ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୨୯
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଗର୍ଭଗୃହର ଆକାର ହେଉଛି ୩୦ ଫୁଟରେ ୩୦ ଫୁଟ। ଏହାରି ମଧ୍ୟରେ ରତ୍ନସିଂହାସନର ଲମ୍ବ ୧୬ ଫୁଟ, ପ୍ରସ୍ଥ ୧୩ ଫୁଟ ଓ ଉଚ୍ଚତା ୪ ଫୁଟ ଅଟେ। ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ ଏହା ପ୍ଲଟ ନମ୍ବର ୧ (ଏକ )ରେ ଅବସ୍ଥିତ। ଏହା ଉପରେ ମୁଗୁନି ପଥର ନିର୍ମିତ୍ତ ତିନିଟି ଚକା ରହିଛି ଯାହା ଉପରେ ଶ୍ରୀଜୀଉମାନେ ଉପବେଶନ କରନ୍ତି। ସମଗ୍ର ରତ୍ନ ସିଂହାସନଟି ମଧ୍ୟ କଳା ମୁଗୁନି ପଥରରେ ନିର୍ମିତ୍ତ ହୋଇଛି। ଏହାର ସାତଗୋଟି ଅଙ୍ଗ ଅଛି ଯଥା, ପିଣ୍ଡି, କୁମ୍ଭ, ବନ୍ଧ, କlନ୍ଥି, ଅଳସା, ସ୍ତମ୍ଭ, କନକ ମୁଣ୍ଡାଇ ଓ ଅନ୍ତଗୃହୀ ପିଣ୍ଡିରେ ଠାକୁର ବିଜେ କରନ୍ତି। କୁମ୍ଭ ବନ୍ଧରେ ନବଗ୍ରହ ଓ ବଇଠା ବସେ, କlନ୍ଥିରେ ମଇଲମ ହୋଇଥିବା ପ୍ରସାଦି ମାଳ ଚୁଳ ରଖାଯାଏ। ସ୍ତମ୍ଭ ଓ କନକ ମୁଣ୍ଡାଇରେ ଚାନ୍ଦୁଆ ବନ୍ଧା ଯାଏ।
ଏହି କନକ ମୁଣ୍ଡିଟି କାଠରେ ନିର୍ମିତ୍ତ ଅଟେ ଯାହାର ରାକ୍ଷଣା ବେକ୍ଷଣ ଦାୟିତ୍ୱ ବଡ଼ଓଡ଼ିଆ ମଠ ଉପରେ ନ୍ୟସ୍ତ । ଏଥିରେ ବନ୍ଧା ଯାଉଥିବା ଚାନ୍ଦୁଆ କିନ୍ତୁ ରାଘବଦାସ ମଠ ଦିଅନ୍ତି। ଏଠି କିଏ କ’ଣ କଲା ବା କିଏ କ’ଣ ଦେଲା ତାହା କୌଣସି ପ୍ରଭାବ ରଖେନା। କିନ୍ତୁ ସ୍କନ୍ଦ ପୁରାଣ କହେ ରତ୍ନ ସିଂହାସନରେ ଅଧିଷ୍ଠିତ ଚତୃଦ୍ଧl ମୂର୍ତ୍ତି ଭକ୍ତଙ୍କୁ ଚୌବର୍ଗ (ଧର୍ମ, ଅର୍ଥ, କାମ, ମୋକ୍ଷ ) ପ୍ରଦାନ କରିଥାନ୍ତି । ଯିଏ ଯେପରି ଭାବରେ ଡାକେ ସେ ସେହିଭଳି ଫଳ ପାଏ। “ଚତୁବର୍ଗପ୍ରଦୋ ଦେବ ଯୋଯଥା ତତ ବିଭlବୟତେ, ସର୍ବ ରୂପ ମୟୋହ୍ୟେଷ ସର୍ବରୂପମୟଃ ପ୍ରଭୂ, ଆରାଧ୍ୟତେ ଯଥାଯେନ ତଥା ତସ୍ୟ ଫଳପ୍ରଦ। “ ତେବେ ଆସନ୍ତୁ ରତ୍ନ ସିଂହାସନରେ ବିଜେ କରିଥିବା ତିନି ମୁଖ୍ୟ ପ୍ରତିମାଙ୍କୁ ହଳୀ, ହରି ଓ ବ୍ରହ୍ମl ଜ୍ଞାନ କରି ଆରାଧନା କରିବା। କାରଣ ଶୁଦ୍ରମୁନି ସାରଳା ଦାସଙ୍କ ଭାଷାରେ
ରତ୍ନସିଂହାସନେ ବିଜେ ଏ ତିନି ପ୍ରତିମା
ମଧ୍ୟେ ବିଜୟ କରନ୍ତି ହଳୀ, ହରି,ବ୍ରହ୍ମା “
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.