ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୫୯
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରେମରେ ଅନେକ ରାଜକୁମାରୀ ନିଜକୁ ଉତ୍ସର୍ଗ କରିଛନ୍ତି । ଆଜି ପଟିଆ ରାଜକୁମାରୀଙ୍କ ବିଷୟରେ ଜାଣିବା, ଯିଏ କି ଯବନ ହରିଦାସ ଠାକୁରଙ୍କ (ଜଣେ ସଦଗୁରୁ )ଶିଷ୍ୟା ଥିଲେ ଓ ତାଙ୍କର ନାମ ଥିଲା ଶଚିଦେବୀ । ସେ ଦୀକ୍ଷା ଗ୍ରହଣ ପରେ ସାନ୍ୟାସିନୀ ଭାବରେ ଶ୍ୱେତ ଗଙ୍ଗା କୂଳରେ ଥିବା ସର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ଘରେ ରହିବାକୁ ଆସି ଦେଖିଲେ ଗୃହଟି ପ୍ରାୟ ଭଗ୍ନ ଅବସ୍ଥlରେ ଓ ପୂଜିତ ଠାକୁର ଶ୍ରୀରାଧା ଦାମୋଦର ଖୁବ ଅସହାୟ ପରିସ୍ଥିତିରେ ଅଛନ୍ତି । ଏହା ୧୬୩୦ ମସିହା ବା ତାପରର ଘଟଣା ।
ଶଚିଦେବୀ ସେଠାରେ ରହି ଠାକୁର ସେବା ସହ ସବୁଦିନ ଶ୍ରୀମଦ ଭାଗବତ ମହାପୁରlଣ ପlରାୟଣ ଓ ପ୍ରବଚନ କରିବାକୁ ଲାଗିଲେ । ଗଜପତି ମୁକୁନ୍ଦଦେବଙ୍କ କାନରେ ଶଚିଦେବୀଙ୍କ ଖ୍ୟାତି ପଡିଲା । ସେ ନିଜେ ଆସି ଭାଗବତ ଶ୍ରବଣ କରି, ସେହି ଆଶ୍ରାମକୁ ଶଚିଦେବୀଙ୍କୁ ଦାନ କଲେ ଓ ତାର ଅବସ୍ଥା ସୁଧାରିଲେ । ସନ୍ୟାସିନୀ ଶଚିଦେବୀ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଥିଲେ ଓ ପ୍ରତିଦିନ ଦର୍ଶନ କରୁଥିଲେ । ଥରେ ଦୁର୍ଲଭ ଗଙ୍ଗା ସ୍ନାନ ଯୋଗ ପଡିଲା । ଶ୍ରୀକ୍ଷେତ୍ର ଓ ଠାକୁରଙ୍କ ସେବା ଛାଡି ଯାଇ ପାରିବେନି ଭାବି ଶଚିଦେବୀ ଶ୍ରୀଜଗନ୍ନାଥଙ୍କ ଶରଣ ପଶିଲେ । ସେଦିନ ରାତ୍ରିରେ ସ୍ବପ୍ନ ହେଲା ଗଙ୍ଗା ସ୍ନାନ ତିଥିରେ ତୁମେ ଶ୍ୱେତଗଙ୍ଗା ପୁଷ୍କରିଣୀରେ ସ୍ନାନ କରିବ । ତୁମ୍ଭ ପାଇଁ ଏଠାରେ ଗଙ୍ଗାମାତା ଆବିର୍ଭୁତ ହେବେ । ତାହା ହିଁ ହେଲା ଶ୍ୱେତଗଙ୍ଗା ନାମ ସାର୍ଥକ କରି ଏହି ପୁଷ୍କରିଣୀରେ ସ୍ନାନ ଗଙ୍ଗା ସ୍ନାନ ସହ ସମାନ ହେଲା ।
