Latest Odisha News

BREAKING NEWS

ଲେହରେ ପହଞ୍ଚିଲେ ରାଜନାଥ ସିଂହ

ଦୁଇ ଦିନିଆ ଜମ୍ମୁ କଶ୍ମୀର ଓ ଲଦାଖ ଗସ୍ତରେ ଯାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଆଜି ସକାଳୁ ସେ ଲେହରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ତାଙ୍କୁ ସେନାବାହିନୀ ପକ୍ଷରୁ ସ୍ୱାଗତ କରାଯାଇଥିଲା । ରାଜନାଥଙ୍କ ସହ ସିଡିଏସ୍ ଜେନେରାଲ୍ ବିପିନ ରାଓ୍ୱତ ଓ ସ୍ଥଳସେନା ମୁଖ୍ୟ ଜେଲେରାଲ୍ ଏମ୍. ଏମ. ନର୍ବାଣେ ଅଛନ୍ତି ।

ଲଦାଖ ଓ ଜମ୍ମୁ କଶ୍ମୀରରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ ରାଜନାଥ ସିଂହ । ଗ୍ରାଉଣ୍ଡରେ ସ୍ଥିତି ପରଖିବେ । ଭାରତ-ଚୀନ ଗଲଓ୍ୱାନ ଘାଟି ସଂଘର୍ଷ ପରେ ଏଲଏସି ଅଞ୍ଚଳକୁ ରାଜନାଥଙ୍କ ଏହା ହେଉଛି ପ୍ରଥମ ଗସ୍ତ । ଗଲଓ୍ୱାନ ଘାଟିରେ ଚୀନ ସହ ଲାଗି ରହିଥିବା ଉତ୍ତେଜନା ଭିତରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଗସ୍ତ ବେଶ ଗୁରୁତ୍ୱ ରଖୁଛି ।

ପୂର୍ବରୁ ଜୁଲାଇ ୩ ତାରିଖରେ ଅଚାନକ ଲେହ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୀମାରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ସହ ସେନାର ମନୋବଳ ବଢ଼ାଇଥିଲେ ।

Leave A Reply

Your email address will not be published.