Latest Odisha News

BREAKING NEWS

ସୁପୋଷଣର ଆବଶ୍ୟକତାକୁ ନେଇ ରାଜଧାନୀରେ ଫଟୋ ପ୍ରଦର୍ଶନୀ

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଓଡିଶାରେ ନବୀନ ପଟ୍ଟନାୟକଙ୍କ ସରକାର କୁପୋଷଣ ବିରୁଦ୍ଧରେ ସଗ୍ରାମ କରିବାର ପ୍ରୟାସ ଓ ପ୍ରତିବଦ୍ଧତା ନିମନ୍ତେ ଆବଶ୍ୟକ ସହାୟତା ପାଉଛନ୍ତି, ସେଥିପାଇଁ ରାଜ୍ୟ ସରକାରଙ୍କ ପ୍ରୟାସକୁ ପ୍ରଶଂସିତ କରିବା ସହିତ ପୋଷଣ ସମ୍ବନ୍ଧୀୟ ଆପତିଗୁଡିକର ସମାଧାନ ନିମନ୍ତେ ଭୁବନେଶ୍ୱର ଠାରେ ଏକ ଫଟୋ ପ୍ରଦର୍ଶନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହେଶ ସାହୁ, ମାନ୍ୟବର ସାଂସଦ, ଲୋକସଭା, ଢେଙ୍କାନାଳ ଏହି ଫଟୋ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅମର ପଟ୍ଟନାୟକ, ମାନ୍ୟବର ସାଂସଦ, ରାଜ୍ୟସଭା, ସୁଲତା ଦେଓ, ଉପଦେଷ୍ଟା, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ, ଓଡିଶା ସରକାର, ଡଃ ସିପ୍ରା ମଲ୍ଲିକ, ସଦସ୍ୟ, ଓଡିଶା ରାଜ୍ୟ ଖାଦ୍ୟ କମିସନ୍, ଓଡିଶା ସରକାର, କୁନା ତ୍ରିପାଠୀ, ଅଧ୍ୟକ୍ଷ, ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଏବଂ ବିଦ୍ୟୁତ୍ ମହାନ୍ତି, ସଚିବ, ଏସ୍ପିଆର୍ଇଏଡି ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର ଏହି ଉଦ୍ଘାଟନ ସମାରୋହକୁ ପରିଚାଳନା କରିଥିଲେ ।

ଏହି ଅବସରରେ ଢେଙ୍କାନାଳର ମାନ୍ୟବର ସାଂସଦ ମହେଶ ସାହୁ କହିଥିଲେ ଯେ ରାଜ୍ୟରେ ବଳିଷ୍ଠ ରାଜନୈତିକ ନେତୃତ୍ୱ ଦ୍ୱାରା କୁପୋଷଣ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାଗୁଡିକୁ ଉପସ୍ଥାପନା କରାଯିବା ସହିତ ଏହାର ସ୍ଥାୟୀ ସମାଧାନ ମଧ୍ୟ କରାଯାଇପାରିବ । ଅପହଞ୍ଚ ଅଞ୍ଚଳରେ ଅଧିକ ଅଙ୍ଗନୱାଡି କେନ୍ଦ୍ର ସ୍ଥାପନ ପାଇଁ ମୁଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲି ବୋଲି ମଧ୍ୟ ସେ କହିଥିଲେ । ରାଜ୍ୟ ସରକାରଙ୍କ ସହଭାଗୀତାରେ ମୁଁ ଏପରି କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛି କାରଣ ଅଙ୍ଗନୱାଡି କେନ୍ଦ୍ରଗୁଡିକ ପୋଷଣ ସମ୍ବନ୍ଧୀୟ ଯୋଜନାଗୁଡିକୁ ପ୍ରାବଧାନ ପ୍ରଦାନ କରିବାରେ ଏକ ନୋଡାଲ୍ କେନ୍ଦ୍ର ଅଟେ ଏବଂ ଆମକୁ ଏହା ସୁନିଶ୍ଚିତ କରିବାର ଅଛି ଯେପରି ଏହି କେନ୍ଦ୍ରଗୁଡିକ ସଠିକ୍ ଭାବରେ କାର୍ଯ୍ୟ କରନ୍ତି ବୋଲି ସେ ଆହୁରି ମଧ୍ୟ କହିଥିଲେ ।

