ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୭
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଜଗନ୍ନାଥଙ୍କ କ୍ଷେତ୍ରରେ ବାର ମାସରେ ତେର ଯାତ୍ରା ହୁଏ ବୋଲି ଲୋକମୁଖରେ ପ୍ରଚଳିତ ପ୍ରବାଦରୁ ଜଣାଯାଏ । ପ୍ରାଚୀନ ଗ୍ରନ୍ଥ ନୀଳାଦ୍ରି ମହୋଦୟ, ଯାତ୍ରା ଭାଗବତ ଇତ୍ୟାଦିରେ ଏ ବିଷୟରେ ବର୍ଣ୍ଣନା ହୋଇଛି ।
ଯଥା “ମଞ୍ଚସ୍ନାନଂ ରଥବର ଗତିଃ ଶlୟନଂ ଚାୟନେ ଦ୍ଵେ।
ପାର୍ଶ୍ଵବୃତିଃ ଶୟନ ନିବୃତିଃ ପାବୃତୈ ପୁଷ୍ୟ ପୂଜା
ଦୋଳଯାତ୍ର ଦମନକହୋତାକ୍ଷପୂଜା ତୃତୀୟା,
ଚୈକଂ ଯାତ୍ରା ବିଧିନିଗଦିତା ଦ୍ୱାଦଶେୟୀତେ ନରେନ୍ଦ୍ର ।
ଏହି ଶ୍ଳୋକରେ ବାରଗୋଟି ଯାତ୍ରା ବର୍ଣ୍ଣିତ ହୋଇଛି ୧ . ସାନ୍ନଯାତ୍ରା ୨ .ରଥଯାତ୍ରା ୩ . ଶୟନ ୪ . ଦକ୍ଷିଣାୟାନ ୫ . ପାର୍ଶ୍ଵପରିବର୍ତ୍ତନ ୬ . ଉଥାପନ ୭ . ପ୍ରାବରଣ ଷଷ୍ଠୀ ୮ . ପୁଷ୍ୟାପୂଜା ୯ . ଉତ୍ତରାୟଣ ୧୦ . ଦୋଳ ୧୧ . ଦମନକ ଚତୁର୍ଦ୍ଦଶୀ ୧୨ . ଅକ୍ଷୟତୃତୀୟା । ଏଥିରେ ନୀଳାଦ୍ରିମହୋଦୟ ଉତ୍ସବ ବିଷୟରେ ଉଲ୍ଲେଖ ନଥିଲେ ମଧ୍ୟ ଏହାହିଁ ଲୋକ ମୁଖର ତେର ଯାତ୍ରାଅନ୍ତର୍ଗତ ।ଏହି ଯାତ୍ରା ମଧ୍ୟରୁ ପ୍ରଭୁଙ୍କର ସାନ୍ନ ଯାତ୍ରା ଅନୁଷ୍ଠିତ ହେଉଛି । ଏହି ଯାତ୍ରା ର ପୂର୍ଣ୍ଣ ବିବରଣୀ ସହ ସାନ୍ନ ଯାତ୍ରାର ମୁଖ୍ୟ ଆକର୍ଷଣ ଗଜାନନ ବେଶ ବା ହାତୀ ବେଶ ବିଷୟରେ ଆଗାମୀ ଦିନ ଗୁଡିକରେ ଆଲୋଚନା କରିବା । ନୀଳାଚଳ ଧାମରେ ଏଭଳି ଲୀଳା ଦର୍ଶନ କରିବା ପାଇଁ ଯୁଗେ ଯୁଗେ ଭକ୍ତ ଲାଳାୟିତ ହୋଇଥାଏ । ପ୍ରଭୁଙ୍କର ନିତ୍ୟରାସ ଦର୍ଶନ ଓ ନାମ କୀର୍ତ୍ତନ କରି ଜୀବନର ଶେଷ ସମୟ କଟାଇବା ପ୍ରତେକ ଓଡ଼ିଆଙ୍କ ମନର ଅଭିଳାଷ ଥାଏ । ଯେପରି ଉତ୍କଳମଣି ଗୋପବନ୍ଧୁଙ୍କ ଆଶା ଥିଲା, ତେଣୁ ଲେଖିଲେ :
“ନୀଳଚକ୍ର ତଳେ କେ କରିବ ବାସ, କେ ଦେଖିବ ନୀଳାଚଳେ ନିତ୍ୟରାସ.
ବୋଲି ହରି ହରି, ସେ ପ୍ରେମ ଭିକାରୀ, ପରାଣ ପୁଲକେ ତେଜିବ ନିଶ୍ୱାସ ।”
ଜୟ ଜଗନ୍ନାଥ.
Comments are closed.