Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଷୋଳ ବିଧାନ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଅନୁସୃତ ପୂଜା ପଦ୍ଧତି ଆଲୋଚନା ମାଧ୍ୟମରେ ଆମେ ଜାଣିଲେ ସମୁଦାୟ ଚାରି ଗୋଟି ବିଧିରେ ଏହା ପାଳିତ ହୁଏ। କିନ୍ତୁ ପ୍ରକୃତରେ ପ୍ରତିଦିନ ଦୁଇଟି ବିଧି ଅନୁସରଣ କାରାଯାଏ। ଯଥା:- ଷୋଡଶ ଉପଚାର ଓ ପଞ୍ଚଉପଚାର। ବାକି ଦୁଇଟି ରାଜୋପଚାର ଓ ସର୍ପାମଣୋହି କେତେକ ନିର୍ଦ୍ଧିଷ୍ଟ ଦିବସରେ ହୋଇଥାଏ। ଉଦାହରଣ ସ୍ୱରୂପ ସର୍ପାମଣୋହି କେବଳ ଅଣସର ଦିନମାନଙ୍କରେ ହୋଇଥାଏ ଏବଂ ରାଜୋପଚାର ପୂଜା ବିଧି କେତେକ ନିର୍ଦ୍ଧିଷ୍ଟ ପର୍ବାଣୀ ଓ ଦିବସରେ ହୋଇଥାଏ।

ଏବେ ଜାଣିବା ଦୈନଦିନ ଅନୁଷ୍ଠିତ ହେଉଥିବା ଛଅ ଗୋଟି ପୂଜା ମଧ୍ୟରୁ, ତିନୋଟି ଯାକ ଧୂପ (ସକାଳ ଧୂପ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ )ଶ୍ରୀଜୀଉମାନଙ୍କୁ ଷୋଡଶ ଉପଚାରରେ ପ୍ରଦାନ କାରାଯାଏ। ବାକି ତିନୋଟି ଭୋଗ (ଗୋପାଳ ବଲ୍ଳଭ ଭୋଗ, ଭୋଗମଣ୍ଡପ ଭୋଗ, ଓ ବଡ଼ ସିଂହାର ଭୋଗ )ଶ୍ରୀଜୀଉମାନଙ୍କୁ ପଞ୍ଚୋପଚାରରେ ଅର୍ପଣ କରାଯାଇଥାଏ। ଏଥର ଜାଣିବା ଏହି ଷୋଡଶ ଉପଚାର ପୂଜା ବିଧିରେ କଣ କଣ କାରାଯାଏ। ଷୋଡଶ ଉପଚାର ଅର୍ଥାତ ୧୬ ପ୍ରକାର ବିଧି ବିଧାନ ପାଳନ କରିବା। ତେବେ କ୍ରମ ଅନୁସାରେ ଏହି ଷୋଳ ବିଧାନ କଣ ଜାଣିବା।

୧. ଆସନ ପ୍ରଦାନ,
୨.ସ୍ୱାଗତ ପର୍ବ
୩. ପାଦ୍ୟ ପ୍ରଦାନ
୪. ଅର୍ଘ୍ୟ ପ୍ରଦାନ
୫. ଆଚମନ
୬. ମଧୁପର୍କ
୭. ପୁନରାଚମନ
୮. ସ୍ନାନ (ବିମ୍ବ ସ୍ନାନ )
୯. ବସନ ପ୍ରଦାନ
୧୦. ଆଭରଣ
୧୧. ସୁଗନ୍ଧ (ଚନ୍ଦନ, କର୍ପୁର ଆଦି )
୧୨. ପୁଷ୍ପ (ମାଳ ଓ ଅଳଙ୍କାର ପ୍ରଭୃତି
୧୩ . ଧୂପ (ସୁଗନ୍ଧିତ ଉପଚାର, ଝୁଣା
୧୪. ଦୀପ (ଉଭୟ ଭଲ ଘିଅ, ତୈଳ
୧୫. ନୈବେଦ୍ୟ (ଶୁଖିଲି ଓ ରନ୍ଧା )
୧୬. ବନ୍ଦନା (ପାର୍ଥନା, କ୍ଷମାଭିକ୍ଷା )

ଏହା କେବଳ ଷୋଳ ପ୍ରକାର ବିଧାନର ତାଲିକା । କିନ୍ତୁ ପ୍ରତ୍ୟେକ ବିଧାନର ମନ୍ତ୍ର ଅଲଗା ଅଲଗା, ଯାହା ଆମେ ପରବର୍ତ୍ତୀ ପର୍ଯାୟରେ ଆଲୋଚନା କରିବା। ଏବେ ଆରାଧନା ଓ ଭାଗବତ ପଠନର ସମୟ।

ଲୋଭେ ଅଧିକ ଯେ ଚିନ୍ତନ୍ତି
ଚୋର ସମାନେ ଦଣ୍ଡ ପlନ୍ତି।
ଯେ ପ୍ରାଣୀ ପର ହିଂସା କରେ
ଦେବତା ପୁଜି ସେ ନତରେ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.