଆସିଥିଲେ। ପୁଲିସ ସେମାନଙ୍କୁ ଠାବ କରିବ ବୋଲି ଆଶଙ୍କା କରି ଅପହରଣକାରୀମାନେ ଛାତ୍ରଙ୍କୁ ବାଲେଶ୍ୱର ଆଣିଥିଲେ। ଏବେ କିନ୍ତୁ ପୋଲିସ ଅପହରଣକାରୀଙ୍କୁ ଗିରଫ କରିଛି ହେଲେସାତ ଜଣ ଅପହରଣକାରୀ ଏବେ ବି ଫେରାର ହୋଇଯାଇଛନ୍ତି।

ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଥାଇ ନିଖୋଜ ନେଇ ଅଭିଯୋଗ କରିବା ପରେ ମେଦିନାପୁର ପୁଲିସ ତଦନ୍ତ ଆରମ୍ଭ କରିଥିଲା। ସେମାନେ ହଷ୍ଟେଲ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ତାଙ୍କ ମୋବାଇଲ୍କୁ ଟ୍ରାକିଂରେ ରଖିଥିଲେ। ଶନିବାର ବାଲେଶ୍ୱର ତାଳସାରୀ ବେଳାଭୂମିରେ ଥାଇର ଫୋନ୍ ସକ୍ରିୟ ଥିବା ପୁଲିସ ଜାଣିପାରିଥିଲା।

ତାଳସାରୀ ମେରାଇନ୍ ଥାନା ପୁଲିସ ସହାୟତାରେ ମେଦିନାପୁର ପୁଲିସ ଥାଇକୁ ଠାବ କରି ତାକୁ ଉଦ୍ଧାର କରିଥିଲା। ତାଙ୍କ ଉପରେ ନଜର ରଖିଥିବା ପାଞ୍ଚ ଜଣ ଅପହରଣକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି।

Comments are closed.