Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ, ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ପରମ୍ପରାର ଏକ ବିଶେଷ ସେବା ହେଲା ପଟ୍ଟଯୋଷି ମହାପାତ୍ର ବା ଛତିଶା ନିଯୋଗ ନାୟକ। ଏହା ଏକ ପ୍ରମୁଖ ସେବା କାରଣ ଛତିଶା ନିଯୋଗ ନାଏକ (ନାୟକ )ଭlବରେ ପ୍ରତ୍ୟେହ ମଙ୍ଗଳ ଆଳତି ପୂର୍ବରୁ ଶ୍ରୀଜୀଉମାନଙ୍କର ନୀତି ଓ ସେବା ସୁଚାରୁ ରୂପେ ପରିଚାଳନା କରିବେ । ଶ୍ରୀମନ୍ଦିର ନୀତି ଓ ପର୍ବ ପର୍ବାଣୀ ବିଷୟରେ ବିଶେଷ ମତ ପ୍ରଦାନ କରିବେ। ନୂତନ ସେବକ ନିଯୁକ୍ତି, କୋୖଣସି ସେବକଙ୍କ ସେବାରେ କିଛି ତୃଟି ବିଷୟରେ ଦେଉଳ କରଣଙ୍କୁ ତଥା ମନ୍ଦିର କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବେ। ନୂତନ ସେବକ ଙ୍କ ଶାଢ଼ୀ ବନ୍ଧା କାର୍ଯ୍ୟ ପୂର୍ବରୁ, ତାଙ୍କର ଯୋଗ୍ୟତା ଯାଞ୍ଚ କରିବେ ଓ ତଥ୍ୟକୁ କତୃପକ୍ଷଙ୍କୁ ନିଜ ମତମତ ସହିତ ଜଣାଇବେ। କେବଳ ସେତିକି ନୁହେଁ ସେ ଭୋଗ ପରିଛା ହିସାବରେ ଗୋଦାମ ଘରୁ କୋଠ ଭୋଗ ଦ୍ରବ୍ୟ ରୋଷ ଘରକୁ ଯିବା ତନଖି କରିବେ। ସେ ମଧ୍ୟ ଭଣ୍ଡାର ନାୟକ ଭାବରେ କାର୍ଯ୍ୟ ସମ୍ପାଦନ କରିବେ। ଭିତର ଓ ବାହାର ରତ୍ନଭଣ୍ଡାର ମଣତି ନେବେ । ଶ୍ରୀଜୀଉମାନଙ୍କୁ ଲାଗି ହେଉଥିବା ଅଳଙ୍କାର ଓ ଦ୍ରବ୍ୟର ତାଲିକା ରଖିବେ। ତଡାଉ ଓ ଦେଉଳ କରଣ ଙ୍କ ସହ ଉପସ୍ଥିତ ରହି ସର୍ବାଙ୍ଗ ନୀତି ପାଇଁ କର୍ପୁର, କସ୍ତୁରୀ, କେଶର ବଟାଇବେ। ଏହି ସେବା ବଂଶନୁକ୍ରମିକ ସେବା। ବ୍ରତ ପରେ ସାବାଳକମାନେ ଶାଢ଼ୀ ବନ୍ଧେଇ ସେବା କରିଵା ପାଇଁ ପ୍ରସ୍ତୁତ ହୋଇପାରିବେ।ଏହା ଏକ ମହାନ ସେବା ତେଣୁ ନିଷ୍ଠା ଓ ସମର୍ପଣ ଭାବ ଏକାନ୍ତ ଆବଶ୍ୟକ ଆସନ୍ତୁ କରିବା ଆରାଧନା ଓ ଭାଗବତ ପଠନ।

“ଏ ଭବ କୂପେ ଜନ୍ତୁ ପଡି
ଅଶେଷ କର୍ମଫାଶେ ଜଡି ।
ଭ୍ରମନ୍ତି ଏ ଘୋର ସଂସାରେ
ରଜ ତାମସ ଅହଙ୍କାରେ ।

ଜୟ ଜଗନ୍ନାଥ ( ଦ. ତ୍ରି. ଉବାଚ )

Comments are closed.