ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୁରାଣ ବର୍ଣ୍ଣିତ ଶ୍ରୀମନ୍ଦିର ଓ ଶ୍ରୀ ବିଗ୍ରହମାନଙ୍କ ପ୍ରତିଷ୍ଠା ସାରି ବ୍ରହ୍ମl ଓ ଅନ୍ୟାନ୍ୟ ଦେବତା ଗଣଙ୍କ ସହ ଋଷି ମୁନିମାନେ ସ୍ୱ ସ୍ୱ ଲୋକକୁ ପ୍ରତ୍ୟାବର୍ତ୍ତନ କଲେ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ ନିଃସୃତ ଦୈବୀ ବାଣୀ ପ୍ରକାରେ ରାଜା ଇନ୍ଦ୍ରଦ୍ୟୁମ୍ନ ସମସ୍ତ ସେବକ, ପୂଜା ରୀତିନୀତି ଇତ୍ୟାଦିର ବ୍ୟବସ୍ଥା କଲେ। କିନ୍ତୁ ଇତିହାସ ଅନୁସାରେ ଓଡ଼ିଶାର ଗଙ୍ଗବଂଶର ଶ୍ରେଷ୍ଠ ରାଜା ଅନନ୍ତ ବର୍ମନ ଚୋଡ଼ଗଙ୍ଗ ଦେବ ନିର୍ମାଣ କରିଥିବା ଶ୍ରୀଜଗନ୍ନାଥଙ୍କ ମୂଖ୍ୟ ମନ୍ଦିରଟି ବିଭିନ୍ନ କ୍ରିୟା ପ୍ରକ୍ରିୟା ଭିତରେ ଆଜି ପର୍ଯ୍ୟନ୍ତ ସୁରକ୍ଷିତ ରହି ଆମର ଦୃଷ୍ଟି ଆକର୍ଷଣ କରୁଛି। ଖ୍ରୀଷ୍ଟାବ୍ଦ ୧୦୭୮ -୧୧୪୭ ମଧ୍ୟରେ ଶ୍ରୀମନ୍ଦିର ନିର୍ମାଣ ହୋଇ ଥିବାର ପ୍ରମାଣ ଆମେ ପୂର୍ବରୁ ପlଇଛେ। ତେବେ ଏହି ପ୍ରାଚୀନ ମନ୍ଦିରର ତଥା ଶ୍ରୀମନ୍ଦିର ବେଢାରେ ଥିବା ଅନ୍ୟାନ୍ୟ ମନ୍ଦିର, ମଣ୍ଡପ, ପ୍ରାଚୀର ଇତ୍ୟାଦିର ମରାମତି ଓ ରକ୍ଷଣା ବେକ୍ଷଣ ନିଶ୍ଚିତ ଭାବରେ ନିୟମିତ ଚାଲିଥିବ। ଅବଶ୍ୟ ଇତିହାସ କହେ ନିର୍ମାଣର ପ୍ରାୟ ୫୦୦ ବର୍ଷ ପରେ ଅର୍ଥାତ ସତରସହ (୧୭୦୦ ) ଖ୍ରୀଷ୍ଟାବ୍ଦରେ ଶ୍ରୀମନ୍ଦିର ର ପ୍ରକୃତ ସଂରକ୍ଷଣ ଓ ମରାମତିର ବ୍ୟବସ୍ଥା ହୋଇଥିଲା। କାରଣ ଏହି ପାଞ୍ଚଶହ ବର୍ଷ ମଧ୍ୟରେ ସାମୁଦ୍ରିକ ଲୁଣି ପବନର ପ୍ରଭାବ, ବର୍ଷା ଓ ବଜ୍ରପାତ ତଥା ବିଧର୍ମୀମାନଙ୍କ ଆକ୍ରମଣରେ ଶ୍ରୀମନ୍ଦିର ତଥା ଏହାର ପାର୍ଶ୍ଵ ମନ୍ଦିରମାନଙ୍କ କିଛି କିଛି କ୍ଷତି ଘଟିଥିଲା। ବିଶେଷ କରି ବିଭିନ୍ନ କାରଣରୁ ମନ୍ଦିର ଗାତ୍ର ରେ ସୃଷ୍ଟି ହୋଇଥିବା ଗାତ୍ରମାନଙ୍କରେ ବର୍ଷା ପାଣି ପଶି ଶ୍ରୀମନ୍ଦିରରେ ବ୍ୟବହୃତ ହୋଇଥିବା ଲୁହାକଡି ଓ ଲୁହା ଧାରକଗୁଡିକ କ୍ରମଶଃ ନଷ୍ଟ ବା ଦୁର୍ବଳ ହୋଇ ପଡିଲା। ଏହାର ସାମୟିକ ଉପଚାର ଭାବରେ ବିଭିନ୍ନ ମନ୍ଦିର ଗୁଡିକ ଉପରେ ଏକ ଚୂନ ମିଶ୍ରିତ ପ୍ରଲେପ ଦିଆଗଲା। ଏହାଦ୍ୱାରା ମନ୍ଦିରରେ ସୃଷ୍ଟି ହୋଇଥିବା ଫାଟ ଗୁଡିକ ସିନା ବନ୍ଦ ହୋଇ ଗଲା କିନ୍ତୁ ମନ୍ଦିର କାନ୍ଥରେ ନିର୍ମିତ୍ତ ବିଭିନ୍ନ କାରୁକାର୍ଯ୍ୟ ମଧ୍ୟ ଲୁଚିଗଲା। ମାଦଳା ପାଞ୍ଜି କହେ ଭୋଇ ବଂଶର ରାଜା ନରସିଂହ ଦେବ (ଖ୍ରୀଷ୍ଟାବ୍ଦ ୧୬୨୧ -୧୬୪୭ ) ମଧ୍ୟରେ ପ୍ରଥମେ ଏହି ଚୂନ ପଲସ୍ତରା କାର୍ଯ୍ୟ କରାଇଥିଲେ। ତାଙ୍କ ପରେ ରାଜା ହରେକୃଷ୍ଣ ଦେବ (ଖ୍ରୀଷ୍ଟାବ୍ଦ ୧୭୧୬ -୧୭୨୦ ), ରାଜାଵୀରକେଶରୀ ଦେବ (୧ ମ )ଖ୍ରୀଷ୍ଟାବ୍ଦ (୧୭୩୭ -୧୭୯୩ )ମଧ୍ୟରେ, ରାଜା ଦିବ୍ୟସିଂହ ଦେବ (୨ ୟ )ଖ୍ରୀଷ୍ଟାବ୍ଦ (୧୭୯୩ -୧୭୯୮ )ଓ ରାଜା ରାମଚନ୍ଦ୍ର ଦେବ (୩ୟ )ଖ୍ରୀଷ୍ଟାବ୍ଦ (୧୮୧୭ -୧୮୫୫ )ଙ୍କ ସମୟରେ ଏହି ଚୂନ ପ୍ରଲେପ କାର୍ଯ୍ୟ ହୋଇଥିଲା। ଏବିଷୟରେ ବିସ୍ତୃତ ଭାବରେ ଜାଣିବା ଆଗାମୀ ଅଧ୍ୟlୟମାନଙ୍କରେ ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ।
“ରୂପ ଅରୂପ ସ୍ଥିତି ତିନି
ଯାହା ଯୋଗ ରେ ଅନୁମାନି ।
ସ୍ଵଭାବେ ନୋହେ ଯେ ଏମନ୍ତ
ଏ ସଂlଖ୍ୟଯୋଗୀ ଙ୍କର ମତ ।
ଆତ୍ମ ପ୍ରକାଶେ ଜନ୍ମ ହୋଇ
ନିରତେ କୁହୁକ ବୋଲlଇ ।
ସତ୍ୟ ପରମାନନ୍ଦ ହରି
ଯାହା ଭାବିଲେ ଭବୁ ତରି ।”
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.