ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୫୬
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଉପାସନା ନିର୍ଗୁଣ ନିରାକାର ରୂପେ ଅବା ସଗୁଣ ସାକାର ରୂପେ କରିବା ବିଷୟରେ ଆମେ ଅଳ୍ପେ ବହୁତେ ଜାଣିଲେ କିନ୍ତୁ ଏ କଳିଯୁଗରେ ଅନ୍ୟ ଏକ ସର୍ବମାନ୍ୟ ଉପାସନାର ଉପାୟ ମଧ୍ୟ ପ୍ରଚଳିତ ଅଛି। ଶାସ୍ତ୍ର ଅନୁସାରେ କୁହାଯାଏ ସତ୍ୟଯୁଗେ ଧ୍ୟ୍ୟନ (ତପସ୍ୟା ), ତ୍ରେତୟାରେ ଯଜ୍ଞ, ଦ୍ୱାପରରେ ପରିଚର୍ଯ୍ୟl (ସେବା )ଓ କଳିଯୁଗରେ ନାମ ସଂକୀର୍ତ୍ତନ ହେଉଛି ପ୍ରଧାନ ଉପାୟ। ବୃହନ୍ନାରଦୀୟ ପୁରାଣ କହେ “ତସ୍ମାନ ସମସ୍ତଲୋକlନାଂ ହିତମେବ ମୟୋଚ୍ୟତେ, ହରିନାମ ପରାନ ମର୍ତ୍ୟlନ ନ କଳିବ୍ରାଧତେ କ୍ଵଚିତ ହରେନାମୈବ ନାମୈବ ନାମୈବ ମମ ଜୀବମ, କଲୌ ନାସ୍ତେବ ନାସ୍ତେବ ନାସ୍ତେବ ଗତିରନ୍ୟଥା ।” ଅର୍ଥାତ କଳି ଯୁଗରେ ହରି ନାମ ବିନା ଅନ୍ୟ ଗତି ନାହିଁ, ମର୍ତ୍ୟରେ ହରି (ଶ୍ରୀଜଗନ୍ନାଥ ) ନାମ ସର୍ବଦା କୀର୍ତ୍ତନ କରୁଥିବା ବ୍ୟକ୍ତିଙ୍କୁ କଳିଯୁଗର ପ୍ରଭାବ ପଡିବ ନାହିଁ। ଏହି କଥାକୁ ଅତି ସୁନ୍ଦର ଭାବେ ବୁଝାଇ ଉଭୟ ନିର୍ଗୁଣ ଓ ସଗୁଣ ବ୍ରହ୍ମଙ୍କୁ ଏକାକାର କରି କିପରି ପ୍ରଣବରୁ ନାମ ଜନ୍ମ ତାହା କଵି ଅଚ୍ୟୁତାନନ୍ଦ ଦାସଙ୍କ ଭାଷାରେ ଏପରି ବର୍ଣ୍ଣିତ ।
“ଶୂନ୍ୟକୁ ଓଁକାର ହେଲା ଓଁକାରୁ ଶୂନ୍ୟ
ଏହି ଅଟେ ନାମ ବ୍ରହ୍ମ ହେତୁକରି ଘେନ,
ଅ, ଉ, ମ, ତ୍ରିବିଜ ମିଳି ଓଁକାର ଜ୍ୟୋତି,
ବ୍ରହ୍ମl, ବିଷ୍ଣୁ, ମହେଶ୍ୱର ଏଥିରୁ ଉତ୍ପତି,
ତ୍ରିବିଜ ରୁ ନାମ ଜାତ ହୋଇଲା ଯୁକତେ,
ସେହି ନାମ ବ୍ରହ୍ମ ଅନାମରେ ଥାଏ ନିତ୍ୟେ । (ଛୟାଳିଶ ପଟଳ )
ଏହାକୁ ବିଶ୍ଳେଷଣ ନକରି କେବଳ ନାମ ଓ ଅନାମ କଥା ଚିନ୍ତା କରିବା, ଏଠାରେ କହିରଖେ ସାଧକ ଅଚ୍ୟୁତାନନ୍ଦ ଦାସ ଜଣେ ଶୂନ୍ୟବାଦୀ ଓ ନିରାକାର ବ୍ରହ୍ମଙ୍କ ଉପାସକ। ତେଣୁ ସେ ନାମକୁ (ସାକାର )ଓ ଅନାମକୁ (ନିରାକାର )ଭାବରେ ଉପାସନା କରିବା କଥା କହଛନ୍ତି। ଏହାର ଆଉ ଟିକିଏ ତର୍ଜମା କରି ପୁଣି କଵି ଅଚ୍ୟୁତାନନ୍ଦ ଦାସ ଲେଖିଛନ୍ତି
“ଅନାମରୁ ନାମ ଜନମ ହୋଇ
ଅଣ ଅକ୍ଷର କୁ ଅନାମ କହି
ନାମଟି ଅଟଇ ଏକା ଅକ୍ଷର
ଗୀତା ଭlଗବତ ଏକଥା ସାର ।”
ସତରେ ଯେପରି ନିର୍ଗୁଣରୁ ସଗୁଣ ହେବାର ଇଛା କଲେ ପରଂବ୍ରହ୍ମ। ସେହିପରି ଅନାମ ରୁ ନାମ ସୃଷ୍ଟି ହେଲା, ଯେପରି ଏକ ଅକ୍ଷର ଓଁ ପରେ ସମସ୍ତ ବେଦ, ବେଦାନ୍ତ, ଉପନିଷଦ, ଗୀତା, ଭାଗବତ ପ୍ରଭୃତି ସୃଷ୍ଟି କଲା, ସେହିପରି ଏକ ଅକ୍ଷରବ୍ରହ୍ମ ରୁ ବହୁ ଶବ୍ଦବ୍ରହ୍ମ ସୃଷ୍ଟି ହେଲେ. ସେ ଯାହା ଵି ହେଉ କଳି ଯୁଗର ମୁକ୍ତି ପଥ କେବଳ ନାମ କୀର୍ତନ, ଏହି ନାମର ମହତ୍ୱ ଅନେକ ତେଣୁ ଆଗକୁ ଜାରି ରଖିବା। ଏବେ କିନ୍ତୁ ସଂକୀର୍ତ୍ତନର ସମୟ, ଆସନ୍ତୁ ଭଜିବା ନାମ । ”
ଏ ଦାରୁବ୍ରହ୍ମ ଜଗନ୍ନାଥ
ନାମ ବ୍ରହ୍ମ ଖ୍ୟାତ ଜଗତ,
ଏହାଙ୍କ ଉପାସନା କର,
ତରିବ ସଂସାର ସାଗର ।”
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.