Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ଆଲୋଚନା ମାଧ୍ୟମରେ ଆମେ ଜାଣିଲେ । ପ୍ରଭୃଙ୍କର ଅବକାଶ ନୀତି ସମ୍ପର୍କରେ ବର୍ତ୍ତମାନ ଆଲୋଚନା କରିବା ଅବକାଶରେ ଦନ୍ତ ମାର୍ଜନା ଓ ବିମ୍ବ ସ୍ନାନ ପରେ ପୁଣି ଏକ ମଇଲମ ଅନୁଷ୍ଠିତ ହୁଏ। ଏଥିପାଇଁ ଶ୍ରୀମନ୍ଦିର ସତ୍ୱଲିପି ରେ ସମୟ ରହିଛି ସକାଳ ଘଣ୍ଟା ୬ .୪୫ ମିନିଟ। ଏହି ସମୟରେ ପୂର୍ବରୁ ପରିଧାନ କରିଥିବା ସମସ୍ତ ବସ୍ତ୍ର ଓଲାଗି କରି, ଚାଙ୍ଗଡ଼ା ମେକାପ ଶ୍ରୀଜୀଉମାନଙ୍କ ପାଇଁ ଯୋଗାଇ ଥିବା “ବାରଲାଗି ଖଣ୍ଡୁଆ “ପାଟ ରତ୍ନସିଂହାସନ ଉପରେ ବିଜେ ତିନି ଠାକୁର ଓ ଶ୍ରୀଦେବୀ, ଭୁଦେବୀ ତଥା ମାଧବଙ୍କୁ ପିନ୍ଧାଇ ଥାନ୍ତି। ଏହି ପିନ୍ଧାଇବା କାର୍ଯ୍ୟଟି ପୁଷ୍ପାଳକ ସେବକ କରିଥାନ୍ତି। କେବଳ ବସ୍ତ୍ର ନୁହେଁ ଏହି ସମୟରେ ପୁଷ୍ପ ଅଳଙ୍କାର, ତୁଳସୀ, ଦୟଣା ଇତ୍ୟାଦି ମଧ୍ଯ ଲାଗି ହୁଏ। କାରଣ ଏହା ପରେ ପରେ ପ୍ରଭୁ ଭକ୍ତମାନଙ୍କୁ ସlହଣମେଲା ଦର୍ଶନ ଦେଇଥାନ୍ତି। ଉପରୋକ୍ତ କାର୍ଯ୍ୟ ରତ୍ନବେଦୀ ଉପରେ ଚାଲିବା ସମୟରେ ଅଖଣ୍ଡ ମେକାପ ଏକ ଅଖଣ୍ଡ ବଇଠା ଜଳାନ୍ତି। ଏହି ଅଖଣ୍ଡ ବଇଠାଟି ରାତ୍ର ପହୁଡ଼ ପର୍ଯ୍ୟନ୍ତ ଜଳୁଥାଏ ଓ ଏହା ଏକ ବିଧି ଅଟେ। ଏହି ସାହାଣ ମେଲା ଶବ୍ଦଟି ମଧ୍ୟ ଏକ ବୈଚିତ୍ରମୟ ଶବ୍ଦ, ଏହାର ପ୍ରକୃତ ଅର୍ଥ ହେଲା ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କର ଦର୍ଶନ ବିନା କୌଣସି ଦେୟରେ ମୁକ୍ତ ଭାବରେ କରିବା ଜଣାଯାଏ । ଶ୍ରୀଜଗନ୍ନାଥଙ୍କ ନୀତି ଭିତରେ ଏହି ସlହଣ ମେଲା ପର୍ବଟି ନାହିଁ। କେବଳ ଭକ୍ତମାନଙ୍କ ତଥା ସର୍ବସାଧାରଣଙ୍କ ଦର୍ଶନ ସୁବିଧା ପାଇଁ ଏହା ମନ୍ଦିର ପ୍ରଶାସନ ଦ୍ୱାରା କରାଯାଇଛି। ଆଗାମୀ ଅଧ୍ୟାୟରେ ଜାଣିବା ଏହି ସlହଣମେଲାର ପ୍ରକୃତ ସ୍ୱରୂପ କଣ ଓ ବାରଲାଗି ପାଟର ସମ୍ପୂର୍ଣ ବିବରଣୀ। ଏବେ କିନ୍ତୁ କରିବା ଆରାଧନା ଓ ଭାଗବତ ପଠନ ।

ସ୍ୱଭାବେ ଜୀବ ନିର୍ବିକାର
ଦୋଷ ଅଦୋଷ ନାହିଁ ତାର ।
ଆପଣା ହସ୍ତେ ଜିହ୍ୱା ଛେଦି
କେ ଅଛି ତାର ପ୍ରତିବାଦୀ ।
ଦେବତା ବଶେ ସର୍ବଭୁତେ
ଇନ୍ଦ୍ରିୟେ ଅଭେଦ ସ୍ବରୁପେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.