Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିସ୍ତୃତ ସେବା ପରମ୍ପରା ଓ ସେବକଙ୍କ ବିଷୟରେ ସମ୍ପୂର୍ଣ୍ଣ ଧାରଣା ଦେବା ଅସମ୍ଭବ। ତଥାପି ପ୍ରତ୍ୟେକ ସେବକଙ୍କ ବିଷୟରେ କିଛି କିଛି ଉପସ୍ଥାପନା କରିବା ଏହି ଆଲେଖ୍ୟର ମୂଳ ଉଦ୍ଦେଶ୍ୟ । ଆଜି ସେହି କ୍ରମରେ ଜାଣିବା ତିନି ଜଣ ଶାଢ଼ୀବନ୍ଧା ବ୍ରlହ୍ମଣ ସେବକଙ୍କ ବିଷୟରେ। ପ୍ରଥମେ “ବିଡ଼ିଆ ଯୋଗାଣିଆ “ଏହି ନାମରୁ ସେବକଙ୍କ ବିଷୟରେ ବା ସେବା ବିଷୟରେ କିଛି ଜଣା ପଡୁଛି ଅର୍ଥାତ ମହାପ୍ରଭୁଙ୍କ ବିଡ଼ିଆ (ପାନ ) ପ୍ରତି ଥିବା ପ୍ରବଳ ଆକର୍ଷଣରୁ ଏହି ସେବାର ସୃଷ୍ଟି ଓ ଏହି ସେବକ ଦୈନିକ ତଥା ପର୍ବ ପର୍ବାଣୀରେ ଯେତେ ପ୍ରକାର ବିଡ଼ିଆ ଯେଉଁ ଯେଉଁ ସମୟରେ ଦରକାର ହୁଏ, ତାହା ହଡପ ଘରେ ତିଆରି କରି ହଡପ ନାୟକଙ୍କ ଜିମା ଦିଅନ୍ତି । ଆଉ ଏକ ବିଶେଷ ସେବା ହିସାବରେ ମକର ସଂକ୍ରାନ୍ତି ଦିନ ସ୍ୱତନ୍ତ୍ର ଭାବରେ ଛଅ ଗୋଟି ପାନଚୁଳ ନିର୍ମାଣ କରି ଯୋଗାଇଥାନ୍ତି । ଏମାନେ ଶାଢ଼ୀବନ୍ଧା ବ୍ରlହ୍ମଣ ସେବକ ଓ ସେବା ବଂଶାନୁକ୍ରମିକ ଅଟେ।

ସେହିପରି ଆଉଜଣେ ବ୍ରlହ୍ମଣ ଶାଢ଼ୀବନ୍ଧା ଓ ବଂଶାନୁକ୍ରମିକ ସେବକ ହେଲେ
“ହଡପ ନାଏକ ” । ଆଗରୁ ଜାଣିଲେ ବିଡ଼ିଆ ପ୍ରସ୍ତୁତ କରି ବିଡ଼ିଆ ଯୋଗାଣିଆ ସେବକ ଏହି ହଡପ ନାଏକଙ୍କ ଜିମାରେ ଦିଅନ୍ତି। ଆଉ ଶ୍ରୀଜୀଉମାନଙ୍କ ଆବଶ୍ୟକ ଅନୁଯାୟୀ ରୀତିନୀତି ପ୍ରକାରେ ଏହି ବିଡ଼ିଆକୁ ହଡପ ନାଏକ ପ୍ରଦାନ କରନ୍ତି। ଶ୍ରୀଜୀଉମାନଙ୍କ ବିଭିନ୍ନ ସମୟରେ ବିଭିନ୍ନ ବ୍ୟବସ୍ଥା କରିବାକୁ ପଡିଥାଏ କିଛି ରୀତିନୀତି ପାଳନ ପାଇଁ ଖଟୁଳି ପଡ଼ିବାର ବିଧି ପାଳିତ ହୁଏ। ଏହି ବିଧିକୁ ସୁଚାରୁ ରୂପେ ପାଳନ କରିବା ପାଇଁ “ଖଟୁଳି ସେବକ ଅଛନ୍ତି । ଯେଉଁମାନେ ମଧ୍ୟ ବ୍ରlହ୍ମଣ ଓ ଶାଢ଼ୀବନ୍ଧା ସେବକ ଓ ଏମାନଙ୍କ ସେବା ମଧ୍ୟ ବଂଶନୁକ୍ରମିକ ସେବା ଅଟେ। ଆଗାମୀ ଅଧ୍ୟାୟ ରେ ଜାଣିବା ଖଟୁଳି ସେବକଙ୍କ ପରି ଆସ୍ଥାନ ପ୍ରତିହାରୀ ବା ପଢ଼ିଆରୀ ସେବକଙ୍କ କଥା। ବର୍ତ୍ତମାନ କରିବା ଆରାଧନା ଓ ଭାଗବତର ସଂକ୍ଷିପ୍ତ ପଠନ।

“ଦେବତା ଋଷି ପିତୃ ଭୂତ
ଯେ ଅବା ଅଟନ୍ତି ଆଗତ ।
ସେମାନଙ୍କର କର୍ମ ମାନ
ନ କଲେ ଋଣୀ ହୋନ୍ତି ଜନ ।
ଯେ ସର୍ବଭାବେ କୃଷ୍ଣ ପାଦେ
ଶରଣ ଗଲା ଅପ୍ରମାଦେ ।
ସେ ଋଣୀ ନୋହେ ଏହାଙ୍କର
ଆବର ନୁହଁଇ କିଙ୍କର ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.