Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୧୩ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶକ୍ତି ସ୍ୱରୂପା ମା ଯୋଗମାୟା ସୃଷ୍ଟିର ମୂଳ ଆଧାର ଶକ୍ତି ଏହା ବୃହଦ ବୃଚୋପନିଷଦ, ପ୍ରମାଣ ଦିଏ। ଏଥିରେ ବର୍ଣ୍ଣିତ ଦୁଇଟି ବାକ୍ୟ ଏହା ପ୍ରମାଣିତ କରିକି ସୃଷ୍ଟି ସର୍ଜନା ପୂର୍ବରୁ ଏକା ଦେବୀ ଯୋଗମାୟା ହିଁ ଥିଲେ ଯଥା : “ଓଁ ଦେବୀ ହେକାଗ୍ର ମାସୀତ ” ଏବଂ ଦ୍ୱତୀୟ ବାକ୍ୟ “ସୈଷl ପରାଶକ୍ତି “ପ୍ରମାଣ କରେ ସେହି ଦେବୀ ଯୋଗମାୟା ହିଁ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପରମା ଶକ୍ତି। ଅର୍ଥାତ ସୃଷ୍ଟିମୂଳା ଶକ୍ତି ଅବିଶଂବାଦୀ ଆଦ୍ୟା, ଯାହାଙ୍କଠାରୁ ବା ସେହି ପରାଶକ୍ତି ମା ଯୋଗମାୟା ଚରାଚର ଜଗତ (ଜୀବ ଓ ଜଡ଼ )ସୃଷ୍ଟି କଲେ

ବେଦାନ୍ତ ଏହି ପରାଶକ୍ତିଙ୍କୁ ସୃଷ୍ଟିର ଆଦି କାରଣ ଅର୍ଥାତ ପ୍ରତିପାଦ୍ୟ ବ୍ରହ୍ମ ବୀଜ ରୂପେ ବିବେଚନା କରେ। ଆମେ ଏହି ଶକ୍ତି ଶବ୍ଦ ବା ସଂଜ୍ଞାଟିର ସଠିକ ବ୍ୟାଖ୍ୟା କଲେ ଜାଣିବା ଉତ୍ପତି, ସ୍ଥିତି, ଧ୍ୟାନ, ଧାରଣା ଆଦି ବିବିଧ ଭାବ ବିଶେଷର ସାଧନ ସାମର୍ଥ୍ୟ ହିଁ “ଶକ୍ତି “। ଅନ୍ୟଭାବରେ କହିଲେ ସାମର୍ଥ୍ୟବୋଧକ ଶବ୍ଦ ‘ଶକ ‘ଧାତୁରେ ଭାବର୍ଥେ’ କ୍ତିନ ‘ପ୍ରତୟ ଯୁକ୍ତ ହୋଇ ଶକ୍ତି ସଂଜ୍ଞା ଉତ୍ପନ୍ନ ହୋଇଛି। ତେଣୁ ଶକ୍ତି ହେଉଛନ୍ତି ପରଂବ୍ରହ୍ମଙ୍କ କର୍ମର ଅଧିଷ୍ଠାତ୍ରୀ। ଜଗତତତ୍ତ୍ୱର ଅନୁସନ୍ଧାନକାରି ମୁନି, ଋଷି ଗଣ ମନ୍ତ୍ରଦ୍ରଷ୍ଟl ଥିବାରୁ ଏହି ଶକ୍ତିର ଅନନ୍ତ ପରିବ୍ୟାପ୍ତି କୁ ଲକ୍ଷ୍ୟ କରି, ଏହାଙ୍କୁ ପରାଶକ୍ତି ଭାବରେ ଅଭିହିତ କଲେ. ଚିଦ ବୈଭବ ପରିପୂର୍ଣ ଆନନ୍ଦମୟ ସତ୍ତା ହେଲେ ସ୍ୱୟଂ ସଚ୍ଚିଦାନନ୍ଦ ପରଂବ୍ରହ୍ମ ଓ ତାଙ୍କରି କର୍ମମୟ ସତ୍ତା ହେଲେ ଶକ୍ତି ସ୍ୱରୂପିଣୀ ମା ଯୋଗମାୟା। ଯାହାଙ୍କୁ ଆମେ ଭାରତୀୟ ଦର୍ଶନ ପ୍ରକାରେ କହିବା “ସାମର୍ଥ୍ୟ ସର୍ବ ଭାବନାଂ ଶକ୍ତି ରିତ୍ୟଭିଧିୟତେ ।” ଅର୍ଥାତ ବିବିଧ କର୍ମ (ସୃଷ୍ଟି, ସ୍ଥିତି, ଇତ୍ୟାଦି )ସାଧନ ସାମର୍ଥ୍ୟ ହିଁ ଶକ୍ତି ସ୍ୱରୂପିଣୀ ମା ଯୋଗମାୟା। ଏହା ତ ଆମ ପୁରାଣ ଓ ଦର୍ଶନର କଥା। କିନ୍ତୁ ବିଜ୍ଞାନ କହେ ସୂର୍ଯ୍ୟ ସକଳ ଶକ୍ତିର ଆଧାର ଏବଂ ଆମର ଗ୍ରହ ସବୁ (ପୃଥିବୀ ଇତ୍ୟାଦି )ତାଙ୍କଠାରୁ ଉତ୍ପନ୍ନ। ତେବେ ସୂର୍ଯ୍ୟ କଣ ଆଦ୍ୟା ଶକ୍ତି? ଏହାର ସମାଧାନ ଆଗାମୀ ସମୟରେ କରିବା ଏବେ କିନ୍ତୁ ଭବିଷ୍ୟପୁରାଣ ବ୍ରlହ୍ମ ପର୍ବରେ ଥିବା ସୂର୍ଯ୍ୟଙ୍କ ସ୍ତବ ପାଠ କରିବା ।
“ତ୍ବଂ ବ୍ରହ୍ମl, ତ୍ବମ ଜଗନ୍ନାଥୋ, ରୁଦ୍ରସ୍ତ୍ୱମ ଚ ପ୍ରଜାପତି, ତ୍ବଂ ସୋମସ୍ତ୍ୱମ ତଦାଦିତ୍ୟସ୍ତ୍ୱମକlରଂ ଏବ ହି। ” ଅର୍ଥାତ ହେ ସୂର୍ଯ୍ୟ ତୁମେ ବ୍ରହ୍ମl, ତୁମେ ଜଗନ୍ନାଥ (ବିଷ୍ଣୁ ), ଶିବ, ସୋମ, ଆଦିତ୍ୟ, ଓଁ କlର। ତେଣୁ ସେହି ସୂର୍ଯ୍ୟ ନାରାୟଣଙ୍କୁ ଆଜିର ପ୍ରାତଃ ପ୍ରଣିପାତ ଜଣାଇବା।

ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Comments are closed, but trackbacks and pingbacks are open.