Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାର ନୈଋତ କୋଣରେ ମା ବିମଳାଙ୍କ ମନ୍ଦିରରେ ଆମେ ପ୍ରବେଶ କରିଛେ। ଆସନ୍ତୁ ପ୍ରଥମେ ନାଟ ମଣ୍ଡପରେ ଥିବା ୪୪ ଯୋଗିନୀଙ୍କ ଚିତ୍ର ପ୍ରତିମା ସହ ଷୋଡଶ ମାତୃକାଙ୍କ ଚିତ୍ର ପ୍ରତିମା ଦର୍ଶନ କରିବା। ସ୍ବର୍ଗତ ଲୋକନାଥ ପୂଜାପଣ୍ଡା ଏହି ୪୪ ଯୋଗିନୀଙ୍କୁ ଚି଼ହ୍ନଟ କରି ତାଙ୍କର ନାମ କରଣ କରିଛନ୍ତି। ୧. ଘାତିନୀ ୨. ଘୋର ଦୃଷ୍ଟି ୩ . ଅପରାଜିତା ୪ . ଫିଟିକାରି ୫ . ଚଣ୍ଡରୁପା ୬ . କଙ୍କାଳୀ ୭ . କାଳରାତ୍ରି ୮ . ବାଳପୁତଡା ୯ . ବାଳ ପାତିନି ୧୦ . ନିତ୍ୟାକ୍ଲିନା ୧୧ . ରକ୍ତାନ୍ଧି ୧୨ . ପ୍ରଚଣ୍ଡା ୧୩ . କୁନ ସୁନ୍ଦରୀ ୧୪ . ନାଗିନୀ ୧୫ . ତ୍ୱରୀତା ୧୬ . ନୀଳପତାକା ୧୭ . କୌମାରି ୧୮ . ସୁତିକା ଯୋଗିନୀ ୧୯ . ଜୟଦୁର୍ଗା ୨୦ . ଭଦ୍ର ବରାହୀ ୨୧ . ନାରାୟଣୀ ୨୨ . ଗୌରୀ ୨୩ . ବ୍ରlହ୍ମଣୀ ୨୪ . ଭୈରବୀ ୨୫ . ଲଳିତା ୨୬ . ସୌମ୍ୟ ନାରାୟଣୀ ୨୭ . ସ୍ବପ୍ନ ବରାହୀ ୨୮ . ଜ୍ୱାଳା ମାଳିନୀ ୨୯ . କରlଳିନୀ ୩୦ . ନାରସିଂହି ୩୧ . କୁରୁକୁଲ୍ୟା ୩୨ . ରକ୍ତାକ୍ଷୀ ୩୩ . ସିଂହ ବାହିନୀ ୩୪ . କୃଷ୍ଣ କାଳୀ ୩୫ . ଚାମୁଣ୍ଡି ୩୬ . ବାରୁଣୀ ୩୭ . ଶୁମ୍ଭ ପ୍ରହlରିଣୀ ୩୮ . ପିଶାଚି ୩୯ . ବୀର କେଶୀ ୪୦ . କାଚଣ୍ଡୀ ୪୧ . ନିଶାଚରି ୪୨ . ଘୋର ସିଂହାସନୀ ୪୩ . ପ୍ରତ୍ୟଙ୍ଗିରା ଓ ୪୪ . ଭୋଜିନୀ.ପ୍ରସିଦ୍ଧ ।

