Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀମହାପ୍ରସାଦର ବ୍ୟାଖ୍ୟା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ ପ୍ରତ୍ୟେକ ଓଡ଼ିଆ ପ୍ରାଣର ଏକ ଈପସିତ ଆକାଂକ୍ଷା ଓ ଅନନ୍ୟ ଆକର୍ଷଣ। କୁହାଯାଏ ଯୁଗ ଯୁଗ ଧରି ଶ୍ରୀକ୍ଷେତ୍ରରେ ଯେଉଁ ଆଧ୍ୟାତ୍ମିକ ପ୍ଲାବନ ସୃଷ୍ଟି ହୋଇଛି ତାହା ଶ୍ରୀଜଗନ୍ନାଥଙ୍କ ଉପସ୍ଥିତି ପାଇଁ ଯେତିକି, ତାଠାରୁ ଅନେକ ବେଶୀ ଗୁଣରେ ତାଙ୍କୁ ସମର୍ପିତ ହେଉଥିବା ମହାପ୍ରସାଦ ପାଇଁ ହୋଇଛି। କାରଣ ସାଧାରଣ ଭାବରେ ଭଗବାନଙ୍କୁ ଅର୍ପିତ ପ୍ରସାଦର ଅର୍ଥ ଆନନ୍ଦ, ପ୍ରୀତି, ପ୍ରେମ, ପ୍ରସନ୍ନତା, ନିର୍ମଳତା, ପବିତ୍ରତା ଓ ପାବନତାକୁ ବୁଝାଏ। ସେହି ହିସାବରେ ଶ୍ରୀଜଗନ୍ନାଥଙ୍କୁ ଅର୍ପିତ ପ୍ରସାଦ ଯେତେବେଳେ ଶ୍ରୀମହାପ୍ରସାଦ ପାଲଟିଯାଏ, ଏହା ମହାନନ୍ଦ, ମହାପ୍ରେମ, ମହାଭାବ, ମହାପବିତ୍ରତା, ଓ ମହାପାବନ ଇତ୍ୟାଦି ରୂପରେ ପରିଗଣିତ ହୁଏ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମହାପ୍ରସାଦ ଅବା ଶ୍ରୀମହାପ୍ରସାଦର ବ୍ୟାଖ୍ୟା ଏପରି ହୋଇଛି “ମହାପ୍ରସାଦ “ଯଥା ମହା +ପ୍ର +ସହ +ଧାତୁ “ଦ “ବା ଦୃଷ୍ଟ ହେବା ବା ପ୍ରସନ୍ନ ହେବା। ସେହିପରି କେହି କେହି “ଶ୍ରୀମହାପ୍ରସାଦ “ର ବିଶ୍ଳେଷଣ ଏହିପରି କରିଛନ୍ତି । ଯଥା :- ଶ୍ରୀ +ମହା +ପ୍ରସାଦ ଏହି ତିନି ଶବ୍ଦ ର ମିଳନ ସାଧାରଣ ନୁହେଁ କାରଣ ପ୍ରଥମ ଶବ୍ଦ” ଶ୍ରୀ “ଏହା ଏକ ଅକ୍ଷରୀ ହେଲେ ମଧ୍ଯ ଏହାର ତାତ୍ୱିକ ବ୍ୟାପ୍ତି ଅନେକ, ଏହା ପ୍ରସାଦକୁ ଶ୍ରୀଯୁକ୍ତ କରି ତାହାର ମାନବୃଦ୍ଧି କରିଥାଏ । ଦ୍ଵିତୀୟ ଶବ୍ଦ “ମହା “ଏହା ଦ୍ବିଅକ୍ଷରୀ ଓ ମୂଖ୍ୟ ଶବ୍ଦ ପ୍ରସାଦର ଶ୍ରେଷ୍ଠତ୍ବ ପ୍ରତିପାଦନ କାରିଥାଏ ଏବଂ ମହାନତାକୁ ସୂଚାଇ ଥାଏ। ତୃତୀୟ ଶବ୍ଦ “ପ୍ରସାଦ ” ଏହା ତିନି ଅକ୍ଷରୀ, ଯାହାର ଅଭିଧାନ ବ୍ୟାଖ୍ୟା ଏହିପରି ଯଥା ଦୟା, କୃପା, କରୁଣା, ଅନୁଗ୍ରହ, ଆଶୀଷ ଇତ୍ୟାଦି ତେଣୁ ଏକ ଅକ୍ଷରୀ +ଦୁଇ ଅକ୍ଷରୀ +ତିନି ଅକ୍ଷରୀ ଶବ୍ଦ ମିଶିଗଲା ପରେ ଶ୍ରୀମହାପ୍ରସାଦ ରୂପେ ସମଗ୍ର ଚେତନାକୁ ଆବୋରି ବସେ। ଆଉ ଶ୍ରୀଜଗନ୍ନାଥଙ୍କ ଭାବ ସହ ଜୀବର ଆବେଗକୁ ଏକାକାର କରି ଏକ ମହନୀୟ ଭାବ ସତ୍ତା ନିର୍ମାଣ କରେଶ୍ରୀ +ମହା +ପ୍ରସାଦ ଏହି ତିନି ଶବ୍ଦ ର ମିଳନ ସାଧାରଣ ନୁହେଁ। କାରଣ ପ୍ରଥମ ଶବ୍ଦ” ଶ୍ରୀ “ଏହା ଏକ ଅକ୍ଷରୀ ହେଲେ ମଧ୍ଯ ଏହାର ତାତ୍ୱିକ ବ୍ୟାପ୍ତି ଅନେକ। ଏହା ପ୍ରସାଦକୁ ଶ୍ରୀଯୁକ୍ତ କରି ତାହାର ମାନବୃଦ୍ଧି କରିଥାଏ । ଦ୍ଵିତୀୟ ଶବ୍ଦ “ମହା “ଏହା ଦ୍ବିଅକ୍ଷରୀ ଓ ମୂଖ୍ୟ ଶବ୍ଦ ପ୍ରସାଦର ଶ୍ରେଷ୍ଠତ୍ବ ପ୍ରତିପାଦନ କାରିଥାଏ ଏବଂ ମହାନତାକୁ ସୂଚାଇ ଥାଏ। ତୃତୀୟ ଶବ୍ଦ “ପ୍ରସାଦ ” ଏହା ତିନି ଅକ୍ଷରୀ, ଯାହାର ଅଭିଧାନ ବ୍ୟାଖ୍ୟା ଏହିପରି ଯଥା ଦୟା, କୃପା, କରୁଣା, ଅନୁଗ୍ରହ, ଆଶୀଷ ଇତ୍ୟାଦି ତେଣୁ ଏକ ଅକ୍ଷରୀ +ଦୁଇ ଅକ୍ଷରୀ +ତିନି ଅକ୍ଷରୀ ଶବ୍ଦ ମିଶିଗଲା ପରେ ଶ୍ରୀମହାପ୍ରସାଦ ରୂପେ ସମଗ୍ର ଚେତନାକୁ ଆବୋରି ବସେ। ସେଠାରେ ସାଧାରଣ ଖାଦ୍ୟ ବସ୍ତୁ ନହୋଇ ଏହା (ଶ୍ରୀମହାପ୍ରସାଦ )ପାଲଟିଯାଏ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କର ଏକ ଦିବ୍ୟ ଓ ଆକାଂକ୍ଷୀତ ଅନୁଭବ। ଆଗାମୀ ଅଧ୍ୟାୟରେ ସେହି ଦିବ୍ୟ ଅନୁଭବର ପରିସୀମାକୁ ବ୍ୟାପ୍ତ କରିବା । ଏବେ କିନ୍ତୁ ସମୟ ଆରାଧନା ଓ ଭାଗବତ ପଠନ।

ମତ୍ତ ପ୍ରମତ୍ତ ଉନମତ୍ତ
ବାଳ ବନିତା ନିଦ୍ରାଗତ ।
ଶରଣାଗତ ରଥ ହୀନ
ଯୁଦ୍ଧରେ ଶଙ୍କିତ ରିପୁଜନ ।

ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Comments are closed.