Latest Odisha News

BREAKING NEWS

କବିତା : ଢୋଲ

ଗଦାଧର ସାହୁ 

ମୋତେ ତମେ
ବାଡେଇ ଚାଲିଛ,
ତମାମ ଜୀବନ
ତମ ଖୁସି ପାଇଁ ।

ମୁଁ ଶବଦ୍ ଦେଇଛି
ତୁମ ଇଚ୍ଛାରେ
ତୁମ ବାଡିଆରେ
ଲହୁ ଲୁହାଣ ହୋଇ
ବୁକୁରେ ବେଦନାକୁ ଚାପି ।

ଏମିତି ବି ହେଇଛି
ଥରେ ନୁହଁ
ଅନେକ ଥର,
ତୁମ ପାଇଁ ଖୁସି ଫେଣ୍ଟୁ ଫେଣ୍ଟୁ
ମୁଁ ବହୁବାର ଫାଟିଛି ।
ମୋ ସାମର୍ଥ୍ୟ ବାହାରର
ଶବଦ୍ ପ୍ରକାଶ ଅସାମର୍ଥ୍ୟ ପାଇଁ
ତୁମ ମାତ୍ରାଧିକ ମାଡର ପ୍ରହାରରେ ।

ତମେ ହିଁ, ମନ ଦୁଃଖ କରିଛ,
ବାର ବାର ସଜାଡିଛ
ମୋ ଫଟା କଳେବର,
ଖାସ୍ ତମରି ଖୁସି ପାଇଁ
ବାର ବାର ତଥାପି ବାଡେଇ ଚାଲିଛ,
ସବୁ ଜାଣିବା ସତ୍ତ୍ୱେ …
ମୁଁ ମାଡ ଖାଇବି, ଫାଟିବି
ତୁମେ ଖୁସି ପାଇବ, ମନ ଦୁଃଖ କରିବ !

ବ୍ରହ୍ମଗିରି, ପୁରୀ

Leave A Reply

Your email address will not be published.