Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୨୬

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ସ୍ୱୟଂ କଳି ଯୁଗର ଆରାଧ୍ୟ ଠାକୁର, ଏଠାରେ ଶାସ୍ତ୍ର ପ୍ରମାଣ ଦିଏ । ଉଭୟ ଶିଳାବ୍ରହ୍ମ(ନୀଳମାଧଵ )ଓ ଦାରୁବ୍ରହ୍ମ (ଶ୍ରୀଜଗନ୍ନାଥ )ଏହି କଳିଯୁଗର ପ୍ରତୀକ କଳାରଙ୍ଗ ବା ଇନ୍ଦ୍ରନୀଳମଣି ରଙ୍ଗ ଧାରଣ କରନ୍ତି । ଭାଗବତ କହେ : “କୃଷ୍ଣବର୍ଣ୍ଣଂ ତ୍ଵିଷl କୃଷ୍ଣଂ ସlଙ୍ଗୋପାଙ୍ଗାସ୍ତ୍ର ପlର୍ଷଦମ, ଯଜ୍ଞଐ ସଂକୀର୍ତନପ୍ରାଐଯର୍ଜନ୍ତି ହି ସୁମେଧଶଃ । ” ଅର୍ଥାତ ଶ୍ରୀବିଗ୍ରହଙ୍କ ଅଙ୍ଗ କୃଷ୍ଣ ବର୍ଣ୍ଣ । ସେ ହୃଦୟ ଆଦି ଅଙ୍ଗ ଓ କୌସ୍ତୁଭ ଆଦି ଅସ୍ତ୍ର, ଏବଂ ସୁନନ୍ଦ ଆଦି ପାର୍ସଦ ଦ୍ୱାରା ସଂଯୁକ୍ତ ରହନ୍ତି । କଳିଯୁଗରେ ମଧ୍ୟ ଯଜ୍ଞ ଦ୍ୱାରା ଓ ପ୍ରଭୁଙ୍କର ନାମ ତଥା ଗୁଣ କୀର୍ତ୍ତନ ଦ୍ୱାରା ଆରାଧନା କରାଯାଏ । ଏହି ତତ୍ତ୍ୱକୁ ସ୍କନ୍ଦ ପୁରାଣ ମଧ୍ୟ ସ୍ୱୀକାର କରେ । ତେଣୁ ବିଶ୍ୱାବସୁ ଶବର ବିଦ୍ୟlପତିଙ୍କୁ ନୀଳମାଧବ ଦର୍ଶନ କରାଇବା ସମୟରେ କହୁଛନ୍ତି । “ନୀଳଜିମୂତ ସଂକାଶଂ ବିକଚାମ୍ବୁଜ ଲୋଚନମ୍, ଶରତ ପୂର୍ଣ୍ଣଇନ୍ଦୁ ବଦନଂ ନାନା ଅଳଙ୍କାର ଶୋଭନମ, ତତପୂର୍ଣ୍ଣଂ କାରଣ ଅମ୍ଭଭି ସ୍ପର୍ଶନାଦେବ ମୁକ୍ତିଦମ, ତସ୍ୟପ୍ରାକତଟମାସ୍ଥାୟ ନିଁଳେନ୍ଦ୍ରିମଣି ନିର୍ମିତ୍ତ । ” ଅର୍ଥାତ ମହାପ୍ରଭୁ ଇନ୍ଦ୍ରନୀଳମଣି ରଙ୍ଗ ସଦୃଶ୍ ।

ଯେପରି ନୀଳମଣିରୁ ଉଜ୍ବଳକାନ୍ତି ଧାରା ବିଛୁରିତ ହୁଏ ସେହିପରି ପ୍ରଭୁଙ୍କର ଅଙ୍ଗ ଛଟା, ଯାହାଙ୍କୁ ଦର୍ଶନ ମାତ୍ରେ ମୁକ୍ତି ମିଳେ, ତାଙ୍କର ମୁଖ ମଣ୍ଡଳ ପୂର୍ଣ୍ଣଚନ୍ଦ୍ର ପରି ଓ ସେ ନାନା ଅଳଙ୍କରରେ ଶୋଭିତ ଅଟନ୍ତି । ସେହି ପ୍ରଭୁ ଶ୍ରୀଜଗନ୍ନାଥ କଳିଯୁଗରେ ଶରଣ ରକ୍ଷଣ ବାନା ଉଡାଇଛନ୍ତି । ନିଜ ଭକ୍ତର ସମସ୍ତ ଆତ୍ରୀ ଓ ବିପଦ ନାଶନ କରି ସଂସାର ସାଗରରେ ଏକ ପୋତ ସଦୃଶ୍ୟ ହୋଇ ଭବପାରାବାର ପାରି କରନ୍ତି । ଆଗାମୀ ସମୟରେ ଭବସାଗର ପାରି ହେବା ପାଇଁ କେବଳ ନାମ ସଂକୀର୍ତନ ର କିଭଳି ଆବଶ୍ୟକତା ଅଛି ତାହା ଆଲୋଚନା କରିବା, ଏବେ ଆରାଧନାର ସମୟ । “ଚତୃଚାହ ନମସ୍ତୁଭ୍ୟଂ ଚତୁରାତ୍ମନ ନମସ୍ତୁତେ, ନମଃ ପଞ୍ଚସ୍ୱରୂପାୟ ପାଞ୍ଚକାଳିକ ଯୋଗିଭି । “(ଶ୍ରୀ ରାମାନୁଜାଚlର୍ଯ୍ୟ)

ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Comments are closed.