ଚଉଷଠି ଯୋଗିନୀଙ୍କ ମଧ୍ୟରେ ମା ବିମଳାଙ୍କ ପାର୍ଶ୍ଵ ଦେବୀ ହିସାବରେ ଏହି ୪୪ ଜଣ ରହିଥିବାର ଅନୁମାନ କରାଯାଏ। ସ୍ଥଳ ବିଶେଷରେ ନାମର ପ୍ରାର୍ଥକ ଦୃଷ୍ଟି ଗୋଚର ହେଲେ ମଧ୍ୟ ଏହି ଯୋଗିନୀମାନଙ୍କ ଉପସ୍ଥିତି ଏହାକୁ ଏକ ପ୍ରମୁଖ ତନ୍ତ୍ର ପୀଠର ମାନ୍ୟତା ଦିଏ। ତନ୍ତ୍ର ସହ ପରଂବ୍ରହ୍ମଙ୍କ ଲୀଳା ମଧ୍ୟ ଏଠାରେ ଦୃଷ୍ଟି ଗୋରର ହୁଏ। ଏହି ମଣ୍ଡପର ଉପରି ଭାଗରେ ଶ୍ରୀକୃଷ୍ଣ ଲୀଳାମୂର୍ତ୍ତି ଚିତ୍ରିତ ହୋଇଛି । ନାଟ ମଣ୍ଡପର ଦ୍ୱାର ଦୁଇ ପାର୍ଶ୍ଵରେ ଦୁଇଜଣ ଭୈରବୀ ବିଦ୍ୟମାନ, ଯାହାଙ୍କ ନାମ ଲୋକମୁଖରେ ସରଖlଇ ଓ କ୍ଷୀରଖାଇ। ଏହି ମଣ୍ଡପରେ ସାଧକମାନେ ଚଣ୍ଡୀ ସାଧନା କରିବା ସହ ଚଣ୍ଡୀ ପାଠ କରିଥାନ୍ତି। ପୂର୍ବେ ଏହିଠାରେ ମlହାରୀ ନୃର୍ତ୍ୟ ପ୍ରଦର୍ଶିତ ହେଉଥିଲା। ଏହି ମଣ୍ଡପ ସଂଲଗ୍ନ ଦର୍ଶନୀ ମଣ୍ଡପରେ ଅତ୍ୟନ୍ତ କାରୁକାର୍ଯ୍ୟ ପୂର୍ଣ୍ଣ ଶ୍ରୀଗଣେଶ ଓ ଶ୍ରୀ କାର୍ତ୍ତିକେୟଙ୍କ ମୂର୍ତ୍ତି ବିରାଜିତ । ସବୁଠାରୁ ସୁନ୍ଦର ଓ ବିରଳ ମୂର୍ତ୍ତି ଠିକ ରୋହିଣୀ କୁଣ୍ଡ ସମ୍ମୁଖ ଭାଗରେ ଓ ଦେବୀ ମନ୍ଦିର ସାମ୍ନାରେ ଅବସ୍ଥିତ। ଯଥା ହସ୍ତୀ ଶୁଣ୍ଢରେ କବଳିତ ଏକ ବୀର ପୁରୁଷ ତଥା ହସ୍ତୀ ସିଂହ ଦ୍ୱାରା ଆକ୍ରାନ୍ତ ମୂର୍ତ୍ତି। ଯାହାଙ୍କ ଦର୍ଶନ ପରେ, ଦେବୀ ଦର୍ଶନର ବିଶେଷ ଧାରା ପ୍ରଚଳିତ ଅଛି। ଆଗକୁ ଆହୁରି ରୋଚକ ତଥ୍ୟ ଜାଣିବା ଏବେ ସମୟ ଆରାଧନାର ।

“ଧ୍ୟାୟେଦ ବିଦ୍ୟୁତ ସମପ୍ରଭାମୁଡ଼ଡିୟାନପୁରେଶ୍ଵରିମ ନୃମୁଣ୍ଡକୁଣ୍ଡଳୀକୁମ୍ଭାନ ଦଧାନାଂ ପରମେଶ୍ୱରିମ, ଅକ୍ଷମାଳାଧରାଂ ଦେବୀଂ ସର୍ବଶକ୍ତିପ୍ରଦାୟିନାମ ପଦ୍ମପାଦମହଂ ବନ୍ଦେ ବିମଳାଂ ବିମଳପ୍ରଦମ ।”

ଜୟ ମା ବିମଳା
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.