Latest Odisha News

ଫିରିଙ୍ଗିଆ ତହସିଲର ପୂର୍ବତନ କର୍ମଚାରୀ ଅଜୟ ମଲ୍ଲିକଙ୍କୁ ୩ ବର୍ଷ ଜେଲ ଦଣ୍ଡ 

ଭୁବନେଶ୍ବର: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ତହସିଲ ଅନ୍ତର୍ଗତ ବଲଣ୍ଡାପଡାର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ପୂର୍ବତନ କର୍ମଚାରୀ ଅଜୟ କୁମାର ମଲ୍ଲିକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଫୁଲବାଣୀ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି।

ତାଙ୍କ ବିରୁଦ୍ଧରେ ଅଗଷ୍ଟ ୨୨, ୨୦୨୩ରେ ବ୍ରହ୍ମପୁର ଭିଜିଲାନ୍ସ ପିଏସ୍ ମାମଲା ନଂ ୧୫ ଅନୁଯାୟୀ ଅଭିଯୋଗ ହୋଇଥିଲା। ଯାହା ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ ର ଧାରା ୭ ଅନୁଯାୟୀ ରୁଜୁ ହୋଇଥିଲା।

ସୂଚନା ଅନୁଯାୟୀ, ସେ ଜଣେ ଚାଷୀଙ୍କଠାରୁ ୮,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ପୈତୃକ ଜମି ରେକର୍ଡର ପରିବର୍ତ୍ତନ, ଚାଷୀ ଏବଂ ତାଙ୍କ ଆଇନଗତ ଉତ୍ତରାଧିକାରୀଙ୍କ ସପକ୍ଷରେ ପଟ୍ଟା (ଅଧିକାର ରେକର୍ଡ) ପ୍ରଦାନ କରିବା ପାଇଁ ଏହି ଟଙ୍କା ଦାବି କରାଯାଇଥିଲା।

ତେବେ ଏହି ଘଟଣାରେ କୋର୍ଟ ତାଙ୍କୁ ତିନି ବର୍ଷ ପାଇଁ ସଶ୍ରମ କାରାଦଣ୍ଡ ସହ ୨୦,୦୦୦ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଅପରପକ୍ଷରେ ଓଡ଼ିଶା ଭିଜିଲାନ୍ସ ସ୍ପଷ୍ଟ କରିଛି ଯେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯିବ।

Comments are closed.