Latest Odisha News

ପ୍ରଥମଥର ପାଇଁ ସୂର୍ଯ୍ୟଙ୍କର ନିକଟତମ ଫଟୋ ଉଠାଇଲା ନାସା, ଦେଖନ୍ତୁ ଚିତ୍ର

ଏକ ୟୁରୋପୀୟ ଏବଂ ନାସା ମହାକାଶଯାନ ସୂର୍ଯ୍ୟଙ୍କର ନିକଟତମ ଚିତ୍ର ଉତ୍ତୋଳନ କରିଛି, ଯେଉଁଠି ସବୁଆଡେ ଅଗଣିତ ଜ୍ୱଳନ୍ତା ପିଣ୍ଡ ମାନ ରହିଛି । ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ବୈଜ୍ଞାନିକମାନେ ଗୁରୁବାର ଦିନ ସୋଲାର୍ ଅର୍ବିଟର୍ ଦ୍ୱାରା ନିଆଯାଇଥିବା ପ୍ରଥମ ଚିତ୍ର ରିଲିଜ କରିଛନ୍ତି। ଗତମାସରେ ପୃଥିବୀ ଏବଂ ସୂର୍ଯ୍ୟର ମଝିଆ ମଝି ରହି ସୋଲାର ଆର୍ବିଟର ଚମତ୍କାର ହାଇ-ରିଜୋଲ୍ୟୁସନ୍ ଚିତ୍ର ଉତ୍ତୋଳନ କରିଥିଲା ।

ନାସାର ପାର୍କର ସୋଲାର ପ୍ରୋବ ସୋଲାର ଅର୍ବିଟର ଅପେକ୍ଷା ସୂର୍ଯ୍ୟଙ୍କ ନିକଟତର ହୋଇ ଉଡ଼ୁଛି । ଏହା ସୁରକ୍ଷିତ ଭାବରେ ସୂର୍ଯ୍ୟଙ୍କର ନିକଟତମ ଫଟୋ ନେବାରେ ସଫଳ ହେଉଛି ।

ୟୁରୋପୀୟ ସ୍ପେସ୍ ଏଜେନ୍ସି ପ୍ରୋଜେକ୍ଟ ବୈଜ୍ଞାନିକ ଡାନିଏଲ୍ ମଲେର କହିଛନ୍ତି ଯେ ଏହି କ୍ଷୁଦ୍ର ଫ୍ଲେୟାରଗୁଡିକର ନାମ ରଖିବା ପାଇଁ ଟିମକୁ ଏକ ନୂତନ ଶବ୍ଦକୋଷ ସୃଷ୍ଟି କରିବାକୁ ପଡିବ।

ଦେଖନ୍ତୁ ଚିତ୍ର….

Comments are closed.