ଆଜି ସାରା ଭାରତ ବର୍ଷରେ ଓଡିଶା ପୋଷଣ ଚାମ୍ପିଅନ୍ର ମାନ୍ୟତା ହାସଲ କରିଛି ଏବଂ ଏହି ଫଟୋ ପ୍ରଦର୍ଶନୀ ମାଧ୍ୟମରେ ଆୟୋଜକ ଏହା କହିବାକୁ ଚାହୁଁଛନ୍ତି ଯେ ପୋଷଣ କ୍ଷେତ୍ରରେ ସମଗ୍ର ଦେଶରେ ଏକ ରୋଲ୍ ମଡେଲ୍ ସାଜିବା ଏବଂ ଏ ଦିଗରେ ନେତୃତ୍ୱ ନେବା ପାଇଁ ରାଜ୍ୟକୁ ଆଉ କିଛି କାର୍ଯ୍ୟକ୍ରମ ଆରମ୍ଭ କରିବାର ଆବଶ୍ୟକତା ରହିଛି ।

କ୍ଲୋଜ୍ ଦି ଗ୍ୟାପ୍: ଏ ଫଟୋ ଏସେ ଅନ୍ ଅନୁଗୁଳସ୍ ଫାଇଟ୍ ଏଗ୍ନେଷ୍ଟ୍ ଅଣ୍ଡର୍ ନ୍ୟୁଟ୍ରିସନ୍ ଶୀର୍ଷକ ଫଟୋ ପ୍ରଦର୍ଶନୀ ମାଧ୍ୟମରେ ଦିଲ୍ଲୀ ନିବାସୀ ପୁରସ୍କାର ବିଜେତା ଆଲୋକ ଚିତ୍ରକାର ଅନିନ୍ଦିତ୍ୱ ମୁଖାର୍ଜୀ ଏବଂ ରବି ଚୌଧୁରୀଙ୍କ କ୍ୟାମେରା ଦ୍ୱାରା ଉତୋଳିତ ଅନୁଗୁଳ ଜିଲ୍ଲାର ଗୋଷ୍ଠୀ ସମୂହଙ୍କ ପୋଷଣ ସମ୍ବନ୍ଧୀୟ ଅଭିଜ୍ଞତାକୁ ପ୍ରଦର୍ଶିତ କରାଯାଇଥିଲା ।

ଚାରିଗୋଟି ଉଦ୍ୟୋଗ ଯଥା ଆଇପିଇ ଗ୍ଲୋବାଲ୍, ଏପିଏଏ (ଅନୁଗୁଳ ପୁଷ୍ଟି ଅଧିକାର ଅଭିଯାନ), ଏସ୍ପିଆର୍ଇଏଡି (ଗ୍ରାମୀଣ ଶିକ୍ଷା ଏବଂ ବିକାଶକୁ ପ୍ରୋତ୍ସାହିତ କରୁଥିବା ଗୋଷ୍ଠୀ) ଏବଂ ମାଇଁ ସିଟି ଲିଙ୍କସ୍ର ମିଳିତ ଆନୁକୂଲ୍ୟରେ ଏହି ଭବ୍ୟ ସମାରୋହ ଆୟୋଜନ କରାଯାଇଥିଲା ।

ଏହି ଫଟୋ ଚିତ୍ରଗୁଡିକ ମାଧ୍ୟମରେ ପ୍ରତିଦିନ ଅଙ୍ଗନୱାଡି କେନ୍ଦ୍ରଗୁଡିକ ଠାରୁ ପୋଷଣ ସମ୍ପର୍କିତ ସେବା ପାଇବା ପାଇଁ ସଘଂର୍ଷ କରୁଥିବା ଏବଂ ଆଶାୟୀ ବ୍ୟକ୍ତିମାନଙ୍କର କାହାଣୀକୁ ସ୍ଥାନିତ କରାଯାଇଥିଲା । କୁପୋଷଣର ବ୍ୟାପକତା ସମାଜରେ ଅସମାନତାର ପ୍ରତୀକ ଅଟେ ଏବଂ ଅତ୍ୟନ୍ତ ଅପହଂଚ ଲୋକଙ୍କୁ କେନ୍ଦ୍ରିତ କରି ଯଦି କୌଣସି ସମାଧାନର ପନ୍ଥା ସ୍ଥିର କରାନଯାଏ ତେବେ ଏହି ବ୍ୟବଧାନ ବୃଦ୍ଧି ପାଇବାର ମହାନ ବାର୍ତାକୁ ଏହି ପ୍ରଦର୍ଶନୀ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା ।

