ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୫୦
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରରେ ସ୍ଥିତ ପ୍ରାଚୀନ ତୀର୍ଥ ମାର୍କଣ୍ଡ ପୁଷ୍କରିଣୀର ଉତ୍ପତ୍ତି ବିଷୟ କିଛି ଆଲୋଚନ କରାଯାଇଥିଲା ।
ଗୋଟିଏ ମତ ଅନୁସାରେ ସ୍ୱୟଂ ବିଷ୍ଣୁ ଏହି ଗର୍ତ୍ତ ଟି ମାର୍କଣ୍ଡ ଋଷିଙ୍କ ପାଇଁ ନିର୍ମାଣ କରିଥିଲେ। କିନ୍ତୁ ଅନ୍ୟ ଏକ ମତ ଅନୁସାରେ ଭଗବାନ ସ୍ୱୟଂଶ୍ରୀକ୍ଷେତ୍ରର ପ୍ରଶଂସା କରି କହିଲେ “ଏ ପୁରୁଷୋତ୍ତମ କ୍ଷେତ୍ର ନିତ୍ୟ ଓ ଶାଶ୍ୱତ। ଏଠାରେ ସୃଷ୍ଟି ସ୍ଥିତି ଓ ପ୍ରଳୟର କୌଣସି ପ୍ରଭାବ ନଥାଏ। ନରକର ମଧ୍ୟ ପ୍ରଭାବ ଏକ୍ଷେତ୍ରରେ ନଥାଏ। ଏହା ଶୁଣି ମାର୍କଣ୍ଡେୟ ଋଷି କୃତ୍ୟ କୃତ୍ୟ ହୋଇ ଭଗବାନଙ୍କୁ ପାର୍ଥନା କଲେ ଏହି କ୍ଷେତ୍ରରେ ସ୍ଥାନ ଦେବାକୁ। ଶେଷରେ କଳ୍ପବୃକ୍ଷର ବାୟୁ କୋଣରେ ନିଜେ ମାର୍କଣ୍ଡ ଋଷି ତପସ୍ୟା ରତ ହେଲେ। ତାଙ୍କ ଦ୍ୱାରା ସ୍ଥାପିତ ଶିବ ଲିଙ୍ଗ ସମୟରେ ମାର୍କଣ୍ଡେଶ୍ୱର ହିସାବରେ ପୂଜିତ ହେଲେ । ଯେଉଁ ଖାଲ ମଧ୍ୟରେ ରହି ଶିବ ଆରାଧନା ଦ୍ୱାରା ମାର୍କଣ୍ଡ ଋଷି ମୃତ୍ୟୁକୁ ଜୟ କଲେ ତାହା ପରବର୍ତୀ ସମୟରେ ମାର୍କଣ୍ଡ ସରୋବର ନାମରେ ନାମିତ ହେଲା। ଆଜି ବି ବିଶ୍ୱାସ ଅଛି ଯେଉଁ ଭକ୍ତ ବେଦୋକ୍ତ ପଞ୍ଚବlରୁଣ ମନ୍ତ୍ର ପାଠ କରି ଏହି ସରୋବରରେ ସ୍ନାନ କରିବେ ଏବଂ ଗାଇବେ “ନମଃ ଶିବାୟ ଶାନ୍ତlୟ ସର୍ବ ପାପହରାୟ ଚ. ସ୍ନାନଂ କରୋମୀ ଦେବେଶ ମମ ନଶ୍ୟତୁ ପାତକମ ସଂସାର ସାଗରେ ମଗ୍ନଂ ପାପଗ୍ରସ୍ତମ ଚେତନମ, ତ୍ରାହିମାଂ ଭବନେତ୍ରଘଂତ୍ରିପୁରାରେ ନମୋଅସ୍ତୁତେ। ଅର୍ଥାତ ହେ ଦେବେଶ ସର୍ବ ପାପ ବିନାଶକାରୀ ମଙ୍ଗଳମୟ ଶାନ୍ତମୂର୍ତ୍ତି ମୁଁ ଏହି ତୀର୍ଥରେ ସ୍ନାନ କଲିମୋର ସମସ୍ତ ପାପ ଦହନ କରନ୍ତୁ.ମୋତେ ଆପଣ ଉଦ୍ଧାର କରନ୍ତୁ ସ୍କନ୍ଦ ପୁରାଣ ଅନୁଯାୟୀ ଜ୍ୟେଷ୍ଠ ମାସ ଶୁକ୍ଳ ଦଶମୀରେ ପଞ୍ଚତୀର୍ଥରେ ସ୍ନାନ କରି ମାର୍କଣ୍ଡେଶ୍ୱର ମହାଦେବଙ୍କ ଦର୍ଶନ ଲାଭ କଲେ ମୁକ୍ତି ମିଲିବ।
ଜୟ ଜଗନ୍ନାଥ (ଦ.ତ୍ରି ଉବାଚ )