ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିବିଧ ସେବା ଓ ସେହି ସବୁ ସେବାକୁ ସୁଚାରୁ ରୂପେ ତୁଲାଉଥିବା ସେବକମାନଙ୍କ ବିଷୟରେ ଆଲୋଚନା ପ୍ରସଙ୍ଗରେ ଆଜି ଜାଣିବା “ତଳିଛ “ଙ୍କ ବିଷୟରେ। ଶ୍ରୀଜୀଉମାନଙ୍କ ସେବା ନୀତିରେ ଏହାଙ୍କ ସ୍ଥାନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ତେଣୁ ଏମାନେ ପୁଷ୍ପାଳକ ଗୋଷ୍ଠୀର ମହାନାୟକ ଶାଢ଼ୀବନ୍ଧା ସେବକ। ଏମାନେ ବ୍ରlହ୍ମଣ ଓ ବ୍ରତ ପରେ ବା ସଂସ୍କାର କର୍ମ ପରେ ଏହି ସେବକମାନଙ୍କ ଶାଢ଼ୀବନ୍ଧା କର୍ମ ହୁଏ। ଏହି ସେବା ବଂଶlନୁକର୍ମିକ ସେବା ଅଟେ। ପୀଢ଼ି ପରେ ପୀଢ଼ି ନିଜ ପୂର୍ବଜମାନଙ୍କଠାରୁ ଏହି ସେବାର ସମସ୍ତ ରୀତିନୀତି ନୂଆ ସେବକଟିଏ ଶିଖିଥାଏ। ପ୍ରମୁଖ ସେବା ହେଉଛି ପ୍ରତ୍ୟହ ସନ୍ଧ୍ୟା ଆଳତି ସମୟରେ ମହାପ୍ରଭୁଙ୍କ ବାଡ଼ରେ ଆଳତି କରନ୍ତି। ରାତ୍ର ପହୁଡ଼ ପରେ କଳାହାଟ ଦ୍ୱାର, ଜୟ ବିଜୟ ଦ୍ୱାର ବନ୍ଦ ହୋଇ ମୁଦ୍ରା ସେବକ ମାଟି ଲଗାଇଲେ, ତଳିଛ ସେହି ଓଦା ମାଟି ଉପରେ ଛାପ ଦିଅନ୍ତି। ଭିତର ଠିକ ଶୋଧା ହୋଇଛି କି ନାହିଁ ତଦାରଖ କରନ୍ତି। ଅମୋଣିଆ ଦ୍ରବ୍ୟ ରୋଷକୁ ଆସିବା ସମୟରେ ତାର ଶୁଦ୍ଧତା ଓ ଶିଷ୍ଟତା ପରୀକ୍ଷା କରନ୍ତି। ଏପରି ଆହୁରି ଅନେକ ସେବା ବିଷୟରେ ଜାଣିବା ଆଗାମୀ ଅଧ୍ୟାୟରେ । ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ।
“ଯେ ରୂପ ବହେ ସତ୍ୟଯୁଗେ
ତ୍ରେତା ଦ୍ୱାପର କଳିଯୁଗେ ।
ଇଚ୍ଛା ବିହାରେ ଅବତରେ
ସ୍ଵଭାବେ ନାନାରୂପ ଧରେ ।
ଵିଧି ବିଧାନେ ନାନା ମତେ
ଯେ ରୂପ ପୂଜନ୍ତି ଜଗତେ ।
ଜୟ ଜଗନ୍ନାଥ (ଦ. ତ୍ରି.ଉବାଚ )
Comments are closed.