ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୨
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟରେ ସମୁଦାୟ ୨୨ ଗୋଟି ମଣ୍ଡପ ଅଛି। ତାହାର ଉପଯୋଗ ଅନୁସାରେ ନାମ କରଣ କରାଯାଇଛି। ଯଥା ରତ୍ନମଣ୍ଡପ, ଦେବସଭା ମଣ୍ଡପ, ସ୍ନାନ ମଣ୍ଡପ, ଭେଟ ମଣ୍ଡପ, ଚାହାଣି ମଣ୍ଡପ, ମlଜଣା ମଣ୍ଡପ,ନାଭିକଟା ମଣ୍ଡପ, ନିର୍ମାଲ୍ୟ ମଣ୍ଡପ, ଅଚିନ୍ତା ମଣ୍ଡପ, ଜଳକ୍ରୀଡା ମଣ୍ଡପ, ଭୋଗ ମଣ୍ଡପ, ନାଟ ମଣ୍ଡପ, ବୈକୁଣ୍ଠ ମଣ୍ଡପ, ବକୁଳ ମଣ୍ଡପ, ବଲ୍ଲଭ ମଣ୍ଡପ, ଅନ୍ତର୍ବେଦୀ ମଣ୍ଡପ, ଯଜ୍ଞ ମଣ୍ଡପ, ବଳି ମଣ୍ଡପ, ପ୍ରସାଦ ମଣ୍ଡପ ଓ ମୁକ୍ତି ମଣ୍ଡପ ଇତ୍ୟାଦି। ଏଥି ମଧ୍ୟରେ ମୁକ୍ତି ମଣ୍ଡପର ସ୍ୱତନ୍ତ୍ର ସ୍ଥାନ ଓ ଉପଯୋଗ ଅଛି। କାରଣ ଶ୍ରୀମନ୍ଦିର ପରିଚାଳନା ସହ ମୁକ୍ତି ମଣ୍ଡପରେ ବସିବାର ଅଧିକାର ପାଇଥିବା ବ୍ରlହ୍ମଣ ମାନଙ୍କ ଏକ ସଭା ଜଡିତ ଥିଲା। ଇତିହାସ କହେ କଳାପାହାଡ଼ ଦ୍ୱାରା ଧ୍ୱସ୍ତବିଧ୍ୱସ୍ତ ଶ୍ରୀମନ୍ଦିର ସହ ମୁକ୍ତିମଣ୍ଡପ ର ପୁନଃ ଉଦ୍ଧାର କାର୍ଯ୍ୟ ଭୋଇ ବଂଶ ର ପ୍ରତିଷ୍ଠାତା ପ୍ରଥମ ରାମଚନ୍ଦ୍ର ଦେବ ଙ୍କ ସମୟରେ (୧୫୬୮ -୧୬୦୭)କରାଯାଇଥିଲା। ସେ ମଧ୍ୟ ପୁରୀ ନିକଟରେ ଷୋହଳ ଗୋଟି ବ୍ରlହ୍ମଣ ଶାସନ ବସାଇ, ସେହି ଶାସନ ମାନଙ୍କର ବୈଦିକ ବ୍ରlହ୍ମଣମାନଙ୍କୁ ମୁକ୍ତି ମଣ୍ଡପରେ ବସିବାର ଅଧିକାର ଦେଇଥିଲେ। ପ୍ରତ୍ୟେକ ଶାସନର ପ୍ରତୀକ ହିସାବରେ ନୂତନ ମଣ୍ଡପରେ ଷୋହଳ ଗୋଟି ସ୍ତମ୍ଭ ଓ ଛାତ ନିର୍ମାଣ କରିଥିଲେ। କିନ୍ତୁ ଶାସ୍ତ୍ର ରେ ଏହି ସ୍ତମ୍ଭ ଗୁଡିକର ସ୍ୱତନ୍ତ୍ର ନାମ ଅଛି “ଶୁଭଦଂ ବିଜୟଂ, କୃଷ୍ଣଂ ଶ୍ରୀମନ୍ତଂ ମଙ୍ଗଳଂ ଗୁରୁମ୍, ଜୟ ଧନଦ କଲ୍ୟାଣୀ ଶୁଭଂ ଶାନ୍ତଂ ମନୋହରମ୍ରୁ ଦ୍ଧିଂ ସିଦ୍ଧିଂ ବିଚିତ୍ରଂ ଚ ଦିବ୍ୟରୂପ ମନୁକ୍ରମlତ, ମଣ୍ଡପ ସ୍ତମ୍ଭନାମାନି ଷୋଡଶୈତାନ୍ୟ ସଂଶୟଃ “ଅର୍ଥାତ ଶୁଭଦ, ବିଜୟ, କୃଷ୍ଣ, ଶ୍ରୀମାନ, ମଙ୍ଗଳ, ଗୁରୁ, ଜୟ, ଧନଦ, କଲ୍ୟାଣୀ, ଶୁଭ, ଶାନ୍ତ, ମନୋହର, ରିଦ୍ଧି, ସିଦ୍ଧି, ବିଚିତ୍ର, ଓ ଦିବ୍ୟ ନାମରେ ଷୋହଳ ସ୍ତମ୍ଭ ବିରାଜମାନ କରିଛନ୍ତି।
ପ୍ରଥମେ ଷୋହଳ ଶାସନରୁ ୧୬ ଜଣ ବତିଶ କରବାଡ଼ରୁ ଚାରି ଜଣ ଓ ରାଜଗୁରୁଙ୍କୁ ମିଶାଇ ୨୧ ଜଣ ଏହି ସଭାରେ ବା ମଣ୍ଡପରେ ବସିବାର ଓ ପରିଚାଳନାଗତ ସମସ୍ୟାର ସମାଧାନ ନିର୍ଣ୍ଣୟର ଅଧିକାର ପାଇଥିଲେ. ବର୍ତ୍ତମାନ ଏହି ସମୀକରଣ ବଦଳି ଯାଇଛି । ଆଗାମୀ ଅଧ୍ୟାୟରେ ତାହା ଆଲୋଚନା କରିବା, ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ।
ଧନ୍ୟ ଜୀବନ ଏ ଜଗତେ
ଯେ ପ୍ରାଣ ଧରେ ପରହିତେ ।
ଧନ୍ୟ ଜୀବନ ଧନ୍ୟ ତାର
ଦୁର୍ଲଭ କର୍ମ ଏ ବେଭାର ।
ମୁଁ ଏହା ବୃକ୍ଷଙ୍କର ସ୍ଥାନୁ
ଶିଖିଲି ପର୍ବତ ଗହନୁ ।
ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )
Comments are closed.