ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ। ଓଁ ନମୋ ଭାଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅବକାଶ ନୀତି ଆଲୋଚନା ଅନ୍ତର୍ଗତ ସ୍ନାନ ନୀତିର ବିଶେଷ ସ୍ନାନ ପର୍ଯ୍ଯାୟ ଆଲୋଚନା ଅବସରରେ ଆମେ ଜାଣିଲେ ତିନୋଟି ପଦାର୍ଥରେ ସ୍ନାନ (ସରକ୍ଷୀର, ଦହି ଓ ଘୃତ ) ବିଷୟରେ। ଏବେ ଜାଣିବା ଆଉ ଦୁଇଟି ଉପାଦାନ ମହୁ ସ୍ନାନ ଓ ଗୁଡ଼ /ଛାଚି /ସର୍କରା ସ୍ନାନ ମନ୍ତ୍ର ବିଷୟରେ।
ମହୁ ସ୍ନାନ :- ଓଁ ମଧୁ ବାତା ଋତାୟତେ, ମଧୁ କ୍ଷରନ୍ତି ସିନ୍ଧଭଃ ମାଧ୍ବୀର୍ନ ସନ୍ତୋଷଧୀ, ଓଁ ମଧୁନକ୍ତ ମୁତୋଷସୋ ମଧୁମତ ପାର୍ଥିବ ଗୁଁ ରଜମଧୁ ଦୌରସ୍ତୁ ନଃ ପିତା, ଓଁ ମଧୁ ମାନ୍ନ ବନସ୍ପତିମର୍ଧୁମା ଅସ୍ତୁ ସୂର୍ଯ୍ୟ, ମାଧ୍ବୀଗାର୍ବୋ ଭବନ୍ତୁନଃ ।।
ଗୁଡ଼ /ସର୍କରା ସ୍ନାନ :-ଓଁ ଅପା ଗୁଁ ରସମୁଦବୟସ ଗୁଁ ସୁର୍ୟୋ ସନ୍ତ ଗୁଁ ସମାହିତମ୍, ଅପା ଗୁଁ ରସସ୍ୟ ଯୋ ରସସ୍ତଂ ବୋ ଗୃହାଣମୁତମମ, ଉପୟାମ ଗୃହିତୋ ଅସୀନ୍ଦ୍ରାୟତ୍ୱା ଜୁଷ୍ଟଂ ଗୃହାମେଷ ତେ ଯୋନିରିନ୍ଦ୍ରିୟ ତ୍ୱା ଜୁଷ୍ଟତମମ ”
ସମୟ ଅଭାବରେ ଯଦି ପାଞ୍ଚୋଟି ଦ୍ରବ୍ୟରେ ଅଲଗା ଅଲଗା ସ୍ନାନ ହୋଇ ନପାରିଲା, ତେବେ ପଞ୍ଚାମୃତ ପ୍ରସ୍ତୁତ କରି ନିମ୍ନ ମନ୍ତ୍ରରେ ସ୍ନାନ କରିବେ ।
“ଓଁ ପଞ୍ଚନଦ୍ୟ ସରସ୍ବତୀମପି
ୟନ୍ତି ସସ୍ରୋତଶଃ, ସରସ୍ୱତୀ ତୁ ପଞ୍ଚଧା ସୋ ଦେଶେ ଅଭବତ ସରିତ ।
ଏହି ସ୍ନାନ ପରେ ଜଳ ସ୍ନାନ କାରାଯାଏ ଓ ସର୍ବାଙ୍ଗ ଚନ୍ଦନ ଲେପ ଦିଆଯାଏ। ଏହି ଚନ୍ଦନ ମଧ୍ୟ୍ୟ ସ୍ନାନ ପାଇଁ ବ୍ୟବହୃତ ଦର୍ପଣରେ ପ୍ରତିବିମ୍ବିତ ବିଗ୍ରହରେ ହୋଇଥାଏ।
ଆଗାମୀ ଅଧ୍ୟାୟରେ ଆମେ ଜାଣିବା ଏହି ସ୍ନାନ ବିଧି ସମାପନର ବିଭିନ୍ନ ଫଳ ପ୍ରାପ୍ତି ବିଷୟରେ ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ।
ଦେହ ବହିଲେ ନିଶ୍ଚେ ମରି
ମରଣ ଛାରେ କିମ୍ପା ଡରି।
ଦେହ ବହିଲେ ନିଶ୍ଚେ ମରି
ସଂସାର ନୁହଁଇ କାହାରି।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.