Latest Odisha News

BREAKING NEWS

ଭାଷା ଭାଗବତ : ଫୋନ୍‌ ସଂପୃକ୍ତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଅତ୍ୟଧିକ ଫୋନ୍‌ ସଂପୃକ୍ତି
କମାଇଥାଏ ଚିଂତା ଶକ୍ତି
ସର୍ବଦା ବିଚଳିତ ମତି
କରେ ବ୍ୟକ୍ତିର ଖୁବ୍‌ କ୍ଷତି

ଦିନକୁ ଘଂଟାଏ କେବଳ
ଫୋନ୍‌ ସହିତ ଚାଲୁ ଖେଳ
ଜୀବନ ସହ ରହୁଁ ଲାଖି
ବହୁ କଥା ପାରିବା ଶିଖି

ନିର୍ଜୀବ ଯଂତ୍ର ହାତେ ଧରି
ସମୟ ଦେବା ଯଦି ସାରି
ହେବନି ଉପଯୋଗୀ କାମ
ମନରେ ଘୂରୁଥିବ ଭ୍ରମ

ଯାହାକୁ ଭାବୁଛୁଁ ଉଚିତ
ତାହା ହିଁ ହେଉ ଏବେ ବ୍ରତ
କରିଲେ ଫୋନ୍‌-ଉପବାସ
ସଂଭବ ବ୍ୟକ୍ତିତ୍ୱ ବିକାଶ

ନିଜେ ହିଁ ନିଜର ଦାୟିତ୍ୱ
ନେଲେ ହୋଇବା ଉପକୃତ
ମନକୁ କରିଲେ ଆୟତ୍ତ
କାମରେ ରହିବ ସ୍ଥାୟିତ୍ବ

ମନରେ ବିକ୍ଷିପ୍ତ ଭାବନା
ଚିଂତା ଓ ଅଲୋଡ଼ା ସୂଚନା
କରଂତି ଅଯଥା ଅସ୍ଥିର
ଏ ସବୁ ନୁହେ ହିତକର

ଯାନକୁ ସଜାଡ଼ିବା ପାଇଁ
କର୍ମଶାଳାରେ ଅଟକାଇ
ସଭିଏଁ କରଂତି ପ୍ରତୀକ୍ଷା
ଯାନଟି ପାଇଯାଏ ରକ୍ଷା

ମନକୁ ମିଳିଲେ ବିଶ୍ରାମ
ହୁଏ ଅଧିକ କାର୍ଯକ୍ଷମ
ସର୍ବଦା ରହିଲେ ସକ୍ରିୟ
ଘଟଇ ବୃଥା ଶକ୍ତିକ୍ଷୟ

Leave A Reply

Your email address will not be published.