ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ, ଆମେ ଜଗତରନାଥ ଜଗନ୍ନାଥ କହିବା ସହ ବୈକୁଣ୍ଠବିହାରୀ ବି କହିଥାଉ। ଏଠି ପ୍ରଶ୍ନ ଉଠେ ଯଦି ସେ (ଜଗନ୍ନାଥ )ସାରା ଜଗତର ନାଥ ତେବେ ଏ ବୈକୁଣ୍ଠବିହାରୀ ହେଲେ କିପରି ?
ଏହାର ସରଳ ଉତ୍ତର ହେଲା ସେ, ବୈକୁଣ୍ଠ ନାମକ ସ୍ଥାନରେ ବାସ କରୁଥିବାରୁ ବୈକୁଣ୍ଠବିହାରୀ ନାମ ଧରିଛନ୍ତି। ତେବେ ଏ ବୈକୁଣ୍ଠ କେଉଁଠି ? ଏହାର ସ୍ୱରୂପ କଣ? କାହିଁକି ଏହା ଜଗନ୍ନାଥଙ୍କ ପ୍ରିୟ ସ୍ଥାନ?
ଅlକ୍ଷରିକ ଅର୍ଥ ଦେଖିଲେ ବୈ-ବିହୀନ ବା ବୈରଭାବ କୁ ବୁଝାଏ। କୁଣ୍ଠ -ଆପତ୍ତି, ବା କୁଣ୍ଠା (କୁନ୍ତୁ କୁନ୍ତୁ ଭାବ )। କିନ୍ତୁ ତତ୍ତ୍ୱ କହେ ଆମେ ଏତିକି କହିବା ଯେଉଁଠି ବୈରୀ ଭାବ ନଥାଏ ବା ଯେଉଁଠି ସବୁ ବୈଭବ ତୁଛ ଲାଗେ ତାହା ହିଁ ବୈକୁଣ୍ଠ । ଏହି ବୈକୁଣ୍ଠରେ ସମସ୍ତେ କୁଣ୍ଠା ବିହୀନ ହୋଇଥାନ୍ତି, କାରଣ ପ୍ରଭୁଙ୍କର ଉପସ୍ଥିତିରେ ସମସ୍ତ ବୈଭବ ତୁଛ ଲାଗେ, ଏଠାରେ ଭାବ ଆପେ ଆପେ ଜାଗ୍ରତ ହୁଏ, ଭକ୍ତି ମନ ମଧ୍ୟରେ ସ୍ଵଂୟକ୍ରିୟ ଭାବରେ ସଞ୍ଚରି ଯାଏ । କୌଣସି ଇନ୍ଦ୍ରିୟ ବା ନାଶବନ ଶରୀରର ସ୍ଥିତି କିଛି ଅନୁଭୂତ ହୁଏନି ।
କି ସୁନ୍ଦର ଅବସ୍ଥା କେବଳ ପ୍ରେମମୟ ଆତ୍ମା ନିଜ ସ୍ରଷ୍ଠା ପରମାତ୍ମା ଙ୍କ ସହ ଏକ ବିଶେଷ ସ୍ଥିତି ବା ଅବସ୍ଥାରେ ଅବସ୍ଥାନ କରୁଥାଏ. ଏହି ଶାଶ୍ୱତ ଓ ଚିରନ୍ତନ ସହାବସ୍ଥାନ ପ୍ରତ୍ୟେକ ଜୀବର ପରମ କାମ୍ୟ ହୋଇଥାଏ । ସବୁଠାରୁ ଉନ୍ନତ, ବିବେକବାନ ମଣିଷ ତେଣୁ ତାର ଅନ୍ତିମ ଅଭିଳାଷରେ ସର୍ବଦା ବୈକୁଣ୍ଠ ବାସ ଆଶା ରଖିଥାଏ । ମୁଁ ଆଗରୁ କହିଛି ପରଂବ୍ରହ୍ମଙ୍କ ନିବାସ ସ୍ଥାନ ବୈକୁଣ୍ଠରେ । କେବଳ ଆତ୍ମା ଓ ପରମାତ୍ମା ବାସ କରନ୍ତି । ତେବେ ଶରୀର ଧାରୀ ମଣିଷ ସେଠାରେ ପହଞ୍ଚିବ କିପରି ? ସେଥିପାଇଁ ତ ମର୍ତ୍ତ୍ୟ ବୈକୁଣ୍ଠ ନୀଳାଚଳ ଧାମ ସୃଷ୍ଟି ହୋଇଛି, ଏଠି ପରଂବ୍ରହ୍ମ ଶ୍ରୀଜଗନ୍ନାଥ, ଠିକ ଶରୀର ଧାରୀ ମଣିଷଙ୍କ ଭଳି ଲୀଳା କରୁଛନ୍ତି ।
ଶାସ୍ତ୍ର କହିଛି ‘ଲୋକବତ୍ତ ତୁ ଲୀଳା କୈବଲ୍ୟଂ ‘ଅର୍ଥାତ ମାନୁଷିଲୀଳା ରେ ପ୍ରଭୁ ଏଠି ବୈକୁଣ୍ଠ ର ସମସ୍ତ ପଚୁର୍ଯ୍ୟ ଭରି ଏକ୍ଷେତ୍ର କୁ ମର୍ତ୍ୟବୈକୁଣ୍ଠ ର ମର୍ଯ୍ୟାଦା ପ୍ରଦାନ କରିଛନ୍ତି। ଯୋଗୀ ମୁନିମାନେ ଏ କ୍ଷେତ୍ରରେ ଲୁକାଇତ ଭାବରେ ରହି ନିତି ପରମପୁରୁଷ ଶ୍ରୀଜଗନ୍ନାଥଙ୍କ ସହ ଭାବରେ ମଜ୍ଜିଛନ୍ତି, ରାସରେ ମାତିଛନ୍ତି, ନାହିଁ କୌଣସି ବୈଭବ ପ୍ରତି ଆଶା ନାହିଁ । କାହା ପ୍ରତି ବୈରୀ ଭାବ, ମନ କୁଣ୍ଠାହୀନ ପ୍ରଭୁ ପ୍ରେମରେ ସର୍ବଦା ମତ୍ତ । ଏଭଳି ସ୍ଥିତି ଆମ ସମସ୍ତଙ୍କର ଆସିପାରିବ, କିନ୍ତୁ ସେଥିପାଇଁ ସାଧନା ଲୋଡ଼ା । ସାଧନାର ସମସ୍ତ ବୈଭବ ପ୍ରାପ୍ତି ପାଇଁ ପ୍ରଥମେ ସଂଯମୀ ଓ ପ୍ରଭୁ ପ୍ରେମୀ ମନ ଓ ହୃଦୟ ଦରକାର । ପ୍ରଥମେ ମନ ଓ ହୃଦୟକୁ ନିର୍ମଳ କରନ୍ତୁ ତାପରେ ସାଧନା ଆରମ୍ଭ କରିବା, ଏବେ ଭଗବାନଙ୍କ ଚିନ୍ତନ ;
“ବ୍ରହ୍ମlନଦଂ ପରମ ସୁଖଦଂ କେବଳଂ ଜ୍ଞାନମୂର୍ତ୍ତିଂ, ଦ୍ବନ୍ଦାତିତଂ ଗଗନ ସଦୃଶ୍ୟଂ ତତ୍ତ୍ୱମସ୍ୟାଦିଲକ୍ଷ୍ୟମ
ଏବଂ ନିତ୍ୟଂ ବିମଳଚଳଂ ସର୍ବଧିସାକ୍ଷୀ ଭୂତଂ, ଭାବାତୀତଂ ତ୍ରିଗୁଣରହିତଂ ସଦଗୁରୁଂ ତଂ ନମାମି.”(ଗୁରୁ ଗୀତା )
ଏଠାରେ ଭଗବାନ ରୂପୀ ସଦଗୁରୁଙ୍କୁ ପ୍ରଣାମ କରାଯାଇଛି ।
ଜୟ ଜଗନ୍ନାଥ
Comments are closed.