ଏହି ଅବସରରେ ଆଇପିଇ ଗ୍ଲୋବାଲ୍ ଲିମିଟେଡ୍ର ସହାୟିକା ନିର୍ଦ୍ଦେଶିକା ଶ୍ରୀମତୀ ନେହା ସୈଗଲ୍ କହିଥିଲେ ଯେ ଆମର ବିଶ୍ୱାସ ଯେଉଁ ଅପହଂଚ ଗୋଷ୍ଠୀ ସମୁଦାୟଙ୍କ ହିତସାଧନ ପାଇଁ ଆମେ କାର୍ଯ୍ୟ କରୁଛୁ ସେମାନେ ଏହି ପ୍ରଦର୍ଶନୀ ଦ୍ୱାରା ପୋଷଣ ସମ୍ବନ୍ଧୀୟ ସମ୍ଭାବିତ ସମାଧାନ ପାଇବା ସହିତ ସେମାନଙ୍କ ସହିତ ଥିବା ବ୍ୟବଧାନ ମଧ୍ୟ ହ୍ରାସ କରାଯାଇପାରିବ । ରାଜ୍ୟରେ ଥିବା ଗରିବ, ଅନୁସୂଚିତ ଜାତି (ଏସ୍ଟି) ଏବଂ ବିଶେଷ ଭାବରେ ଅବହେଳିତ ଜନଜାତି ସମୁଦାୟ (ପିଭିଟିଜି) ଙ୍କ ମଧ୍ୟରେ ପୋଷଣର ଅନ୍ତରକୁ କମ୍ କରିବା ପୂର୍ବକ ଓଡିଶା ଅନ୍ୟ ରାଜ୍ୟମାନଙ୍କ ନିମନ୍ତେ ଏକ ରୋଲ୍ ମଡେଲ୍ ସାଜିବାର ଯଥେଷ୍ଟ କ୍ଷମତା ରହିଛି ବୋଲି ମଧ୍ୟ ସେ କହିଥିଲେ ।

ରାଜ୍ୟରେ ପୋଷଣ କ୍ଷେତ୍ରରେ ଥିବା ସମସ୍ତ ସମସ୍ୟାକୁ ପ୍ରତିହତ କରିବା ପାଇଁ ଓଡିଶା ସରକାର ବହୁତ ସକାରାତ୍ମକ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି, କିନ୍ତୁ ରାଜ୍ୟରେ ଥିବା ଅତ୍ୟନ୍ତ ଦରିଦ୍ର ଯେପରିକି ଅନୁସୂଚିତ ଜାତି ଏବଂ ବିଶେଷ ଭାବରେ ଅବହେଳିତ ଜନଜାତି ସମୁଦାୟଙ୍କ ମଧ୍ୟରେ ଥିବା ପୋଷଣର ଦୂରତ୍ୱ ଅଦ୍ୟାବଧି ଏକ କଷ୍ଟକର ବ୍ୟାପାର ଭାବରେ ଉଭା ହୋଇଛି ।

ରାଜ୍ୟରେ ଥିବା ୩୪.୧ ପ୍ରତିଶତ ୫ ବର୍ଷରୁ କମ୍ ପୋଷଣ ସମସ୍ୟାରେ ଜର୍ଜରିତ ଶିଶୁ ଏବଂ ୫୦ ପ୍ରତିଶତ ୧୫ ରୁ ୪୯ ବର୍ଷ ବୟସ ଶ୍ରେଣୀର ଆନେମିଆ ରୋଗର ଶିକାର ହୋଇଥିବା ମହିଳାମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ନିମନ୍ତେ ଆମ ପାଖରେ ସୁଯୋଗ ରହିଛି । ରାଜ୍ୟରେ ଥିବା ୪୬ ପ୍ରତିଶତ ଅନୁସୂଚିତ ଜନଜାତିର ଶିଶୁମାନେ ଅତିଶୟ ଭାବେ ଗମ୍ଭୀର କୁପୋଷଣର ଶିକାର ଅଟନ୍ତି । ତେଣୁ ରାଜ୍ୟ ସରକାରଙ୍କୁ ତୁରନ୍ତ ବିଶେଷ ଭାବରେ ଏହି ସମୁଦାୟଙ୍କ ଉପରେ ଦୃଷ୍ଟି ନିକ୍ଷେପ କରିବା ଆବଶ୍ୟକ ।

ଫଟୋ ପ୍ରଦର୍ଶନୀ ମାଧ୍ୟମରେ ରାଜ୍ୟର ନୀତି ନିର୍ମାତାଙ୍କ ଉଦ୍ଦେଶ୍ୟରେ ପ୍ରକାଶିତ କିଛି ସୁପାରିଶ ନିମ୍ନରେ ବର୍ଣ୍ଣିତ-

• ପ୍ରତି ଗ୍ରାମ ସ୍ତରରେ ଯାଂଚ ଓ ମାତୃ ପର୍ଯ୍ୟାଲୋଚନା କମିଟି ଗଠନ ଭିତିକ ଏକୀଭୂତ ଶିଶୁ ବିକାଶ ସେବା (ଆଇସିଡିଏସ୍)କୁ ଶେଷ ସ୍ତର ପର୍ଯ୍ୟନ୍ତ ପହଁଚାଇବାକୁ ବିକଶିତ କରାଯିବା ଆବଶ୍ୟକ

• ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁସାରେ ସଂସ୍ଥାଗତ ସାମାଜିକ ପର୍ଯ୍ୟାଲୋଚନା ଉତ୍ପାଦ ଯେପରିକି ସାମାଜିକ ତନଖି ଅନିର୍ବାର୍ଯ୍ୟ ଅଟେ

• ସରକାର ଆଇସିଡିଏସ୍ ଅନ୍ତର୍ଗତ ଏକ କାର୍ଯ୍ୟକାରୀ ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ ସୃଷ୍ଟି କରିବା ଆବଶ୍ୟକ

• ଯେଉଁ ଅନୁସୂଚିତ ଜାତି ଅଂଚଳରେ ଅଙ୍ଗନୱାଡି କେନ୍ଦ୍ର ନାହିଁ ସେଠାରେ ଛୋଟ ଅଙ୍ଗନୱାଡି କେନ୍ଦ୍ର ସ୍ଥାପନ ପାଇଁ ବଜେଟ୍ରେ ବ୍ୟୟ ବରାଦ କରିବା ଆବଶ୍ୟକ

• ଅନୁପୂରକ ପୋଷଣ କାର୍ଯ୍ୟକ୍ରମ (ଏସ୍ଏନ୍ପି) ଦ୍ୱାରା ପ୍ରଦାନ କରାଯାଉଥିବା ପୁଷ୍ଟିକର ଖାଦ୍ୟ ସମ୍ବନ୍ଧରେ ଏକ ସୂଚନାଧର୍ମୀ ପ୍ରଚାର କର୍ମଶାଳା ଆୟୋଜନ କରାଯିବା ଆବଶ୍ୟକ

ଏସ୍ପିଆର୍ଇଏଡି (ଗ୍ରାମୀଣ ଶିକ୍ଷା ଏବଂ ବିକାଶକୁ ପ୍ରୋତ୍ସାହିତ କରୁଥିବା ଗୋଷ୍ଠୀ)ର ସଚିବ ଶ୍ରୀଯୁକ୍ତ ବିଦ୍ୟୁତ୍ ମହାନ୍ତି କହିଥିଲେ ଯେ ଅଙ୍ଗନୱାଡି କେନ୍ଦ୍ରମାନଙ୍କର ସାମାଜିକ ପର୍ଯ୍ୟାଲୋଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଆମର ବିଶ୍ୱାସ ସରକାର ଆମ ଦ୍ୱାରା ପ୍ରଦତ ସୁପାରିଶଗୁଡିକ ଉପରେ ଦୃଷ୍ଟି ନିକ୍ଷେପ କରିବା ସହିତ ସାମାଜିକ ତନଖି ଏବଂ ଯାଂଚ ଓ ମାତୃ ପର୍ଯ୍ୟାଲୋଚନା କମିଟିର ସଦସ୍ୟମାନଙ୍କ ନିମନ୍ତେ ପ୍ରଶିକ୍ଷଣ ଶିବିର ଆୟୋଜନ କରିବା ନିମନ୍ତେ ଯତ୍ନବାନ ହେବେ ବୋଲି ସେ କହିଥିଲେ ।

