Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରତିହାରୀ ସେବକଙ୍କ ବିଷୟରେ ଆଲୋଚନା କରି ବଡ଼ଦ୍ୱାର ପ୍ରତିହାରୀଙ୍କ ବିଷୟରେ ବିଷଦ ଆଲୋଚନା ପରେ। ଆସନ୍ତୁ ଜାଣିବା ଅନ୍ୟ ପ୍ରତିହାରୀଙ୍କ ବିଷୟରେ, ପ୍ରଥମେ ଧୁକୁଡି ଦ୍ୱାର ପ୍ରତିହାରୀ:-ଗୋପାଳ ବଲ୍ଳଭଠାରୁ ମାଧ୍ୟାନ୍ନ ଧୂପ ପର୍ଯ୍ୟନ୍ତ ଧୁକୁଡି ଦ୍ୱାର ଜଗୁଥିବା ଓ ଶ୍ରୀଜୀଉମାନଙ୍କ ସାମ୍ନାରେ ଟେରା ବାନ୍ଧୁଥିବା ପ୍ରତିହାରୀ ସେବକ ହେଲେ ଧୁକୁଡି ଦ୍ୱାର ପ୍ରତିହାରୀ, ଏହି ସେବା ବଂଶାନୁକ୍ରମିକ କିନ୍ତୁ ଶାଢ଼ୀ ବନ୍ଧା ସେବା ନୁହେଁ ଅର୍ଥାତ ବାପା ପରେ ପୁଅ ଏହି ସେବା କରିବ। କିନ୍ତୁ ବିନା ଆଜ୍ଞାରେ , ଏବେ ଆସନ୍ତୁ ଜାଣିବା ଦକ୍ଷିଣ ଦ୍ୱାର ପ୍ରତିହାରୀ :-ଦକ୍ଷିଣ ଦ୍ୱାର (ଶଙ୍ଖ ଦ୍ୱାର )ଠାରେ ମଙ୍ଗଳ ଆଳତିଠାରୁ ଶୟନ ଯାଏଁ ଜଗି ରହିବା, ସକlଳ ଧୂପ, ମଧ୍ୟlନ୍ନ ଧୂପ, ପହିଲି ଭୋଗ ଓ ବାଳ ଧୂପ ଡାକିଯିବା, ଅଣସର ସମୟରେ ପଣା ଭୋଗ ଡାକିଯିବା, ପୌଷ ପୂର୍ଣ୍ଣିମା ଓ ନୀଳାଦ୍ରି ମହୋଦୟ ଦିନ ଜଳ ବିଜେ ନୀତିରେ ଡାକିଯିବା, ଭୋଗ ଜଗିବା ପ୍ରତ୍ୟେକ ବେଢା ନୀତିରେ ବେତ ଧରି ବେଢାରେ ଯିବା ଏମାନଙ୍କର ମୂଖ୍ୟ କାର୍ଯ୍ୟ। ଏହା ମଧ୍ୟ ବଂଶାନୁକ୍ରମିକ ସେବା. ଆଉ ଚାରି ପ୍ରକାର ପ୍ରତିହାରୀ ସେବକଙ୍କ ବିଷୟରେ ଆଗାମୀ ଅଧ୍ୟାୟରେ ଆଲୋଚନା କରିବା, ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ।

“ଆପଣା ମାୟାରେ ସୃଜନ
ଯେ ସତ ଅସତ ଲକ୍ଷଣ ।
ତହିଁ ପ୍ରବେଶ ହୋଇ ତାର
ସ୍ୱରୂପ ପ୍ରକାଶେ ଈଶ୍ୱର ।
ଅଗ୍ନି ଯେମନ୍ତ କାଷ୍ଠ ପାଇ
ତେମନ୍ତ ରୂପ ପ୍ରକାଶଇ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.