ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ ବିଧି ଆଲୋଚନା ପ୍ରସଙ୍ଗରେ ଆମେ ଆଲୋଚନା କରିଛେ। ସକାଳ ଧୂପ ବିଷୟରେ ସକାଳ ଧୂପରେ କୋଠ ଭୋଗ ପାକ ହୋଇ ସାରିବା ପରେ, ପ୍ରଭୁଙ୍କ ପାଖରେ ଭୋଗ ଲାଗିବା ପାଇଁ ପ୍ରସ୍ତୁତି ହୋଇଥାଏ। ରତ୍ନସିଂହାସନ ସମ୍ମୁଖରେ ଥିବା ପୋଖରୀଆ କୁ ସମସ୍ତ ପାକ ଜିନିଷ ଅଣାଯାଇଥାଏ ଭୋଗ ଆସିବା ପୂର୍ବରୁ ପୋଖରୀଆଟି ଭଲଭାବରେ ଧୋ ପଖାଳ ହୋଇ ଚାରିବାଡ଼ ସମ୍ମୁଖରେ ମୁରୁଜର ଘେର କଟାଯାଇଥାଏ। ଏହି ମୁରୁଜ ଘେର ଗୁଡିକ ମଧ୍ୟରେ ହିଁ ଭୋଗ ବଢ଼ାଯାଏ ଶ୍ରୀଜଗନ୍ନାଥଙ୍କ ମୁରୁଜ ଘେରର ଗୋଟିଏ କୋଣରେ ମା’ଲଷ୍ମୀଙ୍କ ପାଇଁ ପନ୍ତି ବlଢିବାର ଠା କାରାଯାଏ। ତାହା ପରେ ଚାରିବାଡ଼ର ଚାରି ଗୋଟି ଥାଳିରେ ଚାରି ଠାକୁରଙ୍କ ପାଇଁ କୋଠ ଭୋଗ ବଢ଼ାଯାଏ। ଏହା ବ୍ୟତୀତ ମୁରୁଜକଟା ଘେର ମଧ୍ୟରେ ବିଭିନ୍ନ ମଠବlଡି ଓ କିଛି ବ୍ୟକ୍ତି ବିଶେଷଙ୍କର ଅଧିକାର ଅନୁରୂପ ପନ୍ତି ବଢ଼ାହୁଏ। ଏହାପରେ ପ୍ରତିବାଡ଼ର ପୂଜାପଣ୍ଡାମାନେ ରତ୍ନ ସିଂହାସନ ଉପରେ ବସି ଷୋଡଶ ଉପଚାରରେ ପୂଜା କରନ୍ତି। ପୂଜା ସମୟରେ ବିଭିନ୍ନ ପ୍ରକାର ବାଦ୍ୟଧ୍ୱନି କାରାଯାଏ। ପୂଜା ସରିବା ପରେ ଟେରା ପଡେ ପୂଜା ସରିବା ପରେ ତିନିଗୋଟି ପିତଳ ଦୀପାଳିରେ ଗୁଗୁଲ, ଚନ୍ଦନଗୁଣ୍ଡରେ ଅଗ୍ନି ସଂଯୋଗ କରି ଧୂପ ଦିଆଯାଏ। ଧୂପ ଦାନ ପରେ ସେହି ଦୀପାଳିରେ ବଳିତା ଦେଇ ଦୀପ ଦାନ ହୁଏ। ଏହି ଦୀପ ଦାନ ପରେ ଭିତର ଦ୍ୱାର ବନ୍ଦ କାରାଯାଏ ଏହାହିଁ ପ୍ରକୃତ ଟେରା ପଡିବା ବୋଲି ବିବେଚିତ ହୋଇଥାଏ । ଏହି ସମୟରେ ମହାପ୍ରଭୁ ମଣୋହି କରନ୍ତି। ଏହି ସମୟରେ ପରିଛା ଓ ରାଜଗୁରୁ ଗରୁଡ଼ଙ୍କ ସମ୍ମୁଖରେ ସୁନାବେତ ଧରି ଉପସ୍ଥିତ ରହନ୍ତି। ତାଙ୍କ ପଛରେ ନୃତ୍ୟ, ଗୀତ ଆଦି ହେଉଥାଏ। ଏପରି କିଛି ସମୟ ପରେ ଭିତର ଦ୍ୱାର ଖୋଲା ଯାଏ, ଯାହା ଟେରା ଫିଟିବା ବୋଲି ବିବେଚନା କରାଯାଏ। ଏହା ପରେ ମହାପ୍ରଭୁମାନଙ୍କୁ ବିଡ଼ିଆ ମାଣୋହି କାରାଯାଏ । ଯେପରି ଆମେ ଖାଦ୍ୟ ଖାଇବା ପରେ ଖଣ୍ଡେ ପାନ ଖାଉ, ସେହିପରି ଠାକୁରମାନେ ବିଡ଼ିଆ ପାନ ଖାଇଥାନ୍ତି। ଶେଷରେ ଏକୋଇଶି ଘିଅ ବତୀ ସହ କର୍ପୁର ଆଳତି ହୋଇଥାଏ। ଆଳତି ପରେ ସୁଆରମାନେ ଭୋଗ ଉଠାଇ ନିଅନ୍ତି ଓ ସକାଳ ଧୂପର ସମସ୍ତ ରୀତିନୀତି ଶେଷ ହୋଇଥାଏ। ଆଗାମୀ ଅଧ୍ୟାୟରେ ଜାଣିବା ପୁଣି ମଇଲମ ଓ ଭୋଗ ମଣ୍ଡପ ପୂଜା ବିଧି କଥା, ବର୍ତ୍ତମାନ କରିବା ଆରାଧନା ଓ ସବୁଦିନ ପରି ଭାଗବତ ପଠନ ।
ଏ ରୂପେ ସ୍ନେହ ଅବଲମ୍ବୀ
ସଂସାର ବନ୍ଧନେ କୁଟୁମ୍ବୀ ।
ଦୁଃଖ ସହଇ ଏ ଶରୀରେ
ନିତ୍ୟେ କୁଟୁମ୍ବ ପୋଷିବାରେ ।
ନିରତେ ଆକୁଳ ହୃଦୟ
ଏଣୁ ବୋଲାଇ ଦୁଃଖ ମୟ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.