ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୪
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ତଥ୍ୟ ଆଲୋଚନା ପ୍ରସଙ୍ଗରେ ଆମେ ଜାଣୁଛେ “ମୁକ୍ତି ମଣ୍ଡପ “କୁ,ବର୍ତ୍ତମାନ ସ୍ଥିତିରେ କେବଳ ମଣ୍ଡପ ନୁହେଁ, ଶ୍ରୀମନ୍ଦିର ପରିଚାଳନାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ମୁକ୍ତି ମଣ୍ଡପ ବ୍ରlହ୍ମଣ ସଭା କଥା ମଧ୍ୟ କିଛି ଆଲୋଚନା କରିଛେ,। ଏହିକ୍ରମେ ଜାଣିବା ସେହି ବ୍ରlହ୍ମଣ ଶାସନ ଗୁଡିକର ନାମ, ଯେଉଁ ମାନେ ଏହି ସଭାର ସଦସ୍ୟ ଅଟନ୍ତି। ଯାହା ଏହିପରି : ୧ . ବୀର ହରେକୃଷ୍ଣପୁର ୨ . ବୀର ପ୍ରତାପପୁର ୩ . ବୀର କିଶୋରପୁର ୪ . ବୀର ରାମଚନ୍ଦ୍ରପୁର ୫ . ବୀର ବଳଭଦ୍ରପୁର ୬ . ବୀର ନରସିଂହପୁର ୭ . ବୀର ଗୋବିନ୍ଦପୁର ୮. ବୀର ପୁରୁଷୋତ୍ତମପୁର ୯ . ଶ୍ରୀ ରାମଚନ୍ଦ୍ରପୁର ୧୦ . ଶ୍ରୀ ମକୁନ୍ଦପୁର ୧୧ . ଶ୍ରୀପୁରୁଷୋତ୍ତମପୁର ୧୨ . ପ୍ରତାପ ପୁରୁଷୋତ୍ତମପୁର ୧୩ . ବିଶ୍ୱନାଥପୁର ୧୪ . ବିଶ୍ୱନାଥପୁର ସାମିଲ ନୂଆଗାଁ ୧୫ . ଗୋପୀନାଥ ପୁରଶାସନ ୧୬ . ଦାମୋଦରପୁର ଶାସନ ୧୭ . ବୀର ଶ୍ରୀଜଗନ୍ନାଥପୁର ୧୮ . ରାୟ ଚକ୍ରଧରପୁର ୧୯ . ଜଗନ୍ନାଥ ବିଦ୍ୟାଧରପୁର ୨୦ . ଗୋବିନ୍ଦପୁର ୨୧ . ବାସୁଦେବପୁର ୨୨ . ପଟ୍ଟଯୋଶୀପୁର ୨୩ . ରାୟଗୁରୁ ପୁର ୨୪ . ସରିକିଆ ବୀରକେଶରୀ ପୁର ୨୫ . କହେଁଇବିଦ୍ୟାଧରପୁର ତଥା ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଓ ଅନlନ୍ୟ ବେଦଜ୍ଞ ପଣ୍ଡିତ ବ୍ରlହ୍ମଣମାନେ।