ଗଜପତି ମୁକୁନ୍ଦଦେବ ଶଚିଦେବୀଙ୍କ ଶିଷ୍ୟ ହେଲେ । ସୁଦୂର ରାଜସ୍ଥାନରେ ପୂଜିତ ଶ୍ରୀକୃଷ୍ଣଙ୍କ ରସିକରାୟ ବିଗ୍ରହ ଆସି ଏଠାରେ ପ୍ରତିଷ୍ଠା ପାଇଲେ ; ଯାହା ବର୍ତ୍ତମାନ ମଧ୍ୟ ଏହି ଆଶ୍ରମରେ ଶ୍ରୀରାଧାଙ୍କ ସହ ଉପାସିତ ହେଉଛନ୍ତି । ପୌରାଣିକ ମଠ କର୍ମାଙ୍ଗୀରେ ମଧ୍ୟ ଏହି ପୁଷ୍କରଣୀ ରେ ଗଙ୍ଗାମାତା ଙ୍କ ଅବ୍ରିଭାବ ବିଷୟରେ ଉଲ୍ଲେଖ ଅଛି ରାଜା ନୃପକେଶରୀଙ୍କ ସମୟରେ ଗଙ୍ଗା ନାମଧାରୀ ଜଣେ ସାନ୍ୟାସିନୀ ଗଙ୍ଗାମାତାଙ୍କୁ ଏଠାରେ ପ୍ରକଟ କରାଇ ଥିଲେ । ଗଙ୍ଗlମାତା ପ୍ରସନ୍ନ ହୋଇ ଏହି ପୁଷ୍କରିଣୀରେ ସର୍ବଦା ବାସ କରିବାର ପ୍ରତିଶୃତି ଦେଲେ । ଆଉ କହିଲେ ଯେଉଁ ଭକ୍ତମାନେ ଶ୍ରୀମନ୍ଦିରରେ କୈବଲ୍ୟ ଓ ମହାପ୍ରସାଦ କଣିକା ପାଦରେ ମାଡି ପାପ ଅର୍ଜୁଛନ୍ତି, ସେମାନେ ଏହି ଜଳରେ ପାଦଧୌତ କରି ତାଙ୍କ ପାପ ଖଣ୍ଡନ କରିପାରିବେ ।
ଶାସ୍ତ୍ର କହିଛି ଜଗନ୍ନାଥ ଅନ୍ନବ୍ରହ୍ମ ସାକ୍ଷାତ କୈବଲ୍ୟ ଦାୟକ । ଇତି 6ଜ୍ଞୟ ବଦ ବ6ତ୍ସ ଲୋକେ ଲୋକହାନlର୍ଥୟେ, ।” ସେ ଯାହା ବି ହେଉ ଶ୍ୱେତଗଙ୍ଗା ପୁଷ୍କରିଣୀ ସହ ପାବନୀଗଙ୍ଗାଙ୍କ ସମ୍ପର୍କ ସ୍ବୀକାର୍ଯ୍ୟ ନିଶ୍ଚିତ । ଆଗାମୀ ଅଧ୍ୟାୟରେ ଜାଣିବା ମୁକ୍ତିଶିଳା ସମ୍ପର୍କରେ । ଆଜି ଆରାଧନା ଓ ଭାଗବତ ପଠନର ସମୟ ।
ଉତ୍ତମ ପୁଣ୍ୟ ତୀର୍ଥ ଜଳେ
ସ୍ନାନ କରିବ ତିନି ବେଳେ ।
ପଞ୍ଚ ଅନଳ ଗ୍ରୀଷ୍ମ କାଳେ
ତାପ ସହିବ ତପ ବଳେ ।
ବରଷା କାଳେ ବରଷଣ
ସହିବ ତହିଁର କଷଣ ।
ଆକଣ୍ଠ ମଗ୍ନ ଶୀତ ଜଳେ
ରାତ୍ରେ ବଞ୍ଚିବ ଶୀତକାଳେ ।
ଏମନ୍ତେ ନାନା ଦୁଃଖ ସହି
ତପ କରିବ ବନେ ଥାଇ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ)
Comments are closed.