ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦେବଯାନ ଦର୍ଶନର ପ୍ରଥମ ସୋପାନରେ ଆମେ ପହଞ୍ଚି ଯାଇଛେ ଶ୍ରୀଜଗନ୍ନାଥଙ୍କ ଗୁରୁ ବା ଈଶାନ ଭାବରେ ପରିଚିତ ଶ୍ରୀ ଐଶାନେଶ୍ୱରଙ୍କ ପାଖରେ,ଯାହାଙ୍କ ମନ୍ଦିରଟି ବଉଳମାଳ ପଥରରେ ନିର୍ମିତ ଓ ଉଭୟ ରେଖ ଶୈଳୀ ଓ ପୀଢ ଶୈଳୀର ନିର୍ମାଣ ଏଠାରେ ଦେଖିବାକୁ ମିଳେ, ଅର୍ଥାତ ଦୁଇଟି ରେଖ ଶୈଳୀ ମଧ୍ୟରେ ମଝି ଅଂଶ ଟି ପୀଢ ଶୈଳୀ ର ଅଟେ। ମନ୍ଦିରର ଉଚ୍ଚତା ବେଢା ପତନ ଠାରୁ ପ୍ରାୟ ୧୮ ଫୁଟ ଅଟେ। ଭୂମି ଭିତରେ ଗର୍ଭ ଗୃହ ରହି ଥିବା ବେଳେ, ଜଗମୋହନର ଉଚ୍ଚତା ୧୫ ଫୁଟ ଅଟେ। ମନ୍ଦିରର ମୂଖ୍ୟ ପ୍ରବେଶ ଦ୍ୱାର ବାମ ପଟେ ପ୍ରାୟ ଦେଢ଼ ଫୁଟ ଉଚ୍ଚା ବୃଷଭ ମୂର୍ତ୍ତି ବିଦ୍ୟମାନ ଓ ଡାହାଣ ପଟେ ରହିଛି ୨୨ ଗୋଟି ପlବଚ୍ଛ, ଯାହାକୁ ଅତିକ୍ରମ କଲେ ଆମେ ପହଞ୍ଚିବା ଗର୍ଭଗୃହ ମଧ୍ୟରେ, ପ୍ରାୟ ୫/୫ ଫୁଟ ର ଗର୍ଭଗୃହଟି ମାର୍ବଲ ଦ୍ୱାରା ଆଚ୍ଛାଦିତ ହୋଇଛି । ଏହାରି ଉପରେ ୨ /୨ ଫୁଟ ଆୟତନର ଶକ୍ତି ଓ ଏକ ଫୁଟ ଉଚ୍ଚତାର ଲିଙ୍ଗ ସହ ଧାତୁ ନିର୍ମିତ୍ତ ପ୍ରାୟ ତିନି ଫୁଟ ଉଚ୍ଚତାର ନାଗ ବିରାଜମାନ କରିଛନ୍ତି । ଶକ୍ତି ଏଠାରେ ଉତ୍ତରାଭିମୁଖୀ ଅଟନ୍ତି ।
ଏହି ଗର୍ଭଗୃହ କାନ୍ଥରେ କୈଳାସ ପର୍ବତ ସହ ନଦୀ ଓ ତାହା ସହିତ ପ୍ରଭୁ ଶିବ, ପାର୍ବତୀ ଓ ଗଣେଶଙ୍କ ଭାସ୍କର୍ଯ୍ୟ ଦୃଷ୍ଟିଗୋଚର ହୁଏ । ମନ୍ଦିର ଦ୍ୱାର ଉପରେ ନବଗ୍ରହ ଓ କ୍ଷୁଦ୍ର ଲଷ୍ମୀ ପ୍ରତିମା ବିଦ୍ୟମାନ, ଦ୍ୱାରର ଦୁଇ ପାର୍ଶ୍ଵରେ ନନ୍ଦୀ ଓ ଭୃଙ୍ଗୀ ବିରାଜିତ, ଜଗମୋହନ ରେ ପ୍ରଭୁ ବାନାମ୍ବରଙ୍କ ଚିତ୍ର ପ୍ରତିମା ଶୋଭା ପାଉଛି। ଜନୈକ ମାଳି ସେବକ ଏହାଙ୍କ ଦୈନିକ ସେବା ପୂଜା କରିଥାନ୍ତି, ତାଙ୍କ ଅନୁପସ୍ଥିତି ରେ ଜଣେ ପଣ୍ଡା ଏହି କାର୍ଯ୍ୟ ତୁଲାଇଥାନ୍ତି ।
ଦୈନିକ ନୀତି ସକାଶେ କୋଠରୁ ବଲ୍ଳଭ ଏକ ଓଳି ଖଞ୍ଜା ହୋଇଛି । ୨୦୦୪ ମସିହା ରୁ ଅଖଣ୍ଡ ଦୀପ ଜାଳିବା ପାଇଁ କୋଠରୁ ଦୈନିକ ୧୦୦ ଗ୍ରାମ ରାଶିତେଲ ମିଳୁଛି। ଦୈନିକ ସେବା ଭିତରେ ପ୍ରାତଃ ସ୍ନାନ, ଫୁଲ ବେଶ ବଲ୍ଳଭ ଭୋଗ, ଦ୍ବିପ୍ରହର ମଇଲମ ବେଶ ଓ ଖଇ କୋରା ଭୋଗ, ସନ୍ଧ୍ୟାରେ କର୍ପୁର ଆଳତି ତଥା ରାତ୍ରରେ କ୍ଷୀର, ଖୁଆ ଓ କଦଳୀ ଭୋଗ ହୁଏ ତାପରେ ପହୁଡ଼ ନୀତି ହୋଇଥାଏ। ବିଶେଷ ପର୍ବ ପର୍ବାଣୀ ଓ ଅନ୍ୟାନ୍ୟ ତଥ୍ୟ ଜାଣିବା ଆଗାମୀ ଅଧ୍ୟlୟରେ ଜାଣିବା ବର୍ତମାନ ଆରାଧନା ଓ ଭାଗବତ ପଠନ ।
“ମୁଁ ଗୁଣ ଗୁଣୀ ମୁହିଁ ଜୀବ
ନିର୍ଗୁଣ ମୁହିଁ ସଦାଶିବ।
ମୁଁ ଆତ୍ମା ସର୍ବଜୀବ ଦେହୀ
ମୋ ବିନୁ ସ୍ଥୁଳ ସୁକ୍ଷ୍ମ ନାହିଁ ।
କେ ମୋତେ ତ୍ରିଭୁବନେ ଜାଣେ
କେ ଅବା ସୁକ୍ଷ୍ମରେଣୁ ଗଣେ ।”
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.