ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୮
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପାବନ କ୍ଷେତ୍ରରେ ମାର୍କଣ୍ଡେୟ ତୀର୍ଥ ବିଷୟରେ ବିଷଦ ଆଲୋଚନ କରିବା ପୂର୍ବରୁ ଆମେ ତୀର୍ଥ ସମ୍ବନ୍ଧରେ କିଛି କଥା ଜାଣିନେବା। ସାଧାରଣ ଭାବରେ ତୀର୍ଥ କହିଲେ ଏକ ପାପମୋଚନ କ୍ଷେତ୍ର ଏକ ସାର୍ବଜନୀନ ପୁଣ୍ୟ ସ୍ଥାନ, ପୁଣ୍ୟତୋୟଲ ନଦୀ ଇତ୍ୟାଦିଙ୍କୁ ବିବେଚନା କରାଯାଏ।
ଏହି ପରିପ୍ରେକ୍ଷୀରେ ଆମେ ତିନି ପ୍ରକାର ତୀର୍ଥ ଦେଖିଥାଉ। ୧. ସ୍ଥାବର ୨ . ଜଙ୍ଗମ ୩ . ମାନସ । ଆମ ଆଲୋଚିତ ମାର୍କଣ୍ଡେୟ ପୁଷ୍କରିଣୀ ସ୍ଥାବର ତୀର୍ଥ ଭାବରେ ପରିଚିତ ଅଟନ୍ତି। ବ୍ରହ୍ମପୁରାଣ ଅନୁସାରେ ମାର୍କଣ୍ଡେୟ ସରୋବରକୁ ସ୍ୱୟଂ କୃଷ୍ଣଙ୍କ ସହ ତୁଳନା କରାଯାଏ। ଯଥା “ମାର୍କଣ୍ଡେୟୋ ବଟକୃଷ୍ଣ ରୌହିଣୟ ମହୋଦଧି, ଇନ୍ଦ୍ରଦ୍ୟୁମ୍ନ ସରଶ୍ଚଇବ ପଞ୍ଚ ତୀର୍ଥ ବିଧିସୃତଃ ” ଅର୍ଥାତ ମାର୍କଣ୍ଡେୟ ସରୋବର ସାକ୍ଷାତ କୃଷ୍ଣ /ଜଗନ୍ନାଥ, ରୌହିଣେୟ ବଳଭଦ୍ର ବିବେଚିତ ହୁଅନ୍ତି । ପୂର୍ବରୁ ଆଲୋଚନା କରିଥିଲେ ଏଠାରେ ଉଭୟ ହରି ଓ ହର ପୂଜିତ। ବର୍ତ୍ତମାନ ପୁଷ୍କରିଣୀ ସ୍ୱୟଂ ହରି ଭାବରେ ବିବେଚିତ ଓ ତଟରେ ପୂଜିତ ମାର୍କଣ୍ଡେଶ୍ୱର ମହାଦେବ (ହର ) ଏହି ପୁଷ୍କରଣୀ କୂଳରେ ରହିଛି ସପ୍ତମାତୃକା ମନ୍ଦିର। ତେଣୁ ଏହି ପାବନ ତୀର୍ଥଟି ହରି, ହର ଓ ଶକ୍ତି ପୂଜାର ଅପୂର୍ବ ସମାହାର ପୀଠ ଭାବରେ ଉଡ୍ଡୀୟାନ ତନ୍ତ୍ର ପୀଠର ଏକ ମହାର୍ଘ୍ୟ ସ୍ଥଳି । ଏହାର ସୃଷ୍ଟି ଇତିହାସ ସ୍ପଷ୍ଟ ନଥିଲେ ମଧ୍ୟ୍ୟ, ଅନୁମାନରେ ୮୧୧ ରୁ ୮୨୯ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହା ସୃଷ୍ଟି ହୋଇଛି।
ସ୍କନ୍ଦ ପୁରାଣ କହେ ଏହା ପ୍ରଳୟ କlଳରେ ବାଲମୁକୁନ୍ଦଙ୍କ ପଦାଘାତରେ ଏହି ପୁଷ୍କରିଣୀ ସ୍ୱୟଂ ସୃଷ୍ଟି ହୋଇଛି। ସମ୍ପୂର୍ଣ ପୌରାଣିକ ତଥ୍ୟ ଜାଣିବା ଆଗାମୀ ଅଧ୍ୟାୟରେ । ଏବେ ଆରାଧନା, ଭାଗବତ ପଠନ।
ମୁଁ ସର୍ବ ଆତ୍ମା ଅଧିଶ୍ୱର
ମୋହର ନାହିଁ ପରlପର ।
ଏଭାବେ ମୋତେ ଯେ ଚିନ୍ତଇ
ବଚନ ସିଦ୍ଧି ତାର ହୋଇ ।
ଭୂତ ଭବିଷ୍ୟ ବର୍ତ୍ତମାନ
ମୋର ଭକ୍ତିରେ ଶୁଦ୍ଧ ମନ।
ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )
Comments are closed.