ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୬
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁ ବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସ୍ୱରୂପ ବ୍ରହ୍ମ ଦାରୁଙ୍କ ଆବିର୍ଭାବ ପରେ ଅବନ୍ତୀ ନଗରର ସୂର୍ଯ୍ୟବଂଶୀ ରାଜା ଇନ୍ଦ୍ରଦ୍ୟୁମ୍ନ (ବ୍ରହ୍ମlଙ୍କ ପଞ୍ଚମ ପୁରୁଷ )ସତ୍ୟଯୁଗରେ ଶ୍ରୀଜଗନ୍ନାଥଙ୍କୁ ପ୍ରଥମେ ପ୍ରକଟ କରାଇଥିଲେ । କିନ୍ତୁ ଏହି ଚେତନଯୁକ୍ତ ବ୍ରହ୍ମଦାରୁ ଯେ ସ୍ୱୟଂ ପରମାତ୍ମା ବିଷ୍ଣୁଙ୍କ ଅଙ୍ଗ ଲୋମର ରୂପାନ୍ତରିତ ରୂପ ; ଏଭଳି ବ୍ରହ୍ମଙ୍କୁ ପୁଣି ନିରାକାରରୁ ସାକାର କରିବ କିଏ ! ଇଚ୍ଛାମୟ ସ୍ୱଇଚ୍ଛାରେ ନିଜ ସ୍ୱରୂପର ବିକାଶ କରି ନୀଳାଚଳରେ ଶ୍ରୀଜଗନ୍ନାଥ ଭାବରେ ବିରାଜିତ । ଏଠାରେ ସମସ୍ତ ଆଞ୍ଚଳିକତାର ଉର୍ଦ୍ଧକୁ ଯାଇ ସର୍ବମୋକ୍ଷ ପ୍ରଦାୟକ ଭାବରେ, ନୀଳାଚଳ ନାଥ, ପୂରିନାଥ ନହୋଇ, ହୋଇଛନ୍ତି ଜଗତଠାକୁର ଜଗନ୍ନାଥ ।
ତେଣୁ ସ୍କନ୍ଦ ପୁରାଣ କହେ “ସାନିଧ୍ୟାଦ୍ଵାମୁ ଦେବେଶ ଈଶ୍ୱରେଚ୍ଛା ନିରଂକୁଶା, ଅନ୍ୟତ୍ର ବନ୍ଧଦୋବିଷ୍ଣୁ ଅତ୍ର ମୋକ୍ଷଂ ଦଦାତି ଯତ । “
ଏଥିରୁ ସ୍ପଷ୍ଟ ହେଲା ଯେ ପୁରୁଷୋତ୍ତମ କ୍ଷେତ୍ରରେ ସ୍ୱୟଂ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ନିଜକୁ ଆବିର୍ଭାବ କରାଇ, ନିଜର ଦିବ୍ୟ ଚିନ୍ମୟ ମାଧବ (ନୀଳମାଧବି )ରୂପକୁ ଅଦୃଶ୍ୟରେ ରଖି, ଏ ରହସ୍ୟମୟ ବିଗ୍ରହ ନିର୍ମାଣ କରାଇଲେ । କେବଳ ଭାବନେତ୍ରରେ ଦୃଶ୍ୟମାନ ହେଉଥିବାବା ଅନୁଭବରେ ଅନୁଭବି ହେଉଥିବା ଏ ଅପ୍ରାକୃତ ରୂପର ସୃଷ୍ଟି. ସ୍କନ୍ଦ ପୁରାଣ କହେ :
“ଅପୌରୁଷେୟ ଭଗବାନ ବିଚାରପଥେ ସ୍ଥିତ” ଅର୍ଥାତ ଶ୍ରୀଜଗନ୍ନାଥ ଗଭୀର ବିଚାର ପାଇଁ ଅନେକ ତତ୍ୱାତ୍ମକ. ସେଥିପାଇଁ ତ ସେ ରହସ୍ୟମୟ.କିନ୍ତୁ ଆଦିକବି ସାରଳା ଦାସ, କିଛି ଅଂଶରେ ଏ ରହସ୍ୟ କୁ ହୃଦୟଗମ କରି ନିଜ ସରଳ ଓ ସ୍ଵଭାବ ସୁଲଭ ଢଙ୍ଗରେ ଗାଇଲେ
“ଯୁଗେ ଯୁଗେ ଲୋକଙ୍କ ଅନୀତି ଭାବ ଜାଣି,
ତେଣୁ ପାଦ ପାଣି ନବିହିଲେ ଚକ୍ରପାଣି ।
ନାଶା, ଶ୍ରବଣ ଯେ ଅଧର ସହିତେ,
ଲୁଚାଇଣ ମୌନ ହୋଇଲେ ଜଗନ୍ନାଥେ ।
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ନମଃ ।
Comments are closed.