Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେଵା ଯେପରି ବୈଚିତ୍ରମୟ, ପ୍ରତ୍ୟେକ ସେବକ ସେହିପରି ସ୍ୱତନ୍ତ୍ର ଓ ବିଚିତ୍ର। ତେଣୁ ସୁଆର ମହାସୁଆର ନିଯୋଗ ଅନ୍ତର୍ଭୂକ୍ତ ସୁପକାର ସେବକମାନଙ୍କ ମଧ୍ୟରେ ପ୍ରଚଳିତ ସେବା ମଧ୍ୟ କିଛି ନିଆରା। ଆସନ୍ତୁ ଜାଣିବା ଦୁଇଟି ସେବକଙ୍କ ବିଷୟରେ ଯେଉଁମାନେ ବାହାର ଦେଉଳି ସୁଆର ଓ ବାହାର ଦେଉଳି ଯୋଗାଣିଆ ଭାବରେ ପରିଚିତ। ପ୍ରଥମେ ବାହାର ଦେଉଳି ସୁଆରଙ୍କ ବିଷୟରେ। ଏମାନେ ଅନ୍ୟ ସାଧାରଣ ସୁଆରଙ୍କ ଭଳି ସୁଆର ଗୋଷ୍ଠୀର ସେବକ କିନ୍ତୁ କାର୍ଯ୍ୟ କରନ୍ତି । ମା ଲଷ୍ମୀଙ୍କ ରୋଷଘରେ, ଆପଣମାନଙ୍କ ଅବଗତି ନିମନ୍ତେ ଜଣାଉଛି ଯେ ମା ଲଷ୍ମୀଙ୍କ ରୋଷ ଘର ସମ୍ପୂର୍ଣ ଅଲଗା ଭାବରେ ରହିଛି। ଦୈନିକ ଗୋଦାମର ଯୋଗାଣିଆ ଠାରୁ କୋଠ ଭୋଗ ସାମଗ୍ରୀ ନେଇ ମା ଲଷ୍ମୀଙ୍କ ରୋଷରେ ସ୍ୱାଦିଷ୍ଠ ପିଠା ତିଆରି କରନ୍ତି ଓ ବିଣ୍ଡଭୋଗ ଛେକ ଲଷ୍ମୀଙ୍କ ଦେଉଳକୁ ନିଅନ୍ତି। ଆସନ୍ତୁ ଏବେ ଜାଣିବା ବାହାର ଦେଉଳି ଯୋଗାଣିଆଙ୍କ ବିଷୟରେ। ଏମାନେ ବ୍ରlହ୍ମଣ ସେବକ ତଥା ସେବା ମଧ୍ୟ ବଂଶାନୁକ୍ରମିକ ଅଟେ। କିନ୍ତୁ ଏମାନେ ଶାଢ଼ୀ ବନ୍ଧା ସେବକ ନୁହଁନ୍ତି। ଏମାନେ ପ୍ରତିଦିନ ସକାଳ ଧୂପ ପରେ ଗୋଦାମ ଘରୁ ବାହାର ଦେଉଳି ଭୋଗର ଅମୂଣିଆ ଜିନିଷ ନେଇ ଲଷ୍ମୀଙ୍କ ରୋଷଘରେ ବାହାର ଦେଉଳି ସୁଆର ଜିମା ଦେଇଥାନ୍ତି। ଲଷ୍ମୀଙ୍କ ରୋଷଗୃହ ଧୋପଖାଳ କରନ୍ତି। ଏହି ରୋଷକୁ ବିମଳାଙ୍କ କୂପରୁ ପାଣି ଯୋଗାନ୍ତି। ବାହାର ଦେଉଳି ଭୋଗ ଦକ୍ଷିଣ ଘରକୁ ନେବା ବେଳେ ରୋଷ ଆଡୁ କାଠ ଖଣ୍ଡେ ଧରି ଜଗି ଜଗି ଛେକ ସହ ଆସନ୍ତି। ପତି ମହାପାତ୍ରଙ୍କ ନୃସିଂହଙ୍କ ନିମନ୍ତେ ଭୋଗ ନେଲା ବେଳେ ଜଗି ତାଙ୍କ ସହ ଯାଇଥାନ୍ତି। ମନ୍ଦିରମଧ୍ୟରେ ପୂଜା ପାଉଥିବା ପାର୍ଶ୍ଵ ଦେବା ଦେବୀଙ୍କ ସେବକମାନେ ଏହିମାନଙ୍କଠାରୁ ନିଜନିଜ ଠାକୁର ଠାକୁରାଣୀଙ୍କ ପାଇଁ ଆବଶ୍ୟଜ ଭୋଗ ନିଅନ୍ତି। ଆଗାମୀ ଅଧ୍ୟାୟରେ ଜାଣିବା ଆଉ କିଛି ସ୍ୱତନ୍ତ୍ର ସେବକଙ୍କ ବିଷୟରେ ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ ।

ଏ ମୋର ମାୟା ଜାଲ ପାଶ
କିଂଚିତେ ଛେଦ ପୀତବାସ ।
ନିଶ୍ଚୟ କରି ନିଜ ଦାସ
କହ ତୋ ମାର୍ଗ ଉପଦେଶ ।
ତୁ ଆତ୍ମା ସତ୍ୟ ନିତ୍ୟ ନିଧି
ଚଉଦ ଭୁବନେ ପ୍ରସିଦ୍ଧି ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.