Latest Odisha News

BREAKING NEWS

ଭାଷା ଭାଗବତ : ବାପା ଓ ପୁଅ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

କାହାର ବାପା ଅଗ୍ରପୂଜ୍ୟ
କାହାର ବାପା ଅନିବାର୍ଯ୍ୟ
କାହାର ବାପା ହୁଏ ତ୍ୟାଜ୍ୟ
ଏମିତି ଚଳେ ଦେଶ, ରାଜ୍ୟ

ବାପା ଓ ପୁଅ କେତେ ଭଳି
ସଂସାରେ ରହୁଛଂତି ଚଳି
ନିଜର କୁଟୁଂବ ସଂଭାଳି
କିଏ କି ପାରିଲାଣି କଳି ?

ଅଳପ ଜାଣି, କହି ବେଶି
ସଂପର୍କ ଦିଏ ଯିଏ ନାଶି
ତାହାର ବକ୍ତବ୍ୟ ଓ କଥା
ପବନେ ମିଶଇ ଅଯଥା

ପୁଅ ବି ହୁଏ ଯେବେ ବାପ
ଛାଏଁ ବୁଝେ ସଂସାର ଚାପ
ବାପ ଓ ପୁଅର ସଂପର୍କ
ବୁଝଂତିନାହିଁ ବହୁ ଲୋକ

ଚାଲୁରହିଲେ ବାର୍ତାଳାପ
କମଇ ମାନସିକ ଚାପ
ଭାଷାର ହିତକାରୀ ଶକ୍ତି
ବଳରେ ବଢ଼େ ଅନୁରକ୍ତି

ହୋଇଲେ ଭାଷା ଅନୁରାଗୀ
କୁଟୁଂବ ଯାଏନାହିଁ ଭାଂଗି
ବାପ ଓ ପୁଅ ହୋଇ ସଂଗୀ
ରହଂତି ସୁଖ ଦୁଃଖ ଭୋଗି

 

Leave A Reply

Your email address will not be published.