Latest Odisha News

BREAKING NEWS

ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ

ସବୁ ମହଲରୁ ଗଭୀର ଶୋକ ପ୍ରକାଶ

ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ ଘଟିଛି । ଆଜି ସକାଳେ ମହାପ୍ରଭୁଙ୍କ ରଥଯାତ୍ରା ଖବର ସଂଗ୍ରହ ପାଇଁ ଯାଉଥିବା ବେଳେ  ସଡ଼କ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ ହୋଇଛି । ଏନେଇ ସାମ୍ବାଦିକ ଜଗତରେ ଶୋକପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ବି ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଥିବା ଟୁଇଟ କରି କହିଛନ୍ତି ।

 

ପବିତ୍ର ରଥଯାତ୍ରା ଦିନ  ଆରପାରିକୁ ଚାଲିଯାଇଛନ୍ତି ବରିଷ୍ଠ ଫଟୋଗ୍ରାଫର ଅଶୋକ ପଣ୍ଡା। ଶୁକ୍ରବାର ରଥଯାତ୍ରାରେ ଫଟୋ ଉଠାଇବା ପାଇଁ ଭୁବନେଶ୍ଵରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ପୁରୀ ସାତଶଙ୍ଖ ନିକଟରେ ଦୁର୍ଘଟଣା ଘଟି ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। ସେ ସମୟ ଖବରକାଗଜରେ ଫଟୋଗ୍ରାଫର ଭାବେ କାର୍ଯ୍ୟରତ ଥିଲେ।  ମୃତ୍ୟୁ ବେଳକୁ ଅଶୋକ ପଣ୍ଡାଙ୍କ ବେକରେ ରଥଯାତ୍ରାର ଏକ କାର୍ଡନ ପାସ୍ ଝୁଲି ରହିଛି।  ରଥଯାତ୍ରା ଦିନ ଏଭଳି  ଚିତ୍ର ସମସ୍ତଙ୍କୁ ବ୍ୟଥିତ କରିଛି। ତାଙ୍କର ଦଶ ବର୍ଷର ଝିଅଟେ ମଧ୍ୟ ରହିଛି । ମୟୁରଭଂଜ ଜିଲ୍ଲାରେ ତାଙ୍କର ଘର । ବହୁଦିନରୁ ସେ ଭୁବନେଶ୍ବରରେ ରହି ଫଟୋ ସାମ୍ବାଦିକ ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

ସାତଶଙ୍ଖ ନିକଟରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେବାପରେ ସେଠାରୁ ତାଙ୍କୁ ରାଜଧାନୀର କ୍ୟାପିଟାଲ୍ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଭିନ୍ନ ଖବର କାଗଜରେ ସେ ଦୀର୍ଘ ଦିନ ଧରି ଫଟୋ ସାମ୍ବାଦିକତା ଭାବେ କାର୍ଯ୍ୟ କରିଥିଲେ । ଦୈନିକ ଖବରକାଗଜ ‘ସମୟ’ ସହ ଦୀର୍ଘ ଦିନ ଧରି ଜଡ଼ିତ ଥିଲେ। ଏହାଛଡ଼ା ସେ କେତେକ ଜାତୀୟ ସମ୍ବାଦପତ୍ରରେ ବି କାର୍ଯ୍ୟ କରିଥିଲେ। ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ଅକାଳ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।  ଗ୍ରୁପ ଏଡିଟର( ଓଡିଶା ସମ୍ବାଦ, ଓଡ଼ିଶା ବାଇଟ)  ସନ୍ଦୀପ ମିଶ୍ର ମଧ୍ୟ ଗଭୀର ଶୋକ ପ୍ରକାଶ କରିବା ସହ ଶ୍ରୀ ପଣ୍ଡାଙ୍କ ପରିବାରଙ୍କୁ ଏଭଳି ଦୁଃଖଦ ସମୟରେ ପ୍ରଭୁ ଜଗନ୍ନାଥ ଧର୍ଯ୍ୟ ଦିଅନ୍ତୁ ଏବଂ ଶ୍ରୀ ପଣ୍ଡାଙ୍କ ଅମର ଆତ୍ମାର ସଦଗତି କାମନା କରି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.