Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଆଳତି ମନ୍ତ୍ର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମଙ୍ଗଳ ଆଳତି ଆଲୋଚନା ପ୍ରସଙ୍ଗରେ ଆମେ ପ୍ରଥମେ ମନ୍ତ୍ର ଦ୍ୱାରା ଆଳତି ପାତ୍ର ବା ଦାନୀର ସଂସ୍କାର କଲେ। ତାପରେ ଆମେ ଆଳତି ମନ୍ତ୍ର ଉଚ୍ଚାରଣ କରି ଆଳତି କରିଲେ। କିନ୍ତୁ ଶ୍ରୀମନ୍ଦିର ମଧ୍ୟରେ ଶ୍ରୀଜୀଉମାନଙ୍କୁ ଆଳତି ସମର୍ପଣ କରିବା ପୂର୍ବରୁ ପ୍ରତ୍ୟେକ ଦେବତାଙ୍କ ନାମ ଉଚ୍ଚାରଣ କରି ଆଳତି କରିବେ।
ଶ୍ରୀବଳଭଦ୍ରଦେବାୟ କର୍ପୁର ଆରାତ୍ରିକଂ ସମର୍ପୟାମୀ ନମଃ ।
ଶ୍ରୀଜଗନ୍ନାଥଦେବାୟ କର୍ପୁର ଆରାତ୍ରିକଂ ସମର୍ପୟାମୀ ନମଃ।
ମାତା ସୁଭଦ୍ରାଦେବୈ କର୍ପୁର ଆରତ୍ରିକଂ ସମର୍ପୟାମୀ ନମଃ।
ଚକ୍ରରାଜ ସୁଦର୍ଶନାୟ କର୍ପୁର ଆରତ୍ରିକଂ ସମର୍ପିୟାମୀ ନମଃ।

ଏହିପରି କର୍ପୁର ଆଳତି ସାରିବା ପରେ ପୂଜକ ହସ୍ତ ପ୍ରକ୍ଷାଳନ କରି ପୁନଃ ବତୀ ଆଳତି କରିବେ । ମନ୍ତ୍ର
ଶ୍ରୀବଳଭଦ୍ରଦେବାୟ ପ୍ରଦୀପ ଆରତ୍ରିକଂ ସମର୍ପିୟାମୀ ନମଃ
ଶ୍ରୀଜଗନ୍ନାଥ ————–
ମାତା ସୁଭଦ୍ରା ————–
ଚକ୍ରରାଜ ସୁଦର୍ଶନ —————-

ସେହିପରି ପ୍ରଦୀପ ଆଳତି ପରେ ପୁନଶ୍ଚ ହାତ ଧୋଇ ଯଦି ପିଷ୍ଟକ ଆଳତି କରିବାର ଥାଏ ତେବେ

ଶ୍ରୀ ବଳଭଦ୍ର ଦେବାୟ ପିଷ୍ଟକ ଆରତ୍ରିକଂ ସମର୍ପିୟାମୀ ନମଃ
ଶ୍ରୀଜଗନ୍ନାଥ ————-
ମାତା ସୁଭଦ୍ରା ————–
ଚକ୍ରରାଜ ସୁଦର୍ଶନ —————-

ଏହି କ୍ରମରେ ସମସ୍ତ ଆଳତି ସମର୍ପଣ କରିବେ। ପ୍ରତ୍ୟେକ ଆଳତି ପୂବରୁ ପୂଜକ କିଛି ବୈଦିକ ମନ୍ତ୍ର ମଧ୍ୟ ଉଚ୍ଚାରଣ କରିପାରିବେ। ଯଥା
“ଓଁ ଅଗ୍ନିଦେବତା ବାତୋ ଦେବତା, ସୁର୍ୟୋଦେବତା, ଚନ୍ଦ୍ରମା ଦେବତା ବାସବୋ ଦେବତା ରୁଦ୍ରାଦେବତା
ଆଦିତ୍ୟ ଦେବତା, ମରୁତୋ ଦେବତା
ବିଶ୍ୱଦେବା ଦେବତା ବୃହସ୍ପତି ଦେବତା
ଇନ୍ଦ୍ରୋଦେବତା ବରୁଣ ଦେବତା “ଇଦଂ ଆରତ୍ରିକଂ ସମର୍ପୟାମୀ ନମଃ
ଏଭଳି ଅନେକ ବୈଦିକ ମନ୍ତ୍ର ଦ୍ୱାରା ସମସ୍ତ ଦେବା ଦେବୀଙ୍କୁ ଆଳତି ସମର୍ପଣ କରିବାର ବିଧି ରହିଛି। ଏହା ଆଗାମୀ ଅଧ୍ୟାୟରେ ପୁଣି ଆଲୋଚନା କରିବା, ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ ।

ଯା ଘରୁ ଅତିଥି ବାହୁଡେ
ସେ ପ୍ରାଣୀ ପ୍ରେତ ମୁଖେ ପଡେ।
ତାର ସଂଚିତ ପୁଣ୍ୟ ଯେତେ
ଗମନ୍ତି ଅତିଥି ସଙ୍ଗତେ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.