ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୪
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ଦାରବି ତନୁ କାହିଁକି ଧାରଣ କରିଛନ୍ତି ତାହା ଜାଣିବାପରେ, ମନରେ ପ୍ରଶ୍ନ ଉଠେ ଏହି ଦାରୁ ନିମ୍ବ ବୃକ୍ଷର ଦାରୁ କାହିଁକି ? ଶାଳ, ପିଆଶାଲ, ଶାଗୁଆନ ପ୍ରଭୃତି ମୂଲ୍ୟବାନ ବୃକ୍ଷ ଥାଉ ଥାଉ ତିକ୍ତ ରସଯୁକ୍ତ ନିମ୍ବ ବୃକ୍ଷ କାହିଁକି ଦାରୁ ରୂପେ ଚୟନ କରାଗଲା ? ସେହି ଇନ୍ଦ୍ରନୀଳମଣି ପୁରାଣ କହେ ”
ମହାଦାରୁମୟଂ ବ୍ରହ୍ମ ଆଦ୍ୟେ ତିକ୍ତାନ୍ତେ ମିଷ୍ଟତା, ଅପବର୍ଗlଣୀ ସତ
ଅପ ବର୍ଗlଣୀ ସର୍ବାଣି ବାରଣାର୍ଥ ମିଦଂ ବପୁ ”
ଅର୍ଥାତ ପ୍ରଥମେ ପିତା ଓ ପରିଣାମ ରେ ମିଠା, ସମସ୍ତ ଅପବର୍ଗ ନିବାରଣ କର୍ତ୍ତା ନିମ୍ବ ହିଁ ସତାଂ ସଂଯୋଗେ ମହାଗନ୍ଧ ତରୁ ଭଗବତ ଶରୀର ଯୋଗ୍ୟ ଦାରୁ ହୋଇଥାଏ । ଏମିତିରେ ବିଜ୍ଞାନ ପ୍ରମାଣିତ କରେ ତିକ୍ତ ରସ ଯୁକ୍ତ ହୋଇଥିବାରୁ କୀଟ ଦଁଷ୍ଟ ନୁହେଁ ।ଅନ୍ୟ ପୌରାଣିକ କାରଣ ହେଲା ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ, ସୁଗ୍ରୀବଙ୍କ ସହ ମିତ୍ରତା କରିବା ପରେ ମହାବଳି ବାଳିଙ୍କୁ ଏହି ନିମ୍ବ ବୃକ୍ଷ ଆଢୁଆଳରେ ରହି ଶର ନିକ୍ଷେପ କରିଥିଲେ । ତେଣୁ ମୃତ୍ୟୁ ପୂର୍ବରୁ ବାଳି, ଏହି ନିମ୍ବ ବୃକ୍ଷକୁ ଅଭିଶାପ ଦେଇ ଏହାକୁ ମୂଲ୍ୟହୀନ ଓ ତିକ୍ତ ରସ ଯୁକ୍ତ କରିଦେଲେ । ପ୍ରକାଶ ଥାଉକି ତ୍ରେତୟା ଯୁଗରେ ନିମ୍ବ ମିଠା ରସ ଯୁକ୍ତ ଏକ ମୂଲ୍ୟବାନ ବୃକ୍ଷ ରୂପେ ପରିଗଣିତ ହେଉଥିଲା । ସେହି ନିମ୍ବ ବୃକ୍ଷର ଆକୁଳ ପାର୍ଥନା ଶୁଣି ପ୍ରଭୁ ଶ୍ରୀରାମ ତାକୁ ଆଶ୍ୱାସନା ଦେଇ କହିଥିଲେ ତୋ ତନୁକୁ ମୁଁ ଆଶ୍ରା କରି ମୋଲକ୍ଷ୍ୟ ସାଧନ କଲି । ତୋର ଏହି ଦାରବିୟ ତନୁକୁ ମୁଁ କଳି ଯୁଗରେ ଧାରଣ କରିବି ।
ଏହି ଉଦାହରଣ ଯାହା ହେଉନା କାହିଁକି ନିମ୍ବ ଦାରୁରେ ବ୍ରହ୍ମ ସଂଯୋଗ ପରେ ଏହା ନିଜ ଜଡ଼ତ୍ବ ପରିତ୍ୟାଗ କରି ଚେତନଯୁକ୍ତ ହୋଇଯାଏ । ଆଉ ଏହି ଚେତନ ଯୁକ୍ତ ବିଗ୍ରହ ପୁରୁଷୋତ୍ତମ ଶ୍ରୀରାମଙ୍କ ପରି ନିଜେ ପରମ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ପାଲଟି ଯାଆନ୍ତି । ଆଦିକବି ସାରଳା ଦାସଙ୍କ ଭାଷାରେ
“ଜଗନ୍ନାଥ ରୂପେ ହରି ବିଜୟ କରିବେ,
କଳିଯୁଗେ ନରଙ୍କର ଦୁସ୍କୃତି ହରିବେ ।
ୟାଙ୍କର ମୂର୍ତ୍ତି ଯେ ଚାରି ରୂପ ହୋଇ,
ଜଗନ୍ନାଥ, ବଲଭଦ୍ର, ସୁଭଦ୍ରା, ସୁଦର୍ଶନ ନାମ ବହି।
ଜୟ ଜଗନ୍ନାଥ
Comments are closed.