Latest Odisha News

ବହୁଚର୍ଚ୍ଚିତ ଫିରିଙ୍ଗିଆ ଥାନା ପୋଡି ଘଟଣା: ମାଷ୍ଟର ମାଇଣ୍ଡ ଗିରଫ

ବାଲିଗୁଡା: ଧରାପଡିଲା ମାଷ୍ଟର ମାଇଣ୍ଡ  । ବହୁଚର୍ଚ୍ଚିତ ଫିରିଙ୍ଗିଆ ଥାନା ପୋଡି ଘଟଣାର  ମୁଖ୍ୟ ଅଭିଯୁକ୍ତ ବିଶ୍ବ ରଞ୍ଜନ କହଁର ଗିରଫ  ।  ପୋଲିସ ବିଶ୍ବରଞ୍ଜନକୁ ନୟାଗଡ ସହରରୁ ଗିରଫ କରିଥିବା ସୂଚନା ମିଳିଛି  । ବିଶ୍ବରଞ୍ଜନକୁ ମିଶାଇ ମାମଲାରେ ଏଯାବତ ଗିରଫ ସଂଖ୍ୟା ୨୪ରେ ପହଞ୍ଚିଛି  ।  ପୂର୍ବରୁ ସେ ଫିରିଙ୍ଗିଆ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଥିବା ଜଣାପଡିଛି  ।

ଏହି ଘଟଣାରେ ପୂର୍ବରୁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଆଇଆଇସି ତପନ ନାହାକ ସସପେଣ୍ଡ ହୋଇଛନ୍ତି  । ହିଂସାକାଣ୍ଡ ବେଳେ ସେ ଥାନା ଛାଡି ପଳାଇଥିଲେ । ଏଣୁ ଆଇଆଇସି ଦାୟିତ୍ବରେ ଅବହେଳା ପାଇଁ  ତାଙ୍କୁ ସସପେଣ୍ଡ କରାଯାଇଛି । ଏହାପୂର୍ବରୁ ତପନଙ୍କୁ କନ୍ଧମାଳ ଜିଲ୍ଲା ଏସପି ଅଫିସକୁ ବଦଳି କରାଯାଇଥିଲା ।

ତେବେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ସହଯୋଗ କରିବା ଓ ଫିରିଙ୍ଗିଆ ଥାନା ଅଧିକାରୀ ସମେତ ଅନ୍ୟ ପୋଲିସ କମର୍ଚାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ଅଗଷ୍ଟ ୫ ତାରିଖରେ ଶତାଧିକ ଉତ୍ତ୍ୟକ୍ତ ଲୋକ ଥାନା ଜାଳିଦେବା ସହ ପୋଲିସ ଉପରକୁ ଟେକା ପଥର ଫିଙ୍ଗିଥିଲେ । ଫଳରେ ଥାନାରେ ଥିବା କମ୍ପୁଟର ସମେତ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର , ଆସବାବପତ୍ର , ଗାଡି ଆଦି ସମ୍ପୂର୍ଣ୍ଣ ଜଳିଯାଇଥିଲା । ପୋଲିସ ଉପାୟ ଶୂନ୍ୟ ହୋଇ ଉତ୍ତ୍ୟକ୍ତ ଲୋକଙ୍କ ଉପରକୁ ଫାଙ୍ଗା ଗୁଳିଚାଳନା କରିଥିଲା ।

Comments are closed.