ଅନୁଷ୍ଠାନ ସମ୍ବନ୍ଧରେ: ଆଇପିଇ ଗ୍ଲୋବାଲ୍ ଲିମିଟେଡ୍ ଏକ ଅନ୍ତଃରାଷ୍ଟ୍ରୀୟ ବିକାଶ ପରାମର୍ଶ ସମୂହ ଯାହା ବିକଶିତ ଦେଶମାନଙ୍କରେ ନିରନ୍ତର ବୈଷୟିକ ସହାୟତା ପ୍ରଦାନ କରିବାର କାର୍ଯ୍ୟ କରିଥାଏ । ବିଶ୍ୱ ସମୁଦାୟକୁ ଅତି ସୁନ୍ଦର କରିବା ଲକ୍ଷ୍ୟରେ ଆମର ସମାଧାନଗୁଡିକ ପୋଷଣୀୟ ବିକାଶ ଲକ୍ଷ୍ୟ (ଏସ୍ଡିଜି) ଉପରେ ପର୍ଯ୍ୟବେଷିତ ।

ଆଲୋକ ଚିତ୍ରକାରଙ୍କ ସମ୍ବନ୍ଧରେ: ଅନିନ୍ଦିତ୍ୱ ମୁଖାର୍ଜୀ ଜଣେ ସ୍ୱାଧୀନ ଫଟୋ ସାମ୍ବାଦିକ ଏବଂ ପ୍ରାମାଣିକ କ୍ଷୁଦ୍ର ଚଳଚ୍ଚିତ୍ର ଫଟୋଗ୍ରାଫର୍ । ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଦି ନ୍ୟୁୟର୍କ ଟାଇମ୍ସ୍, ଟାଇମ୍ସ୍ ମ୍ୟାଗାଜିନ୍, ଆଇଏଚ୍ଟି, ଗାର୍ଡିଆନ୍, ଦି ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍, ଦି ଇକୋନୋମିଷ୍ଟ୍, ଦି ଗ୍ଲୋବ୍ ଏବଂ ମେଲ୍ ପରି ବିଶ୍ୱସ୍ତରୀୟ ସମ୍ବାଦପତ୍ର, ପତ୍ରିକା ଏବଂ ଅନ୍ଲାଇନ୍ରେ ପ୍ରକାଶିତ ହୋଇଛି । ସେ ତାଙ୍କର ଫଟୋଗ୍ରାଫି ପାଇଁ ଅନେକ ପୁରସ୍କାର ହାସଲ କରିଛନ୍ତି ।

ଭାରତର ଏକ କ୍ଷୁଦ୍ର ସହରରେ ଜନ୍ମିତ ରବି ଚୌଧୁରୀ ନିଜର ଫଟୋଗ୍ରାଫି ପାଇଁ ଅତ୍ୟନ୍ତ ପ୍ରସିଦ୍ଧ । ତାଙ୍କର କାଳଜୟୀ ସୃଷ୍ଟି ଗ୍ଲୋବ୍ ଓ ଦି ହପିଙ୍ଗଟନ୍ ପୋଷ୍ଟ ପରି ଅନ୍ତରାଷ୍ଟ୍ରୀୟ ସମ୍ବାଦପତ୍ରରେ ପ୍ରକାଶ ଲାଭ କରିଛି । ଏସିଡ୍ ପୀଡିତଙ୍କ ଉପରେ କାର୍ଯ୍ୟ ନିମନ୍ତେ ତାଙ୍କୁ ୨୦୧୪-୧୫ ମସିହାରେ ସମ୍ମାନଜନକ ରାମନାଥ ଗୋଏଙ୍କା ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

Leave A Reply

Your email address will not be published.