Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ରୀତିନୀତି ଯେପରି ଅପୂର୍ବ ଓ ଅସଂଖ୍ୟ, ସେହିଭଳି ଏହାକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ସୃଷ୍ଟି ହୋଇଥିବା ସେବକ ପରମ୍ପରା ମଧ୍ୟ ଅନନ୍ୟ। ଆଜି ସେହି ସେବକମାନଙ୍କ ମଧ୍ୟରେ ଜଣେ ମହାନାୟକ ସେବକଙ୍କ ବିଷୟରେ ଜାଣିବା। ସେ ହେଲେ “ବଡ଼ ପଣ୍ଡା “, ଏମାନେ ବ୍ରlହ୍ମଣ ଶାଢ଼ୀ ବନ୍ଧା ସେବକ ବା ମହାନାୟକ ଶାଢ଼ୀ ବନ୍ଧା ସେବକ ଅଟନ୍ତି। ପୂଜାପଣ୍ଡା ସେବକଙ୍କ ପରି ଏମାନେ ଶ୍ରୀଜୀଉମାନଙ୍କ ସମସ୍ତ ସେବାର ଅଧିକାର ପ୍ରାପ୍ତ ହେବା ସହ। ବିଶେଷ ସେବା ହିସାବରେ। ପୂଜା ବସିବା ବେଳେ, ତିନି ଧୂପ ବେଳେ, ଓ ଅଣସର ପିଣ୍ଡିରେ ଚାମର ସେବା କରନ୍ତି। ସମୟ ସମୟରେ ଶ୍ରୀମନ୍ଦିରେ ଭିତରେ କିଛି ଏପରି ପର୍ବ ବା ଉତ୍ସବ ପାଳିତ ହୁଏ । ଯେଉଁଠି ଶ୍ରୀଜୀଉମାନଙ୍କ ତରଫରୁ କିଛି ବଚନିକା କୁହାଯାଏ, ଏହି ପରିପ୍ରେକ୍ଷୀରେ ରାଜେନ୍ଦ୍ରାଭିଷେକରେ ବଚନିକା, ରୁକ୍ମିଣୀ ହରଣ ନୀତିରେ ଚିଟାଉ ପାଠ ମୂଖ୍ୟ ଅଟେ। ପ୍ରଭୁଙ୍କର ସବୁ କିଛି ବଡ଼, ଯେପରି ବଡ଼ଦେଉଳ, ବଡ଼ ଦାଣ୍ଡ, ବଡ଼ ଭାଇ ବଡ଼ଠାକୁର, ସେହିପରି ମହାନାୟକ ସେବକ ହେଲେ ବଡ଼ପଣ୍ଡା। ଏହି ତ ଶ୍ରୀଜଗନ୍ନାଥଙ୍କ ବୈଚିତ୍ରମୟ ଲୀଳା, ତେବେ ଆଗାମୀ ଅଧ୍ୟାୟରେ ଜାଣିବା ସେହି ବିଚିତ୍ର ଲୀଳାରେ ନିଜକୁ ସାମିଲ କରିଥିବା ଶୋତ୍ରୀୟ ବ୍ରlହ୍ମଣ ସେବକ “ଦେଉଳ ପୁରୋହିତ “ଙ୍କ ବିଷୟରେ। ଏବେ କିନ୍ତୁ ଆରାଧନା ଓ ଭାଗବତ ପଠନର ପ୍ରକୃଷ୍ଠ ସମୟ ।

“ପ୍ରାଣୀଏ ଧର୍ମ, ଅର୍ଥ, କାମ
ନିମନ୍ତେ ହୋଇଣ ବିଭ୍ରମ ।
କର୍ମ କରନ୍ତି ଏ ଜଗତେ
ଆୟୁଷ ଶ୍ରିୟ ଯଶ ଅର୍ଥେ ।
ତୁ ତ ଚତୁର ବଳବନ୍ତ
ପଣ୍ଡିତ କୂଳକୁ ମଣ୍ଡିତ ।”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.