ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାର ଏକ ପ୍ରମୁଖ ଓ ପ୍ରାଚୀନ ସ୍ଥଳ ହେଇଛି କଳ୍ପ- ବଟ, ଏହି କଳ୍ପବଟ ତଳେ ମା ବଟମଙ୍ଗଳା ବା ସର୍ବ ମଙ୍ଗଳାଙ୍କ ମନ୍ଦିର ଓ ମୂର୍ତ୍ତି ବିଷୟରେ ଆଲୋଚନା କରିଥିଲେ। ବର୍ତ୍ତମାନ ଜାଣିବା ତାଙ୍କରି ରୀତିନୀତି ଓ ଯାନିଯାତ୍ରା। ପାଳନ ବିଧି ଇତ୍ୟାଦି ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ କୋଠରୁ ଦୈନିକ ବଲ୍ଳଭ ଭୋଗ ହିସାବରେ କୋରା ଗୋଟିଏ ଓ କାକରା ଗୋଟିଏ, ସକାଳଧୂପ ପାଇଁ ଖେଚୁଡ଼ି ଏକ ଓଳି, ଓ ମଧ୍ୟାହ୍ନ ଧିପ ପାଇଁ ଓରିଆ ଏକ ଓଳି ଖଞ୍ଜା ଅଛି ।
ପର୍ବପର୍ବାଣି ମଧ୍ୟରେ ଷୋଳପୂଜା, କାଳୀ ପୂଜା, ଓଢଣଷଷ୍ଠୀ, କୁମାରପୂର୍ଣ୍ଣିମା, ଶିବରାତ୍ରି ଓ ଦୋଳ ପୁର୍ଣିମା ରେ ବିଶେଷ ନୀତି ପାଳିତ ହୋଇ ଥାଏ।ଷୋଳପୂଜା ଅବସରରେ ମାଙ୍କର ବିଭିନ୍ନ ବେଶ ଅନୁଷ୍ଠିତ ହୁଏ। ଯଥା ମୂଳା ଅଷ୍ଟମୀରେ ବନଦୁର୍ଗା ବେଶ, ନବମୀରେ ଅନ୍ନପୂର୍ଣ୍ଣା, ଦଶମୀରେ ବଗଳା ବେଶ, ଏକାଦଶୀରେ ହରଚଣ୍ଡୀ, ଦ୍ୱାଦଶୀରେ ମାତଙ୍ଗିନୀ, ତ୍ରୟୋଦଶୀରେ ରାଜରାଜେଶ୍ବରୀ, ଚତୁର୍ଦ୍ଦଶୀରେ ମହାଲଷ୍ମୀ, ଅମାବାସ୍ୟରେ ସିଂହବାହିନୀ, ପ୍ରତିପଦା ରେ ଭୁବନେଶ୍ୱରୀ, ଦ୍ଵିତୀୟା ରେ ସିଧେଶ୍ବରୀ, ତୃତୀୟାରେ ଉଗ୍ରତlରା, ଚତୁର୍ଥୀରେ ସରସ୍ବତୀ, ପଞ୍ଚମୀରେ କୃଷ୍ଣକାଳୀ, ଷଷ୍ଠୀରେ ଦଶଭୁଜା, ସପ୍ତମୀରେ ଭଗବତୀ, ମହାଅଷ୍ଟମୀ ରେ ନାରାୟଣୀ, ନବମୀରେ ଜୟଦୁର୍ଗା ଓ ଦଶହରାରେ ଅପରାଜିତା ବେଶ ହୁଅନ୍ତି।ମାଙ୍କୁ ଦୀପାବଳି ଦିନ କାଳୀ ବେଶ କରାଯାଏ। ଏହି ଦିନମାନଙ୍କରେ ମନ୍ଦିର ପ୍ରଶାସନ ଦ୍ୱାରା ନିଯୁକ୍ତ ପୂଜା ଓ ଚଣ୍ଡୀ ପାଠ କରନ୍ତି । ବିଶେଷ ଭୋଗ ଭାବରେ ମନ୍ଦିର ତରଫରୁ ଗୋଟିଏ ମୁଆଁ ଦିଆଯାଏ। ଶିବରାତ୍ରି ଓ ଦୋଳପୂର୍ଣ୍ଣିମାରେ ଚଣା ଓ ଖଜା ମିଳେ। ଓଢଣଷଷ୍ଠୀରେ ନୂଆ ବସ୍ତ୍ର, କୁମାର ପୂର୍ଣ୍ଣିମାରେ ନୂଆ ଲୁଗା, ଷୋଳ ପୂଜାରେ ପତନି ମିଳେ। ନିର୍ଦ୍ଧାରିତ ପ୍ରତିହାରୀ ସେବକମାନେ ପାଳି ଅନୁସାରେ ସେବା କରିଥାନ୍ତି। ଆସନ୍ତୁ ଏବେ ଯୋଗମାୟା ସ୍ୱରୂପା ମା ବାଟମଙ୍ଗଳାଙ୍କୁ ଦଶମହାବିଦ୍ୟା ଶ୍ଲୋକରେ ଆରାଧନା କରିବା “କୃଷ୍ଣସ୍ତୁ କାଳିକା ଦେବୀ ଶ୍ରୀରାମ ତାରିଣୀ ତଥା, ଭାର୍ଗବ ଷୋଡଶୀ ବିଦ୍ୟା ବାମନୋ ଭୁବନେଶ୍ୱରୀ, ମତ୍ସ୍ୟସ୍ତୁ ବଗଳା ଦେବୀ ବରାହୋ ଛିନ୍ନମସ୍ତକା, ଧୁମବତୀ କୂର୍ମ ରୁପା ନୃସିଂହୋ ଭୈରବି ସ୍ୱୟଂ ବୁଦ୍ଧ ରୁପା ମହାଲଷ୍ମୀ ମାତାଙ୍ଗୀ କଳ୍କୀ ରୂପିଣୀ, ଏତେ ଦଶ ମହା ବିଦ୍ୟା ଅବତାରଃ ହରେଦ୍ଧଶଃ । ”
ଜୟ ମା ସର୍ବମଙ୍ଗଳା, ଜୟ ଜଗନ୍ନାଥ
(ଦ. ତ୍ରି. ଉବାଚ )
Comments are closed.