Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଗୋପାଳ ବଲ୍ଳଭ ଭୋଗ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟୁଷର ସମସ୍ତ ବିଧି ବିଧାନ ଶେଷ ହେବା ପରେ, ଏପରିକି ଦ୍ୱାରପାଳ ପୂଜା ପରେ, ଶ୍ରୀଜୀଉମାନଙ୍କ ବିଭିନ୍ନ ପୂଜା(ଭୋଗ )ଲାଗି ହୋଇଥାଏ। ପ୍ରଥମ ଭୋଗ ହିସାବରେ ପରଷା ଯାଏ ବାଳଭୋଗ (ଗୋପାଳ ବଲ୍ଳଭ ଭୋଗ )। ଏହା ପ୍ରତ୍ୟେକ ଠାକୁରଙ୍କ ପାଖରେ ଅର୍ପଣ ହେଉଥିବା ସର୍ବ ପ୍ରଥମ ଭୋଗ, ଏଥିରେ ଖଇ, କୋରା, ପାଚିଲା କଦଳୀ, ପାପୁଡି, ସର, ଚାଉଳିଆ ସେଓ, ଅଙ୍ଗୁର, ନଡ଼ିଆପାତି, ଦହି ଖୁଆମଣ୍ଡା, ପଇଡ଼, ଚୂଡ଼ା ଭଜା, ଖୁଆ ପେଡା ଇତ୍ୟାଦି ନୈବେଦ୍ୟ କରାହୁଏ। ଭୋଗ ବଢ଼ା ଯିବା ପୂର୍ବରୁ ସେହି ସ୍ଥାନକୁ ଭଲରୂପେ ଧୋଇ ପରିଷ୍କାର କରାଯିବା। ତତ୍ପରେ ପିତଳ ବା ରୋପ୍ୟ ଥାଳିରେ ଭୋଗ ଦ୍ରବ୍ୟ ମାନ ଉତ୍ତମ ରୂପେ ସଜାଇ ରଖିବେ। ପୂଜକ ନିଜର ବାହ୍ୟ, ଅନ୍ତର ଶୁଦ୍ଧି ସହ ପୂଜା ସ୍ଥାନରେ ଆସନ ଶୁଦ୍ଧିଠାରୁ ଆରମ୍ଭ କରି ଅର୍ଘ୍ୟ, ପlଦାସନ ସମସ୍ତ ଶୁଦ୍ଧି କରି ଏହି ବାଳ ଭୋଗକୁ ନୈବେଦ୍ୟ ପ୍ରଦାନ କରିବେ, ଯାହା ପଞ୍ଚ ଉପଚାର ବିଧିରେ ସମର୍ପିତ ହେବ। ଆଗାମୀ ଅଧ୍ୟାୟରେ ଆଲୋଚନା କରିବା ବାଲଭୋଗ ପରେ ସମାହିତ ହେଉଥବା ରାଜଭୋଗ ବିଷୟରେ ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ।

ହରି ଚରିତ ସୁଧାବାରି
ଶ୍ରୁତି ଯୁଗଳେ ପାନ କରି।
ଗୋବିନ୍ଦ ନାମ ଭେଳା କରି
ହେଳେ ତରିବ ଭବ ବାରି।

ଜୟ ଜଗନ୍ନାଥ (ଦ. ତ୍ରି.ଉବାଚ )

Leave A Reply

Your email address will not be published.