Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।

ୟ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଶ୍ରୀକ୍ଷେତ୍ର ରେ ପବିତ୍ର ଶାରଦୀୟ ଦୁର୍ଗା ପୂଜା (ଷୋଳ ପୂଜା )ପାଇଁ ଆଚାର୍ଯ୍ୟ, ପୂଜକ ବ୍ରlହ୍ମଣ ବରଣ ହୋଇ ମା ବିମଳାଙ୍କ ଷୋଳପୂଜା ସହ ଅନ୍ୟାନ୍ୟ ସାହି ଓ ପୀଠମାନଙ୍କରେ ମଧ୍ୟ ଏହି ଷୋଳ ପୂଜା ଆରମ୍ଭ ହୋଇଛି। ଆସନ୍ତୁ ଆଜି ଜାଣିବା ପୁରୀ ସହରର ବିଭିନ୍ନ ସାହିର ଅଧିଷ୍ଠିତ ଦେବୀ ତଥା ବିଭିନ୍ନ ପୁରାତନ ଦେବୀ ପୀଠ ଗୁଡିକ ବିଷୟରେ। ପ୍ରଥମେ ଜାଣିବା ରତ୍ନ ସିଂହାସନକୁ ଘେରି ରହିଥିବା ଅଷ୍ଟ ମହାଶକ୍ତିଙ୍କ ବିଷୟରେ ।

କଳ୍ପ ବଟ ମୂଳେ ମଙ୍ଗଳା, ନୈରୁତ କୋଣରେ ମା ବିମଳା, ପୂର୍ବlଦି କ୍ରମରେ ସର୍ବ ମଙ୍ଗଳା, ଅର୍ଦ୍ଧାଶନି, ଲମ୍ବା, କାଳରାତ୍ରି, ମର୍ଚ୍ଚିକା ଓ ଚଣ୍ଡରୁପା। ସେଭଳି ଶ୍ରୀକ୍ଷେତ୍ରରେ ଥିବା ଅଷ୍ଟକାଳୀ ହେଲେ, ଦକ୍ଷିଣକାଳୀ, ବେଢାକାଳୀ, ଶ୍ୟାମାକାଳୀ, ଭଦ୍ରକାଳୀ, ଗଛକାଳୀ, କ୍ଷେତ୍ରକାଳୀ, ଉତ୍ତରକାଳୀ ଓ ବାଟକାଳୀ, ଏବେ ଜାଣିବା ସାହି କଥା ।

୧ . ବାଲିସାହି :-ବରାହୀ ଠାକୁରାଣୀ,
ଗଛକାଳୀ
୨ . ଦୋଳ ମଣ୍ଡପ ସାହି :-ନାରାୟଣୀ,
ଷୋଳ ପୁଅ ମା
୩ . କୁଣ୍ଢେଇବେଣ୍ଟ ସାହି :- ମର୍ଚ୍ଚିକା, ଓ
ଶ୍ରୀ ରାମଚଣ୍ଡୀ
୪ . ବାସେଳୀ ସାହି :-ମା ବାସେଳୀ, ଓ
ଶ୍ରୀ ପାଣିପିଆ ଠାକୁରାଣୀ
୫ . ହରଚଣ୍ଡୀ ସାହି :-ଶ୍ରୀ ହରଚଣ୍ଡୀ,
ଚାମୁଣ୍ଡା ଠାକୁରାଣୀ
୬ . ମାର୍କଣ୍ଡେଶ୍ୱର ସାହି :- ସପ୍ତମାତୃକା
ବିଶେଶ୍ୱରୀ, ଶ୍ରୀ ଭଗବତୀ
୭ . ମାଟିମଣ୍ଡପ ସାହି :-ଉତ୍ତରକାଳୀ
୮ . ବଡ଼ଦାଣ୍ଡ:-ଚର୍ଚ୍ଚିକା, ମର୍ଚ୍ଚିକା, ଓ
ଅର୍ଦ୍ଧାଶନି
୯ . ଅନ୍ୟ ସ୍ଥାନରେ :- କୁମ୍ଭାରପଡା, ଆଲାମ ଚଣ୍ଡୀ, ଷ୍ଟେସନ ରୋଡ଼ ରେ ଝଡ଼େଶ୍ୱରୀ, ବିଶେଷ କରି ବୁଢୀମା, ଅଲେଇ ଠାକୁରାଣୀ, ଦାଢୁଆଣି, ଇତ୍ୟାଦି, ସେହିପରି ମା ବାଟ ମଙ୍ଗଳା, ରାମଚଣ୍ଡୀ, କାକଟପୁର ମଙ୍ଗଳା, ବାଲି ହରଚଣ୍ଡୀ ପ୍ରଭୃତି ଶକ୍ତି ପୀଠରେ ମଧ୍ୟ ଶାରଦୀୟ ଷୋଳ ପୂଜା ଅନୁଷ୍ଠିତ ହେଉଛି, ଆସନ୍ତୁ ମାଙ୍କ ଆରାଧନା ସହ ଭାଗବତ ପଠନ କରିବା।

“ମାୟା ନିର୍ମିତ୍ତ ସର୍ବ ଜନ
ବ୍ରହ୍ମlଦି ଚଉଦ ଭୁବନ ।
ଏକ ଈଶ୍ୱର ଏ ଭୁବନେ
ସର୍ବତ୍ର ବସଇ ସମାନେ l
ସୃଷ୍ଟି ପ୍ରଳୟ ନିତ୍ୟ କରେ
ମାୟା ସଂସାରେ ସେ ଵିହରେ ।

ଜୟ ମା ଦୁର୍ଗେ, ଜୟ ଜଗନ୍ନାଥ (ଫ୍. ତ୍ରି. ଉବାଚ )

Comments are closed.