ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ-ବିଧି ପ୍ରସଙ୍ଗରେ ଠାକୁରମାନଙ୍କ ସନ୍ଧ୍ୟା ଧୂପ ସରିଛି। ଧୂପ ଭୋଗ ସରିବା ପରେ ଜୟମଙ୍ଗଳ ଆରତି ମଧ୍ଯ ସରିଛି। ଏହି ସମୟଟି ପୁଣି ଭକ୍ତ ଓ ଭଗବାନଙ୍କ ମିଳନ ସମୟ ଅର୍ଥାତ ସlହlଣ ମେଲା ଦର୍ଶନର ବେଳ। ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ସାହାଣ ମେଲାର ସମୟ ନିର୍ଘଣ୍ଟ ହେଲା ରାତ୍ର ୯ ଘଣ୍ଟା ରୁ ୯ .୩୦ମିନିଟ ବୋଲି ଧାର୍ଯ୍ୟ ହୋଇଛି। କିନ୍ତୁ ପୁଣି କହିବାକୁ ଉଚିତ ମଣୁଛି ଯେ ଅଧିକାଂଶ ଦିନ ଏହି ସାହାଣ ମେଲା ବିଧିଟି ଠିକରେ ହୋଇପାରେନା। ତେଣୁ ସନ୍ଧ୍ୟା ଧୂପ ସରିବା ପରେ ପ୍ରାୟତଃ ସଙ୍ଗେ ସଙ୍ଗେ ପୁଣି ମଇଲମ ଓ ଚନ୍ଦନ ଲାଗି ବେଶ ଆରମ୍ଭ ହୋଇଥାଏ। ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ଏହାର ସମୟ ହେଲା ରାତ୍ର ୧୦ ଘଣ୍ଟିକା ଅଟେ। ଏହି ସମୟରେ ଠାକୁରମାନେ ମଇଲମ ହୋଇ ଶାଢ଼ୀ ଖଣ୍ଡୁଆ ପିନ୍ଧି, ଶ୍ରୀଅଙ୍ଗରେ ଚନ୍ଦନ, କର୍ପୁର, କେଶର, କସ୍ତୁରୀ ପ୍ରଭୃତି ଲାଗି ହୁଅନ୍ତି। ଯଦି ସନ୍ଧ୍ୟା ଧୂପ ପରେ ପ୍ରଭୁଙ୍କର ବିଡ଼ିଆ ମଣୋହି ହୋଇ ନଥିଲେ ଏହି ବେଶ ସମୟରେ ହୋଇଥାଏ। ମଇଲମ ଓ ଚନ୍ଦନ ଲାଗି ବେଶ ସହ ସମ୍ପୃକ୍ତ ସେବକମାନେ ହେଲେ :-ପୁଷ୍ପାଳକ, ସୁଆର ବଡୁ, ଘଟୁଆରୀ, ପାଳିଆ ମେକାପ, ପଢ଼ିଆରୀ, ଗରାବଡୁ, ହଡପ ନାଏକ, ପାଳିଆ ଖୁଣ୍ଟିଆ ଇତ୍ୟାଦି। ବିଶେତଃ ପୁଷ୍ପାଳକ ଯେଉଁମାନେ ଠାକୁରମାନଙ୍କୁ ଚନ୍ଦନଲାଗି କରନ୍ତି ଏବଂ ଘଟୁଆରୀ ସେବକ ଯେଉଁମାନେ ଚନ୍ଦନ ସହ କର୍ପୁର, କେଶର, ଓ କସ୍ତିରୀ ଘୋରା ପ୍ରସ୍ତୁତ କରିଥାନ୍ତି। ସେମାନଙ୍କ ସମୟ ଅନୁରୂପ ସେବା ଏହି ସବୁ ନୀତିକୁ ଅତ୍ୟନ୍ତ ଶୃଙ୍ଖଳିତ କରିଥାଏ। ପ୍ରତ୍ୟେକ ନୀତି ପାଇଁ ସମୟ ନିର୍ଘଣ୍ଟ ଅତି ସାବଧାନ ସହିତ ନିର୍ଦ୍ଧାରଣ ହୋଇଛି। ଠିକ ଯେପରି ମଣିଷଟିଏ ତାର ଦୈନନ୍ଦିନ ନିତ୍ୟକ୍ରମ କ୍ରିୟା ଗୁଡିକ ଠିକ ଭାବରେ ସମୟ ଅନୁସାରେ ନକରେ ତେବେ ଶାରୀରିକ ଓ ମାନସିକ ଭାବରେ ସେ ଶାନ୍ତି ଅନୁଭବ ହୁଏନି । ସେହିପରି ଶ୍ରୀଜୀଉମାନଙ୍କ ପରମ ଶାନ୍ତି ପ୍ରକାଶର ମୁହୂର୍ତ୍ତଟି ଆସେ ଶେଷ ବେଶ ବା ଅତି ପ୍ରଚଳିତ ସର୍ବଜନ ଆକାଂକ୍ଷୀତ ବେଶ “ବଡ଼ ସିଂହାର ବେଶ “ପରେ। ଆଗାମୀ ଅଧ୍ୟାୟରେ ଏହି ବେଶର ବିଷଦ ଭାବରେ ଚର୍ଚ୍ଚା କରିବା। କିନ୍ତୁ ଏବେ କରିବା ଆରାଧନା ଓ ଭାଗବତ ପଠନ ଠିକ ସବୁଦିନ ପରି ।
ତୁ ଆତ୍ମା ସତ୍ୟ ନିତ୍ୟ ନିଧି
ଚଉଦ ଭୁବନେ ପ୍ରସିଦ୍ଧି।
ତୁ ବ୍ରହ୍ମ ଜ୍ଞାନ ଗୁରୁ ଦାତା
ତୋ ତହୁଁ ନାହିଁ ନା ବକତା ।
ନାନା ପ୍ରପଞ୍ଚ ବେଦ ବାଦେ
କେ ଅଛି ସୁରସଭା ମଧ୍ୟେ ।
ଜୟ ଜଗନ୍ନାଥ ( ଦ. ତ୍ରି. ଉବାଚ )