ନୂଆଦିଲ୍ଲୀ: ଏସିଆ କପ ୨୦୨୫ରେ ଭାରତ ଓ ପାକିସ୍ତାନ ସେପ୍ଟମ୍ବର ୨୧ରେ ପୂନର୍ବାର ସାମ୍ନା ସାମ୍ନି ହେବେ । ଲିଗ ପର୍ଯ୍ୟାୟରେ ଭାରତ ଶୋଚନୀୟ ଭାବେ ପାକିସ୍ତାନକୁ ପରାସ୍ତ କରିଥିଲା । ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଯେତେବେଳେ ପଚରାଗଲା ପାକିସ୍ତାନ ବିପକ୍ଷ ମ୍ୟାଚର ଚାପକୁ କିଭଳି ସାମ୍ନା କର । ସେ ହସି କରି କହିଥିଲେ ମ୍ୟାଚ ପୂର୍ବରୁ ମୁଁ ମୋବାଇଲ ବନ୍ଦ କରିଦିଏ ଏବଂ ଶାନ୍ତିରେ ଶୋଇପଡେ । ପଡିଆକୁ ଓହ୍ଲାଇବା ପର୍ଯ୍ୟନ୍ତ ମୁଁ ଏ ବିଷୟରେ ଚିନ୍ତା କରି ନ ଥାଏ ।
ଲିଗ ମ୍ୟାଚରେ ଭାରତ ବିଜୟ ହାସଲ କରିବାରେ ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇ ନ ଥିଲା । ଏଥିଯୋଗୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ପାକିସ୍ତାନ ଟିମ ୟୁଏଇ ବିପକ୍ଷ ମ୍ୟାଚ ପୂର୍ବରୁ ଓହରିବା ନେଇ ନାଟକ କରିଥିଲେ । ଶେଷରେ ମ୍ୟାଚ ୧ ଘଂଟା ବିଳମ୍ବରେ ଆରମ୍ଭ ହୋଇଥିଲେ । ଭାରତ ବିପକ୍ଷ ସୁପର ଫୋର ମ୍ୟାଚରେ ପାକିସ୍ତାନ ଅଲଗା କିଛି ନାଟକ କରିପାରେ ବୋଲି ପ୍ରଶଂସକମାନେ ଚିନ୍ତାରେ ଅଛନ୍ତି ।
Comments are closed.