ଏହା ମୁକ୍ତି ମଣ୍ଡପ ବ୍ରlହ୍ମଣ ସଭା କିନ୍ତୁ ମୁକ୍ତି ମଣ୍ଡପ ଓ ତାର ଅଧିକାରୀଙ୍କ ସଭା ପୃଥକ। କିନ୍ତୁ ଦୁଇଟି ଯାକ ସଭା ମୁକ୍ତି ମଣ୍ଡପରେ ବସିବାର ଅଧିକାରୀ ଅଟନ୍ତି। ସ୍ୱୟଂ ପ୍ରଭୁଙ୍କର ପ୍ରଥମ ସେବକ ଗଜପତି ମହାରାଜ ତେଣୁ ଶ୍ରୀଜୀଉମାନଙ୍କୁ ରତ୍ନ ସିଂହାସନରେ ଦର୍ଶନ କରି, ଆସି ମୁକ୍ତି ମଣ୍ଡପରେ ମୁଣ୍ଡ ଲଗାଇ ପ୍ରଣାମ କରନ୍ତି ଓ ଦକ୍ଷିଣ ଦ୍ୱାର ଦେଇ ଫେରିଥାନ୍ତି। ଦର୍ଶନlର୍ଥୀ ଭକ୍ତମାନେ ମଧ୍ୟ ନିଜର ମୁକ୍ତି କାମନା କରି ମୁକ୍ତି ମଣ୍ଡପରେ ମଥା ଲଗାଇ ବ୍ରହ୍ମଣମାନଙ୍କ ଆଶ୍ରିବାଦ ନେଇଥାନ୍ତି।
“ବ୍ରହ୍ମlସନଂ ନମସ୍ତେଅସ୍ତୁ ସର୍ବ କଲ୍ମଷ ନାଶକମ, ଯଜ୍ଞାଗଂ ଭୁର୍ଭରଂ ବନ୍ଦେ ବେଦlଙ୍ଗlୟ ନମୋନମଃ ।” ଏହି ମଣ୍ଡପରେ ଶ୍ରାବଣମାସ ଶୁକ୍ଳପକ୍ଷ ଦଶମୀରୁ ସାତଦିନ ବ୍ୟାପି ଝୁଲଣ ଯାତ୍ରା ଅନୁଷ୍ଠିତ ହୁଏ। ଏଥିରେ ମଦନ ମୋହନ, ଶ୍ରୀଦେବୀ, ଭୂଦେବୀ ସୁସଜ୍ଜିତ ଝୁଲଣରେ ବିଜେ କରନ୍ତି। କାର୍ତ୍ତିକ ଶୁକ୍ଳ ସପ୍ତମୀ ତିଥିରେ ମୁକ୍ତି ମଣ୍ଡପ ତରଫରୁ ଶ୍ରୀମନ୍ଦିରରେ ଷୋଳଶାସନ ଭୋଗ ଲାଗି କରାଯାଏ। ପ୍ରତିଦିନ ମୁକ୍ତି ମଣ୍ଡପରେ ଅଧିଷ୍ଠିତ ଗଣେଶଙ୍କ ପାଇଁ କୋଠଖଞ୍ଜାରୁ ବଲ୍ଳଭ କୋରା ଛଅ ଗୋଟି ଓ କାଳୀଙ୍କ ପାଖରେ ଦୁଇ ଥାଳି ମହାପ୍ରସାଦ ସମର୍ପଣ କରାଯାଏ ଓ ବ୍ରlହ୍ମଣମାନଙ୍କୁ ପ୍ରଦାନ କରାଯାଏ। ଏଠାରେ ଏତିକି କହିବି ଯେ ଉଭୟ ମୁକ୍ତି ମଣ୍ଡପ ଓ ମୁକ୍ତି ମଣ୍ଡପ ସଭା ଅତ୍ୟନ୍ତ ପବିତ୍ର ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଶ୍ରୀମନ୍ଦିରରେ ଅଧିକାର କରିଛନ୍ତି। ତେଣୁ ଉଭୟଙ୍କୁ ପ୍ରଣାମ କରି, ଆସନ୍ତୁ କରିବା ଆରାଧନା ଓ ଭାଗବତ ପାଠ ।
ପଞ୍ଚ ପରାଣ ନିଜ ପିଣ୍ଡେ
ହୋମ କରିବ ଅଗ୍ନି କୁଣ୍ଡେ ।
ଏମନ୍ତେ ଯୋଗ ଅବଧାରୀ
ଅନ୍ତେ ପଶିବ ମୋର ପୁରୀ ।
ଯେବେ ତା ପୂର୍ବ ଭାଗ୍ୟ ବଶେ
ବୈରାଗ୍ୟ ଉପୁଜେ ବିଶ୍ୱାସେ ।
ତାହାକୁ ଇହ ପର ଲୋକ
ଦିଶଇ ନାନା ଦୁଃଖ ଶୋକ ।
ତେଵେ ସକଳ ତ୍ୟାଗ କରି
ସନ୍ୟାସ ରୂପେ ଦଣ୍ଡ ଧରି ।
ଜୟ ଜଗନ୍ନାଥ, (ଦ. ତ୍ରୀ. ଉବାଚ )
Comments are closed.