ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ଆଲୋଚନା ଭିତରେ ଆମେ ଆସି ପହଞ୍ଚି ଯାଇଛେ ମଧ୍ୟାହ୍ନ ଭୋଗ ପାଖରେ। ଏହାକୁ ମଧ୍ୟାନ୍ନ ଧୂପ ମଧ୍ଯ କୁହାଯାଏ। ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ଏହାର ସମୟ ନିର୍ଘଣ୍ଟ ହେଲାଦିବା ୧୨ .୩୦ ମିନିଟରୁ ଦିବା ୧ ଘଣ୍ଟା ମଧ୍ୟରେ। ପୁଣି ଭୋଗ ମଣ୍ଡପ ଛାଡି ଏହି ପୂଜା ରତ୍ନସିଂହାସନ ତଳେ ଅର୍ଥାତ ପୋଖରୀଆରେ ଅନୁଷ୍ଠିତ ହୁଏ। ଏଠି ମଧ୍ୟ ସକାଳ ଧୂପ ପରି ପୂଜାପଣ୍ଡାମାନେ ଷୋଡଶ ଉପଚାରରେ ପୂଜା କରିଥାନ୍ତି କିନ୍ତୁ ଗରୁଡ ପାଖ ପଟୁଆର ହୁଏ ନାହିଁ। ଏହି ମଧ୍ୟାହ୍ନ ଧୂପରେ ଭିତର ପୋଖରୀଆକୁ ଧୋ ପଖାଳ କରି ଠା ମୁରୁଜ ପକାଇ ପନ୍ତି ବଢ଼ା ଯାଇଥାଏ। ସକାଳ ଧୂପଠାରୁ ଏହି ପନ୍ତିର ଭୋଗ ପଦାର୍ଥ ସମ୍ପୂର୍ଣ ଅଲଗା ଅଟେ। ଶ୍ରୀମନ୍ଦିର ସତ୍ୱଲିପି ପ୍ରକାରେ ସେଗୁଡିକ ହେଊଛି :-ମରିଚ ଲଡ଼ୁ, ପିଠା, ବଡା, ଆରିସା, ପଖାଳ, ଓରିଆ, ବୁନ୍ଦିଆ, ଖିରି, ବଡ଼ମ୍ବା, ତlଟ ମନୋହର, ମାଠ ପୁଳି, ତ୍ରିପୁରୀ, ସାକରା, ସୁଜିଖିରି, ମୁଗସିଝା, ଅନ୍ନ ମୁଗ ଡାଲି, ପିତି ଅନ୍ନ, ମରିଚ ପାଣି ସୁବାସ ପଖାଳ ଓ ପଣା ଇତ୍ୟାଦି। ଏହି ଭୋଗ ସମୟରେ ଘଣ୍ଟା ଓ ବାଦ୍ୟଧ୍ଵନି ହୋଇଥାଏ। ଏହି ମଧ୍ୟାହ୍ନ ଧୂପ ପରେ ଦକ୍ଷିଣ ଘରେ ଥିବା ବାହାର ଦେବାଦେବୀମାନଙ୍କର ବାହାର ଦେଉଳ ଭୋଗ ହୋଇଥାଏ।ଠିକ ସକାଳ ଧୂପ ପରି ଏହି ଧିପ ପରେ ମଧ୍ଯ ଆଳତି ହୋଇଥାଏ । ଆଗାମୀ ଅଧ୍ୟାୟରେ ଆଲୋଚନା କରିବା ମଧ୍ୟାହ୍ନ ପହୁଡ଼ ଓ ଅନ୍ୟ ନୀତି କଥା। କିନ୍ତୁ ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ।
ଧନ୍ୟ ଜୀବନ ଏ ଜଗତେ
ଯେ ପ୍ରାଣ ଧରେ ପରହିତେ ।
ମୁଁ ଏହା ବୃକ୍ଷଙ୍କର ସ୍ଥାନୁ
ଶିଖିଲି ପର୍ବତ ଗହନୁ ।
ବାହ୍ୟ ଅନ୍ତର ବାୟୁ ଦୁଇ
ପ୍ରାଣ ବାୟୁ ରୁ ଶିକ୍ଷା ଏହି ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.