Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦେବଯାନ ଦର୍ଶନ କ୍ରମରେ ଆମେ ଦର୍ଶନ କରିଲେ ଶ୍ରୀ ଐଶାନେଶ୍ୱର ମହାଦେବଙ୍କୁ, ଜାଣିଲେ ତାଙ୍କ ଦୈନିକ ରୀତିନୀତି ସମ୍ପର୍କରେ। ଯେହେତୁ ଏହି ମନ୍ଦିର ଶ୍ରୀମନ୍ଦିର ନିର୍ମାଣ ପୂର୍ବରୁ ନିର୍ମିତ୍ତ ହୋଇ ଥିବାର ଅନୁମାନ କରାଯାଉଛି। ତେଣୁ ଯଥାରୀତି ପୁରୀ ସଦର ଥାନା ଅନ୍ତର୍ଗତ ଶାସନ ଦାମୋଦରପୁର (ନରସିଂହ ବଲ୍ଳଭ )ନିବାସୀ ବିଶ୍ୱନାଥ ମହାପାତ୍ରଙ୍କ ବଂଶଧର ମlନେ ଆଜି ପର୍ଯ୍ୟନ୍ତ ବଂଶlନୁକ୍ରିକ ଭାବରେ ଶ୍ରୀ ଐଶାନେଶ୍ୱରଙ୍କ ସେବାପୂଜା କରି ଆସୁଛନ୍ତି। ପରେ ଏହା ଶ୍ରୀମନ୍ଦିର ସହ ସଂଶ୍ଲିଷ୍ଠ ହୋଇ ଶ୍ରୀଜଗନ୍ନାଥଙ୍କ ରୀତିନୀତି ସହ ଜଡିତ ହୋଇଛନ୍ତି। ତେଣୁ ଅଶୋକlଷ୍ଟମୀ ତିଥିରେ ଭଣ୍ଡାର ଘରୁ ଶ୍ରୀଲୋକନାଥ, ଶ୍ରୀ ଐଶାନେଶ୍ୱର ମହାଦେବଙ୍କ ଗର୍ଭଗୃହକୁ ବିଜେ କରନ୍ତି ଉକ୍ତଦିନ ଭିତରଛ ମହାପାତ୍ର ସେବକ ହିସାବରେ ପ୍ରଥମେ ଐଶାନେଶ୍ୱର ମହାଦେବଙ୍କୁ ଅଶୋକ କଢି ଓ ଫୁଲ ଲାଗି କରିବା ପରେ ଉକ୍ତ ଅଶୋକ କଢି ଓ ଫୁଲ ଇତ୍ୟାଦି ଶ୍ରୀ ଲୋକନାଥଙ୍କୁ ଅର୍ପଣ କରିଥାନ୍ତି। ସେହିପରି ବୈଶାଖ ମାସରେ ଐଶାନେଶ୍ୱରଙ୍କ ଜଳଶାୟୀ ଉତ୍ସବ ହୋଇଥାଏ। ଜାଗର ଅମାବାସ୍ୟା ଦିନ ଏଠାରେ ବିଶେଷ ପୂଜା ନୀତି ପାଳିତ ହୁଏ। ସମୟ ସମୟରେ ଭକ୍ତମାନେ ନିଜର ମାନସିକ ପୂଜା କରିଥାନ୍ତି ଓ ଅଭିଷ୍ଟ ପୂରଣ ପାଇଁ ରୁଦ୍ରାଭିଷେକ ମଧ୍ୟ ଭକ୍ତଙ୍କ ଅନୁରୋଧରେ ଅନୁଷ୍ଠିତ ହୋଇଥାଏ। ବିଶେଷତଃ ପଶ୍ଚିମ ବଙ୍ଗ ଓ ମାରୁଆଡ଼ି ସମ୍ପ୍ରଦାୟର ଭକ୍ତମାନେ ଏଠାରେ ନିଜର ମାନସିକ ପୂଜନ କରିଥାନ୍ତି। ଆସନ୍ତୁ ତେଵେ ଆମର ଅଭିଳାଷ ପୂରଣ ପାଇଁ ପ୍ରଭୁ ଐଶାନେଶ୍ୱରଙ୍କୁ କରିବା ଆରାଧନା
“ନମଃ ସ୍ୱୟଂ ଉରୁହ୍ରାୟ ତ୍ରମ୍ବକାୟ ନମୋ ନମଃ, ନମଃ କାଳlୟ ଘୋରାୟ ଐଶାନ୍ୟାଧି ପତେ ନମଃ ”
ଅର୍ଥାତ ହେ ଐଶାନେଶ୍ୱର ! ତୁମେ ସ୍ୱୟଂ ପ୍ରକାଶ, ତୁମେ ରୁଦ୍ର, ତୁମେ ତ୍ର୍ୟମ୍ବକ, ତୁମେ କାଳ ଏବଂ ଘୋର ସର୍ବୋପରି ତୁମେ ଐଶାନ୍ୟ ଦିଗ ଅଧିପତି, ତୁମକୁ ପ୍ରଣାମ କରୁଛୁ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.